ମୁମ୍ୱାଇ,୧୧/୦୩: ରଣଦୀପ ହୁଡାଙ୍କ ଘରକୁ ଆସିଲେ ନୂଆ ଅତିଥି । ପତ୍ନୀ ଲିନ୍ ଲୈସରମ ତାଙ୍କର ପ୍ରଥମ ସନ୍ତାନ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଉଭୟ ସୁସ୍ଥ ଥିବା ବେଳେ ସେମାନେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ମାଧ୍ୟମରେ ଏହି ଖୁସି ଖବର ଦେଇଛନ୍ତି ।

ମାର୍ଚ୍ଚ ୧୦ରେ ରଣଦୀପ ହୁଡା ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ସ୍ୱତନ୍ତ୍ର ଫଟୋ ପୋଷ୍ଟ କରିଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ ଏକ ସ୍ୱତନ୍ତ୍ର ଉପାୟରେ ଏହି ଖୁସି ଖବର ଦେଇଛନ୍ତି । ଫଟୋଗୁଡ଼ିକୁ ସେୟାର କରି ରଣଦୀପ ହୁଡା କ୍ୟାପସନରେ ଲେଖିଛନ୍ତି, "ଦାଦା ଏବଂ ନାତୁଣୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆଜି, ମୁଁ ଜଣେ ବାପା ହୋଇଥିବାରୁ, ତୁମ ପ୍ରତି ମୋର କୃତଜ୍ଞତା ଆହୁରି ବଢ଼ିଯାଇଛି ବାପା। ଲିନଙ୍କୁ ମୋତେ ଜଣେ ବାପା କରିବା ଏବଂ ଆମର ଛୋଟ ଝିଅକୁ ଏହି ଦୁନିଆକୁ ଆଣିବା ପାଇଁ ଧନ୍ୟବାଦ ।

ଆହୁରି ପଢନ୍ତୁ-ଜୁନୈଦ-ସାଇ ପଲ୍ଲବୀଙ୍କ "ଏକ ଦିନ" ଟ୍ରେଲର ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ପ୍ରଥମ ଫଟୋରେ, ରଣଦୀପଙ୍କ ବାପା ତାଙ୍କ ନାତୁଣୀକୁ ତାଙ୍କ କୋଳରେ ଧରିଥିବାର ନଜର ଆସିଛନ୍ତି । ତାଙ୍କ ମୁହଁରେ ଖୁସି ସ୍ପଷ୍ଟ ନଜର ଆସୁଛି । ଦ୍ୱିତୀୟ ଫଟୋରେ ନବଜାତ ଶିଶୁକନ୍ୟାଙ୍କ ହାତର ଏକ ଝଲକ ଦେଖିବାକୁ ମିଳିଛି । ଏହି ଖୁସି ଖବର ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି, ଦୀର୍ଘ ୪ ବର୍ଷ ଡେଟ୍ ପରେ ଲିନ୍ ଲୈସରମ ଓ ରଣଦୀପ ହୁଡା ବିବାହ କରିଥିଲେ । ୪୯ ବର୍ଷୀୟ ରଣଦୀପ ତାଙ୍କଠୁ ୧୦ ବର୍ଷ ସାନ ଲିନ୍ ଲୈସରମଙ୍କ ପ୍ରେମରେ ପଡ଼ିଥିଲେ । ରଣଦୀପ ହୁଡା ୨୯ ନଭେମ୍ବରରେ ୨୦୨୩ରେ ଲିନ୍ ଲାଇଶ୍ରାମଙ୍କୁ ବିବାହ କରିଥିଲେ । ଏବେ ବିବାହର ୨ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି । ସେମାନେ ମୈତେଇ ପରମ୍ପରା ଅନୁଯାୟୀ ମଣିପୁରର ଇମ୍ଫାଲରେ ବିବାହ କରିଥିଲେ। ୨୦୦୭ ମସିହାରେ ଲିନ୍ ପ୍ରଥମେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହାପରେ ସେ ମ୍ୟାରିକମ୍, ଉମ୍ରିକା, ରଙ୍ଗୁନ ଏବଂ ଜାନେ ଜାନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।