ନୂଆଦିଲ୍ଲୀ, ୧୪।୫: ଦେଶର ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିଲ୍ଲୀର ରାନୀ ବାଗ୍ ଅଞ୍ଚଳରେ ଏକ ଚଳନ୍ତା ସ୍ଲିପର ବସ୍ ମଧ୍ୟରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଘରୋଇ ବସ୍କୁ ଜବତ କରିଛି ।
ଜବରଦସ୍ତି ବସ୍ରେ ବସାଇ କରିଥିଲେ ଅତ୍ୟାଚାର:
ସୂଚନା ଅନୁଯାୟୀ, ଗତ ସୋମବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଅଭିଯୁକ୍ତମାନେ ମହିଳାଙ୍କୁ ଜବରଦସ୍ତି ଏକ ଘରୋଇ ସ୍ଲିପର ବସ୍ରେ ବସାଇ ଦେଇଥିଲେ । ଏହାପରେ ବସ୍ ଚାଲୁଥିବା ଅବସ୍ଥାରେ ଦୁଇ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ପିଶାଚମାନଙ୍କ ମନ ତରଳି ନଥିଲା । ପୀଡ଼ିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତମାନେ ତାଙ୍କୁ ବସରେ ବସାଇ ବିଭିନ୍ନ ଅଞ୍ଚଳରେ ବୁଲାଇଥିଲେ । ବସ୍ଟି ନାଙ୍ଗଲୋଇ ଅଞ୍ଚଳ ଦେଇ ଯାଉଥିବା ସମୟରେ ମହିଳା ଜଣକ ବଞ୍ଚିବା ପାଇଁ ଲଗାତାର ଚିତ୍କାର କରିଥିଲେ । ମାତ୍ର ଅଭିଯୁକ୍ତମାନେ ତାଙ୍କ କଥା ନଶୁଣି ମାଡ଼ ମାରିବା ସହ ବର୍ବରତା ପ୍ରଦର୍ଶନ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ମହିଳାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପୀଡ଼ିତା ମହିଳା ଜଣକ କୌଣସି ପ୍ରକାରେ ପୁଲିସ ନିକଟରେ ପହଞ୍ଚି ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଡାକ୍ତରୀ ପରୀକ୍ଷାରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି । ହସ୍ପିଟାଲରେ ରହିବାକୁ ମନା କଲେ ପୀଡ଼ିତା । ଏହି ଘଟଣାର ସବୁଠାରୁ ଦୁଃଖଦ ଦିଗ ହେଉଛି ପୀଡ଼ିତାଙ୍କ ଆର୍ଥିକ ଅବସ୍ଥା । ପୀଡ଼ିତା ପିତମପୁରା ବସ୍ତିରେ ରହୁଥିବା ବେଳେ ମଙ୍ଗୋଲପୁରୀର ଏକ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି । ସେ କହିଛନ୍ତି "ମୋ ସ୍ୱାମୀ ଅସୁସ୍ଥ, ତିନୋଟି ଛୋଟ ଝିଅ ଅଛନ୍ତି । ମୁଁ ଯଦି କାମକୁ ନଯିବି, ତେବେ ଘର ଚଳିବ କେମିତି ?" ଏହି କଥା କହି ପୀଡ଼ିତା ଜଣକ ହସ୍ପିଟାଲରେ ଭର୍ତ୍ତି ହେବାକୁ ମନା କରିଦେଇଛନ୍ତି । ପରିବାରର ବୋଝ କାନ୍ଧରେ ଥିବାରୁ ଶାରୀରିକ ଓ ମାନସିକ ଯନ୍ତ୍ରଣାକୁ ପଛରେ ପକାଇ ସେ ପୁଣି କାମକୁ ଫେରିବାକୁ ଚାହୁଁଛନ୍ତି । ପୁଲିସ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଦାବି କରିଛି ।
ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ:
ମହିଳାଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଦିଲ୍ଲୀ ପୁଲିସ ତୁରନ୍ତ ଏଫ୍.ଆଇ.ଆର୍ ରୁଜୁ କରିଥିଲା । ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ପରେ ପୁଲିସ ସେମାନଙ୍କୁ କଠୋର ଜେରା କରୁଛି । ଏହି କାଣ୍ଡରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଡାକ୍ତରୀ ପରୀକ୍ଷାରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି । ପୋଲିସ ବର୍ତ୍ତମାନ ସମ୍ପୃକ୍ତ ସ୍ଲିପର ବସ୍କୁ ଜବତ କରିଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ CCTV ଫୁଟେଜ୍ ଯାଞ୍ଚ କରୁଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ଟିମ୍ ଗଠନ କରାଯାଇଛି । ହସ୍ପିଟାଲରେ ରହିବାକୁ ମନା କଲେ ପୀଡ଼ିତା ।
ଏହି ଘଟଣାର ସବୁଠାରୁ ଦୁଃଖଦ ଦିଗ ହେଉଛି ପୀଡ଼ିତାଙ୍କ ଆର୍ଥିକ ଅବସ୍ଥା । ପୀଡ଼ିତା ପିତମପୁରା ବସ୍ତିରେ ରହୁଥିବା ବେଳେ ମଙ୍ଗୋଲପୁରୀର ଏକ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି । ସେ କହିଛନ୍ତି "ମୋ ସ୍ୱାମୀ ଅସୁସ୍ଥ, ତିନୋଟି ଛୋଟ ଝିଅ ଅଛନ୍ତି । ମୁଁ ଯଦି କାମକୁ ନଯିବି, ତେବେ ଘର ଚଳିବ କେମିତି ?" ଏହି କଥା କହି ପୀଡ଼ିତା ଜଣକ ହସ୍ପିଟାଲରେ ଭର୍ତ୍ତି ହେବାକୁ ମନା କରିଦେଇଛନ୍ତି । ପରିବାରର ବୋଝ କାନ୍ଧରେ ଥିବାରୁ ଶାରୀରିକ ଓ ମାନସିକ ଯନ୍ତ୍ରଣାକୁ ପଛରେ ପକାଇ ସେ ପୁଣି କାମକୁ ଫେରିବାକୁ ଚାହୁଁଛନ୍ତି । ପୁଲିସ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଦାବି କରିଛି ।
ପ୍ରମାଣ ସଂଗ୍ରହ ପାଇଁ ଫରେନସିକ୍ ଟିମ୍ର ସହାୟତା:
ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ପୁଲିସ ଓ ଫରେନସିକ୍ ଟିମ୍ ଜବତ ବସର ଯାଞ୍ଚ କରିଛନ୍ତି । ବସ୍ ଭିତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରାଯାଇଛି । ଏହା ବ୍ୟତୀତ ପୁଲିସ ସେହି ରୁଟ୍ର ସମସ୍ତ ସିସିଟିଭି ଫୁଟେଜକୁ ମଧ୍ୟ ଖାଲୁଛି, ଯେଉଁ ରାସ୍ତା ଦେଇ ବସ୍ଟି ଯାଇଥିଲା । "ଆମେ ଘଟଣାର ପ୍ରତ୍ୟେକ ଦିଗକୁ ନେଇ ଯାଞ୍ଚ କରୁଛୁ । ମହିଳାଙ୍କୁ କେଉଁ ପରିସ୍ଥିତିରେ ବସ୍କୁ ନିଆଗଲା ଏବଂ ସେହି ସମୟରେ ବସ୍ରେ ଆଉ କେଉଁମାନେ ଉପସ୍ଥିତ ଥିଲେ, ସେ ସବୁର ତଥ୍ୟ ସଂଗ୍ରହ କରାଯାଉଛି । ପୀଡ଼ିତାଙ୍କ ବୟାନ ଏବଂ ବୈଷୟିକ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି ପୁଲିସ କହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାତି ସମୟରେ ଘରୋଇ ବସ୍ଗୁଡ଼ିକର ଚଳାଚଳ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି । ଏହି ପାଶବିକ କାଣ୍ଡ ନିର୍ଭୟାକାଣ୍ଡର ପୁନରାବୃତ୍ତି ପରି ମନେ ହେଉଛି ।
ଆହୁରି ପଢ଼ନ୍ତୁ... LPG ଗ୍ରାହକଙ୍କ ପାଇଁ ଖୁସି ଖବର: ହୋର୍ମୁଜ ପାର୍ କଲା LPG ଜାହାଜ MV ସନସାଇନ୍, ଆସୁଛି ୩୪ ଲକ୍ଷ ସିଲିଣ୍ଡର