‘ସାଉଥ୍ ଫିଲ୍ମକୁ ପରିହାସ କରୁଥିଲେ ଲୋକେ’…ଇଣ୍ଡଷ୍ଟ୍ରିକୁ ନେଇ ଏମିତି କହିଲେ ରାଣା ଦଗ୍ଗୁବତି

ନୂଆଦିଲ୍ଲୀ ୩୦/୧୧: ସାଉଥ୍ ସିନେମାର ଭେଟେରାନ୍ ଅଭିନେତା ରାଣା ଦଗ୍ଗୁବତି ନିଜର ଅନ୍ଦାଜ ପାଇଁ ଜଣାଶୁଣା। ସୁପରହିଟ୍ ଫିଲ୍ମ ବାହୁବଳୀରେ ଭଲାଲ୍ ଦେବଙ୍କ ଚରିତ୍ର ସହିତ ଫ୍ୟାନ୍ସଙ୍କ ହୃଦୟରେ ନିଜର ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ରାଣା ସାଉଥ୍ ଫିଲ୍ମର ସଫଳତା ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ପରଦାରେ ଅଭିନେତା ଯେଉଁଭଳି ଭାବରେ ବିନ୍ଦାସ ନଜର ଆସନ୍ତି, ସେହିଭଳି ସେ ରିୟଲ ଲାଇଫରେ ମଧ୍ୟ। ସେ ପ୍ରାୟତଃ ନିଜର ମନ କଥା ଖୋଲାଖୋଲି ଭାବରେ କୁହନ୍ତି। ବର୍ତ୍ତମାନ ରାଣା ସାଉଥ୍ ଫିଲ୍ମର ସଫଳତା ବିଷୟରେ ଏକ ବଡ କଥା କହିଛନ୍ତି। କିଛି ବର୍ଷ ପୂର୍ବେ ତାଙ୍କ ଫିଲ୍ମ ବିଷୟରେ ଲୋକମାନେ କିପରି ନିର ମତ ପ୍ରକାଶ କରୁଥିଲେ ତାହା ମଧ୍ୟ ସେ କହିଛନ୍ତି।
ଇନଷ୍ଟାଣ୍ଟ ବଲିଉଡକୁ ଦେଇଥିବା ଏକ ସାକ୍ଷାତକାରରେ ରାଣା କହିଛନ୍ତି – ‘ବର୍ତ୍ତମାନ ଆମ ଫିଲ୍ମ ନିଶ୍ଚିତ ଭାବରେ ଭଲ କାମ କରୁଛି, କିନ୍ତୁ ପାଞ୍ଚ ବର୍ଷ ପୂର୍ବେ ଏପରି ପରିବେଶ ଥିଲା ଯେ ଲୋକମାନେ ଦକ୍ଷିଣ ଫିଲ୍ମକୁ ପରିହାସ କରୁଥିଲେ। ଲୋକମାନେ କହୁଥିଲେ ଏହା ସାଉଥ୍ ଫିଲ୍ମ, ଏହାକୁ କିଏ ଦେଖେ। ଏବେ ଆପଣ ଏବଂ ଆମେ ସମସ୍ତେ ଏହାକ ସାକ୍ଷୀ ଯେ ସାଉଥ୍ ଫିଲ୍ମ କିପରି ଚାଲିଛି।