ମୁମ୍ବାଇ,୫/୪ : ସଲମାନ ଖାନ, ନାମ ହିଁ ଯଥେଷ୍ଟ । ବଲିଉଡ଼ର ଭାଇଜାନ୍ । ଷ୍ଟାଇଲ୍ ଲୁକରେ ଫିଦା ହୁଅନ୍ତି ଫ୍ୟାନ୍ସ । ସବୁବେଳେ କିଛି ନା କି ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ସଲମାନ୍ । ସେ ଷ୍ଟାଇଲିସ୍ ଲୁକ୍ ହେଉ କି ବିବାଦ ଅବା ଅପକମିଂ ଫିଲ୍ମକୁ ନେଇ । ଏବେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଛି । ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି । ଛିଣ୍ଡା ଜୋତାରେ ନଜର ଆସିଛନ୍ତି ବଲିଉଡ଼ର ଭାଇଜାନ୍ । ଯାହା ଏବେ ଚର୍ଚ୍ଚା ପାଲଟିଛି । ଏଭଳି କାହିଁକି ସଲମାନଙ୍କ କ୍ଷେତ୍ରରେ ହେଲା । ଛିଣ୍ଡା ଜୋତାରେ କାହିଁକି ଆସିଲେ ନଜର ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । ଯାହା ତାଙ୍କୁ ଲାଇମ୍ ଲାଇଟକୁ ପୁଣି ଥରେ ଟାଣି ଆଣିଛି ।

ସଲମାନ ଖାନ ଲାଇମଲାଇଟ୍ ଲୁଟିବାକୁ କୌଣସି ସୁଯୋଗ ଛାଡ଼ି ନ ଥାନ୍ତି । ସଲମାନ ସବୁବେଳେ କିଛି ନା କିଛି ଏଭଳି କରିଥାନ୍ତି କି ବିନା କିଛି କହି ଚର୍ଚ୍ଚାରେ ଆସିଯାଇଥାନ୍ତି । ଏଥିର ବି ଏଭଳି କିଛି ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ସଲମାନ ଖାନଙ୍କ ଏକ ଭିଡ଼ିଓ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡ଼ିଓରେ ଅଭିନେତାଙ୍କୁ ଏକ ଚେକ୍ ସାର୍ଟ ପିନ୍ଧିଥିବା ଏବଂ ଆଖିରେ କଳା ଚଷମା ଲଗାଇଥିବା ଦେଖାଯାଉଛନ୍ତି । ଏହାସହ ଅଭିନେତା ହାତରେ ଘଣ୍ଟା ବି ପିନ୍ଧିଥିବା ନଜର ଆସିଛନ୍ତି । ସଲମାନ ଯେଭଳି କାରରୁ ବାହରୁଛନ୍ତି ତ ସମସ୍ତଙ୍କ ନଜର ତାଙ୍କ ଜୋତା ଉପରେ ପଡ଼ିଥିଲା ।

ଜୋତା ବ୍ୟତୀତ ଅଭିନେତାଙ୍କ ପ୍ୟାଣ୍ଟ ବି ଟିକେ ଭିନ୍ନ ଦେଖାଯାଉଥିଲା । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ସଲମାନ ଖାନଙ୍କ ଏହି ଜୋତାକୁ ତାଙ୍କ ବାପା ତାଙ୍କୁ ବହୁ ବର୍ଷ ତଳେ ଗିପ୍ଟ ଦେଇଥିଲେ । ଏହା ପୂର୍ବରୁ ବି ସଲମାନ ଖାନଙ୍କୁ ଟାଇଗର ୩ର ପ୍ରମୋଶନ ସମୟରେ ଛିଣ୍ଡା ଜୋତା ପିନ୍ଧିଥିବା ଦେଖାଯାଇଥିଲା । ସେତେବେଳେ ବି ତାଙ୍କ ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଉକ୍ତ ସମୟରେ ସଲମାନଙ୍କ ସହ ସେହି ଇଭେଣ୍ଟରେ ଯେଉଁ ଜର୍ଣ୍ଣାଲିଷ୍ଟ ଥିଲେ ସେ କହିଥିଲେ କି ସେହି ଜୋତା ଫଟା ନ ଥିଲା । ବରଂ ଏକ ଅନ୍ତର୍ଜାତୀୟ ଲଗୁଜୁରୀ ବ୍ରାଣ୍ଡର ମହଙ୍ଗା ଜୋତା ଅଟେ । ପ୍ରକାଶ ଯେ, ଏହି ଜୋତା ଡିଷ୍ଟେ୍ରଷ୍ଡ ଲୁକ୍ କ୍ୟାଟେଗୋରୀର ଅଟେ ।