ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ କରିବେ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ଲଭ୍ ଆଣ୍ଡ ୱାର’ର ପ୍ରସ୍ତୁତିରେ ରଣବୀର କପୁର , ଟ୍ରେନିଂ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ

Published By : Prameya | March 8, 2025 10:50 PM

ମୁମ୍ୱାଇ : ବଲିଉଡ ଅଭିନେତା ରଣବୀର କପୁରଙ୍କର ଆଗାମୀ ଫିଲ୍ମକୁ ପ୍ରଶଂସକମାନେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ସହ ଆନିମଲ ଭଳି ବ୍ଲକବଷ୍ଟର ହିଟ୍ ଫିଲ୍ମ ଦେବା ପରେ , ଏବେ ରଣବୀର କପୁର ଖୁବ୍ ଶୀଘ୍ର ଫିଲ୍ମ ‘ଲଭ୍ ଆଣ୍ଡ ୱାର’ରେ ନଜର ଆସିବେ। ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭନସାଲୀଙ୍କର ଏହି ଫିଲ୍ମ ପାଇଁ ରଣବୀର କପୁର ଏବେ ଠାରୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ରଣବୀର ନିଜେ ତ ସୋସିଆଲ ମିଡିଆରେ ନାହାନ୍ତି, କିନ୍ତୁ ତାଙ୍କର ପର୍ସନାଲ ଟ୍ରେନର ସୋସିଆଲ ମିଡ଼ିଆରେ ତାଙ୍କର ଟ୍ରେନିଂର ଫଟୋ ଓ କ୍ଲିପ୍‌ ସେୟାର କରିଛନ୍ତି। ଯେଉଁଥିରେ ଆପଣ ରଣବୀର କପୁରଙ୍କୁ କଡ଼ା ପରିଶ୍ରମ କରି ଫିଜିକ୍‌ କରିବାର ଦେଖି ପାରିବେ। 

ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ରଣବୀର କପୁରଙ୍କ ଅଲଗା ଅଲଗା ପ୍ରକାରର ପୁଲ୍‌ ଅପ୍ସ ଓ କ୍ରଞ୍ଚେଜ୍‌ କରିବାର ଦେଖି ପାରିବେ , ଅନ୍ୟପଟେ ପୋଷ୍ଟରେ ସେ ଏକ ଉଚ୍ଚ ବାର୍‌ରୁ ଝୁଲି ରହିଛନ୍ତି। ରଣବୀର କପୁରଙ୍କ ବ୍ୟତୀତ ‘ଲଭ୍ ଆଣ୍ଡ ୱାର’ରେ ଭିକି କୌଶଳ ଓ ଆଲିଆ ଭଟ୍ଟ ମଧ୍ୟ ପ୍ରମୁଖ ଚରିତ୍ରରେ ନଜର ଆସିବେ। ଫିଲ୍ମର କାହାଣୀ ବା ଟିଜର ଏବେ ସୁଦ୍ଧା ସାମ୍ନାକୁ ଆସି ନାହିଁ , ହେଲେ ଯେଉଁ ପ୍ରକାରରେ ରଣବୀର ଏଥିପାଇଁ କଡ଼ା ପରିଶ୍ରମ କରୁଛନ୍ତି , ଏଥିରୁ ଲାଗୁଛି କି ଫିଲ୍ମରେ ଆକ୍ସନ ଓ ରୋମାନ୍ସ ଉଭୟ ହିଁ ଭରି ରହିବ। 

ରଣବୀର କପୁରଙ୍କ ଫଟୋ ଓ ଭିଡ଼ିଓ ଉପରେ ଲୋକେ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି – ରଣବୀର ଫିଲ୍ମ ରାମାୟଣ ପାଇଁ ପୂରା ଫିଟ୍‌ ଅଭିନେତା। ପ୍ରଭାସଙ୍କ ପରି ତାଙ୍କୁ ଚରିତ୍ର ପାଇଁ ଭିଏଫଏକ୍ସ ବା ସିଜିଆଇର ଆବଶ୍ୟକ ପଡ଼ିବ ନାହିଁ। 


ରଣବୀର କପୁରଙ୍କ ଅପକମିଂ ଫିଲ୍ମ କଥା ଯଦି କହିବା ତ ସେ ରାମାୟଣରେ ମଧ୍ୟ ରାମଙ୍କ ଚରିତ୍ର ନିଭାଇବାର ନଜର ଆସିବେ। ପ୍ରଥମେ ଖବର ଆସିଥିଲା କି,ଫିଲ୍ମର ମେକର୍ସ ଏହାକୁ ୩ଟି ପାର୍ଟରେ ତିଆରି କରିବାକୁ ଭାବୁଛନ୍ତି , କିନ୍ତୁ ପରେ କହିଛନ୍ତି କି ମୋଟ ୨ଟି ପାର୍ଟରେ ଫିଲ୍ମଟି ପ୍ରସ୍ତୁତ କରାଯିବ। ପ୍ରଥମ ପାର୍ଟରେ ସୀମା ହରଣ ଯାଏ ରହିବ। ଦ୍ୱିତୀୟ ପାର୍ଟରେ ପ୍ରଭୁ ଶ୍ରୀରାମଙ୍କର ଲଙ୍କା ଯାତ୍ରା ପର ଠାରୁ ଆରମ୍ଭ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.