ସ୍କୁଲରେ ପିଲାଙ୍କୁ ପଢ଼ାଇବେ ଗୀତା ଓ ରାମାୟଣ , ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କର ଘୋଷଣା

ଭୋପାଳ – ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି କି, ପ୍ରଦେଶର ସରକାରୀ ସ୍କୁଲ ଗୁଡ଼ିକରେ ଗୀତା , ରାମାୟଣ ଓ ମହାଭାରତର ମଧ୍ୟ ଶିକ୍ଷା ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏହି ସବୁ ଗ୍ରନ୍ଥରେ ମନୁଷ୍ୟଙ୍କୁ ନୈତିକ ଓ ସଂପୂର୍ଣ୍ଣ ହେବାର କ୍ଷମତା ରହିଛି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ କହୁଛି କି, ଆମେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଗୀତାର ସାର , ରାମାୟଣ , ମହାଭାରତର ପ୍ରସଙ୍ଗ ପଢ଼ାଇବୁ। ଶିବରାଜ ସିଂହ ଚୌହାନ ଏହି ଘୋଷଣା ଏମିତି ସମୟରେ କରିଛନ୍ତି ଯେବେ କିଛି ନେତାମାନେ ରାମଚରିତ ମାନସ ଉପରେ ବିବାଦିତ ଟିପ୍ପଣୀ କରୁଛନ୍ତି। ଶିବରାଜଙ୍କର ଘୋଷଣା ଏଥିପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ କାରଣ ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି ।
ଭୋପାଳରେ ବିଦ୍ୟା ଭାରତୀ ଦ୍ୱାରା ଆୟୋଜିତ ସୁଘୋଷ ଦର୍ଶନ କାର୍ଯ୍ୟକ୍ରମରେ ପହଞ୍ଚି ମୁଖ୍ୟମନ୍ତ୍ରୀ କହିଛନ୍ତି କି ରାମାୟଣ, ମହାଭାରତ , ବେଦ , ଉପନିଷଦ ଅମୂଲ୍ୟ ଗ୍ରନ୍ଥ। ଏଥିରେ ମନୁଷ୍ୟଙ୍କୁ ନୈତିକ ଓ ସଂପୂର୍ଣ୍ଣ କରିବାର କ୍ଷମତା ଅଛି। ଏହି ପବିତ୍ର ଗ୍ରନ୍ଥ ଗୁଡ଼ିକର ଶିକ୍ଷା ଦେଇ ଆମେ ନିଜର ପିଲାଙ୍କୁ ସଂପୂର୍ଣ୍ଣ ଓ ନୈତିକ କରିବୁ।
ରାମଚରିତ ମାନସକୁ ନେଇ ଦିଆ ଯାଇଥିବା ବିବାଦିତ ବୟାନ ମଧ୍ୟରେ ଶିବରାଜ କହିଛନ୍ତି , କିଛି ଲୋକ ଦେଶରେ ଏମିତି ବି ଅଛନ୍ତି , ଯାହାଙ୍କୁ ଆମର ସଂସ୍କୃତି , ଅଧ୍ୟାତ୍ମ , ଧର୍ମ ଓ ମହାପୁରୁଷଙ୍କର ଆଲୋଚନା କରିବାରେ ହିଁ ଆନନ୍ଦ ଆସିଥାଏ। ଏମିତି ଲୋକ ବୋକା । ଏମିତି ଲୋର ଏହା ଜାଣନ୍ତି ନାହିଁ କି ଦେଶର ସେମାନେ କେତେ କ୍ଷତି କରୁଛନ୍ତି ।