ନୂଆଦିଲ୍ଲୀ,୨୩।୧୧: ଉତ୍ତର ପ୍ରଦେଶର ବିଧାନସଭା ଉପ ନିର୍ବାଚନରେ କୁନ୍ଦ୍ରକୀ ଆସନରେ ବଡ଼ ଧରଣର ପରିବର୍ତ୍ତ। ମୁସଲମାନ ବହୁତ କୁନ୍ଦ୍ରକୀରେ ଦୀର୍ଘ ୩୧ ବର୍ଷ ଜିତିଛି ବିଜେପି। ସେଠାରେ ବିଜେପି ପ୍ରାର୍ଥୀ ରାମବୀର ଠାକୁର ସମାଜବାଦୀ ପାର୍ଟିର ମହମ୍ମଦ ରିଜୱାନଙ୍କୁ ୧,୪୩,୧୯୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।   କୁଣ୍ଡାର୍କି ଏକ ମୁସଲିମ ବହୁଳ ଅଞ୍ଚଳ। ଏଠାରେ ୧୧ ଜଣ ମୁସଲିମ ପ୍ରାର୍ଥୀ ଉପ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକମାତ୍ର ହିନ୍ଦୁ ରାମବୀରଙ୍କୁ ଟିକେଟ ଦେଇଥିଲା। ରାମବୀର ମଧ୍ୟ ଦଳକୁ ନିରାଶ କରି ନାହାନ୍ତି। ଦୀର୍ଘ ବର୍ଷ ପରେ ଏହା ହେଉଛି ବିଜେପିର ପ୍ରଥମ ବିଜୟ।  

୧୯୯୩ ରେ ଚନ୍ଦ୍ର ବିଜୟ ସିଂହ ଏହି ଆସନରୁ ବିଜେପିରୁ ଜିତିଥିଲେ। ତା ପରେ ବିଜେପି ଜିତିବା ଅସମ୍ଭବ ହୋଇ ଯାଇଥିଲା। କୁନ୍ଦ୍ରକୀ ବିଧାନସଭା ନିର୍ବାଚନମଣ୍ଡଳୀରେ ମୁସଲିମଙ୍କ ଜନସଂଖ୍ୟା ୬୦%। ତଥାପି ବିଜେପି ଏଠାରେ ବଡ଼ ବ୍ୟବଧାନରେ ଜିତି ଇତିହାସ ସୃଷ୍ଟି କରିଛି। କୁନ୍ଦ୍ରକୀ ସମାଜବାଦୀ ପାର୍ଟିର ଗଡ଼। ଏସ୍‌ପି ପକ୍ଷରୁ ମହମ୍ମଦ ରିଜୱାନଙ୍କୁ ପ୍ରାର୍ଥୀ କରାଯାଇଥିଲା। ତାଙ୍କୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଥିଲେ। ରିଜୱାନଙ୍କ ପାଖରେ ୪୦ ବର୍ଷର ରାଜନୀତିକ ଅଭିଜ୍ଞତା ରହିଛି। ତଥାପି ତାଙ୍କୁ ଶେଷରେ ହରାଇବାରେ ସଫଳ ହୋଇଛନ୍ତି  ରାମବୀର।

ଉଲ୍ଲେଖନୀୟ ଯେ,ୟୁପିର  ୯ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୬ଟିରେ ବାଜିମାତ କରିଛି। ସେହିପରି ସହଯୋଗୀ ନିଶାଦ ପାର୍ଟି ମଧ୍ୟ ଗୋଟିଏ ଆସନରେ ଜିତିଛି। ସମାଜବାଦୀ ପାର୍ଟି ୨ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି। ତେବେ ବିଜେପିକୁ ମୋରଦାବାଦ ଜିଲ୍ଲାରେ ଥିବା କୁନ୍ଦ୍ରକି ବିଧାନସଭା ଉପ ନିର୍ବାଚନରେ ସବୁଠାରୁ ବଡ଼ ସଫଳତା ମିଳିଛି।