ମୁମ୍ୱାଇ : ରଣବୀର କପୁରଙ୍କ ଫିଲ୍ମ ‘ ରାମାୟଣ ’ର ଟିଜର ଗୁରୁବାର ରିଲିଜ ହୋଇ ଯାଇଛି। ଏହାପରେ ଚର୍ଚ୍ଚାରେ ରହିଛନ୍ତି। ଗୋଟେପଟେ ରଣବୀରଙ୍କ ରାମ ଭଳି ଲୁକ୍ ସାରା ବିଶ୍ୱରେ ପ୍ରଶଂସା ହେଉଥିବା ବେଳେ , ଆଉ ଗୋଟେ ପଟେ ଏହାର ଭିଏଫଏକ୍ସକୁ ନେଇ ସୋସିଆଲ ମିଡ଼ିଆରେ ସମାଲୋଚନା ମଧ୍ୟ ଆରମ୍ଭ ହୋଇ ଯାଇଛି। କିଛି ୟୁଜର ଏହାର ଭିଜୁଆଲକୁ ଭିଡ଼ିଓ ଗେମ୍ ସଦୃଶ କହୁଛନ୍ତି। ସବୁଠୁ ଅଧିକ ହଙ୍ଗାମା ଟିଜରର ଏକ ବିଶେଷ ଦୃଶ୍ୟକୁ ନେଇ ହୋଇଛି,ଯେଉଁଥିରେ ଜଣେ ବ୍ୟାକଗ୍ରାଉଣ୍ଡ ଆକ୍ଟରଙ୍କର ପଗଡ଼ିର ରଙ୍ଗ ହଠାତ୍ ବଦଳି ଯିବାର ଦେଖାଗଲା। ନେଟିଜନ୍ସ ଏହାକୁ ଏଆଇର ବ୍ୟବହାରର ପ୍ରମାଣ କହି ଭିଡ଼ିଓ ଭାଇରାଲ କରିଦେଲେ , କିନ୍ତୁ ଏବେ ଏହା ଉପରେ ନିଜେ ସେହି ଅଭିନେତା ସାମ୍ନାକୁ ଆସି ସତ ଉପସ୍ଥାପନ କରିଛନ୍ତି।

ଟିଜରର ଏକ ଫ୍ରେମ୍‌ରେ ଭଗବାନ ରାମ ଅଯୋଦ୍ଧାର ଏକ ଗଳି ରାସ୍ତା ଦେଇ ଯାଉଛନ୍ତି ଏବଂ ଜନତା ତାଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି। ଏହି ସମୟରେ ବାମ ପଟେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ପଗଡ଼ିର ରଙ୍ଗ ନୀଳରୁ ବାଇଗଣି ହେବାର ନଜର ଆସୁଛି। ଏହା ଉପରେ ସୃଷ୍ଟି ହଙ୍ଗାମା ମଧ୍ୟରେ ଆକ୍ଟର ସାକେତ ପଟେଲ ନିଜର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେ ଏକ ଭିଡ଼ିଓ ଜାରି କରି ସ୍ପଷ୍ଟୀକରଣ ଦେଇଛନ୍ତି। ସାକେତ ସ୍ପଷ୍ଟ କରିଛନ୍ତି ଯେ, ସେ ଉକ୍ତ ଦୃଶ୍ୟରେ ଥିବା ଅସଲି ଆକ୍ଟର ଏବଂ ଏହା କୌଣସି ଏଆଇ ଜେନେରେଟେଜ୍ ସିନ୍ ନୁହେଁ। ସାକେତ କହିଛନ୍ତି , ଲୋକଙ୍କୁ ସଂପୂର୍ଣ୍ଣ ବିଶ୍ୱାସ ହୋଇ ଯାଇଛି ଯେ, ମୋର ଅସ୍ତିତ୍ୱ ହିଁ ନାହିଁ। ମୁଁ ଏହି ସିନ୍ ପାଖାପାଖି ଦୁଇ ବର୍ଷ ପୂର୍ବେ ଅସଲି ଭିଡ଼ ଓ ଅସଲି ସେଟ୍‌ରେ ରଣବୀର କପୁରଙ୍କ ସହ ସୁଟ୍ କରିଥିଲି।

ସକେତ କହିଛନ୍ତି ,ମଜାର କଥା ଏହା ଯେ, ଏହା ୨୦୨୬ରେ ଯଦି କିଛି ଅଧିକ ଭଲ ଦେଖାଯାଉଛି, ତ ଲୋକେ ଏହାକୁ ନକଲି କୁହିବାକୁ ଲାଗନ୍ତି , ଭିଏଫଏକ୍ସର ହେଉଥିବା ସମାଲୋଚନା ମଧ୍ୟରେ ବଲିଉଡ ସୁପରଷ୍ଟାର ହ୍ରିତିକ୍ ରୋଶନ ମଧ୍ୟ ଫିଲ୍ମର ମେକର୍ସର ସପୋର୍ଟ କରି ଥିଲେ। ହ୍ରିତିକ୍ ଏକ ନୋଟ୍ ସେୟାର କରି ସେହି ଫିଲ୍ମ ମେକର୍ସଙ୍କର ପ୍ରଶଂସା କରିଥିଲେ , ଯିଏ ସୀମାକୁ ଅତିକ୍ରମ କରି କିଛି ନୂଆ କରିବାକୁ ସାହାସ ଦେଖାଇଛନ୍ତି। ସେ କଲ୍କି, ବାହୁବଳୀ ଓ ରାମାୟଣ ଭଳି ଫିଲ୍ମର ମେକରଙ୍କୁ ନିଜର ହିରୋ କହି ଥିଲେ। ହ୍ରିତିକ୍ କହିଛନ୍ତି ଯେ, ଏହି ଲୋକେ ସିନେମା ପ୍ରତି ନିଜର ଜୁନୁନ ପାଇଁ କୋଟି କୋଟି ଟଙ୍କା ଓ ବର୍ଷ ବର୍ଷର ପରିଶ୍ରମ ବାଜି ଲଗାଇ ଥାନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Saket Patel (@iamsaket07)

ଆହୁରି ମଧ୍ୟ ପଢନ୍ତୁ : ଛିଣ୍ଡା ଜୋତାରେ ନଜର ଆସିଲେ ସଲମାନ ଖାନ୍ ! ଜାଣନ୍ତୁ କାହିଁକି ?