ମୁମ୍ୱାଇ : ବଲିଉଡ ଅଭିନେତା ରଣବୀର କପୁରଙ୍କର ଆଗାମୀ ଫିଲ୍ମକୁ ପ୍ରଶଂସକମାନେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ସହ ଆନିମଲ ଭଳି ବ୍ଲକବଷ୍ଟର ହିଟ୍ ଫିଲ୍ମ ଦେବା ପରେ , ଏବେ ରଣବୀର କପୁର ଖୁବ୍ ଶୀଘ୍ର ଫିଲ୍ମ ‘ଲଭ୍ ଆଣ୍ଡ ୱାର’ରେ ନଜର ଆସିବେ। ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭନସାଲୀଙ୍କର ଏହି ଫିଲ୍ମ ପାଇଁ ରଣବୀର କପୁର ଏବେ ଠାରୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ରଣବୀର ନିଜେ ତ ସୋସିଆଲ ମିଡିଆରେ ନାହାନ୍ତି, କିନ୍ତୁ ତାଙ୍କର ପର୍ସନାଲ ଟ୍ରେନର ସୋସିଆଲ ମିଡ଼ିଆରେ ତାଙ୍କର ଟ୍ରେନିଂର ଫଟୋ ଓ କ୍ଲିପ୍‌ ସେୟାର କରିଛନ୍ତି। ଯେଉଁଥିରେ ଆପଣ ରଣବୀର କପୁରଙ୍କୁ କଡ଼ା ପରିଶ୍ରମ କରି ଫିଜିକ୍‌ କରିବାର ଦେଖି ପାରିବେ। 

ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ରଣବୀର କପୁରଙ୍କ ଅଲଗା ଅଲଗା ପ୍ରକାରର ପୁଲ୍‌ ଅପ୍ସ ଓ କ୍ରଞ୍ଚେଜ୍‌ କରିବାର ଦେଖି ପାରିବେ , ଅନ୍ୟପଟେ ପୋଷ୍ଟରେ ସେ ଏକ ଉଚ୍ଚ ବାର୍‌ରୁ ଝୁଲି ରହିଛନ୍ତି। ରଣବୀର କପୁରଙ୍କ ବ୍ୟତୀତ ‘ଲଭ୍ ଆଣ୍ଡ ୱାର’ରେ ଭିକି କୌଶଳ ଓ ଆଲିଆ ଭଟ୍ଟ ମଧ୍ୟ ପ୍ରମୁଖ ଚରିତ୍ରରେ ନଜର ଆସିବେ। ଫିଲ୍ମର କାହାଣୀ ବା ଟିଜର ଏବେ ସୁଦ୍ଧା ସାମ୍ନାକୁ ଆସି ନାହିଁ , ହେଲେ ଯେଉଁ ପ୍ରକାରରେ ରଣବୀର ଏଥିପାଇଁ କଡ଼ା ପରିଶ୍ରମ କରୁଛନ୍ତି , ଏଥିରୁ ଲାଗୁଛି କି ଫିଲ୍ମରେ ଆକ୍ସନ ଓ ରୋମାନ୍ସ ଉଭୟ ହିଁ ଭରି ରହିବ। 

ରଣବୀର କପୁରଙ୍କ ଫଟୋ ଓ ଭିଡ଼ିଓ ଉପରେ ଲୋକେ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି – ରଣବୀର ଫିଲ୍ମ ରାମାୟଣ ପାଇଁ ପୂରା ଫିଟ୍‌ ଅଭିନେତା। ପ୍ରଭାସଙ୍କ ପରି ତାଙ୍କୁ ଚରିତ୍ର ପାଇଁ ଭିଏଫଏକ୍ସ ବା ସିଜିଆଇର ଆବଶ୍ୟକ ପଡ଼ିବ ନାହିଁ। 


ରଣବୀର କପୁରଙ୍କ ଅପକମିଂ ଫିଲ୍ମ କଥା ଯଦି କହିବା ତ ସେ ରାମାୟଣରେ ମଧ୍ୟ ରାମଙ୍କ ଚରିତ୍ର ନିଭାଇବାର ନଜର ଆସିବେ। ପ୍ରଥମେ ଖବର ଆସିଥିଲା କି,ଫିଲ୍ମର ମେକର୍ସ ଏହାକୁ ୩ଟି ପାର୍ଟରେ ତିଆରି କରିବାକୁ ଭାବୁଛନ୍ତି , କିନ୍ତୁ ପରେ କହିଛନ୍ତି କି ମୋଟ ୨ଟି ପାର୍ଟରେ ଫିଲ୍ମଟି ପ୍ରସ୍ତୁତ କରାଯିବ। ପ୍ରଥମ ପାର୍ଟରେ ସୀମା ହରଣ ଯାଏ ରହିବ। ଦ୍ୱିତୀୟ ପାର୍ଟରେ ପ୍ରଭୁ ଶ୍ରୀରାମଙ୍କର ଲଙ୍କା ଯାତ୍ରା ପର ଠାରୁ ଆରମ୍ଭ ହେବ।