PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ରଣପୁର ରଥଯାତ୍ରା: ଛେରାପହଁରା କରିବାକୁ ରାଜା ଅମଙ୍ଗ, ଆସିବେ ନାହିଁ ବୋଲି ସିଧାସଳଖ ମନା କଲେ

ରଣପୁର,୩୦/୦୬ ରାତି ପାହିଲେ ରଣପୁର ରଥ ଯାତ୍ରା । କରୋନା ଯୋଗୁଁ ୨ବର୍ଷ ହେଲା ରଥ ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ରଥ ଯାତ୍ରା ହୋଇଥିବାରୁ ଭକ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି । କିନ୍ତୁ ଦୀର୍ଘ ବର୍ଷ ଧରି ରଣପୁର ରାଜା ଛେରାପହଁରା କରିଆସୁଥିବା ବେଳେ ଚଳିତ ବର୍ଷ ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ସିଧାସଳଖ ମନା କରିଛନ୍ତି ।

ଗତକାଲି ଏସମ୍ପର୍କରେ ଆଲୋଚନା କରିବା ପାଇଁ ମନ୍ଦିର ପ୍ରଶାସନ, ଏନ୍‌ଏସି କର୍ତ୍ତୃପକ୍ଷ ଓ ରଣପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜପ୍ରାସାଦକୁ ଯାଇ ରାଜାକୁ ଅନୁରୋଧ କରିଥିଲେ । କିନ୍ତୁ ରାଜାଙ୍କୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ କରି ରାଜା ଦିଲ୍ଲୀପ ଚନ୍ଦ୍ର ସିଂହ ଦେଓ ଛେରାପହଁରା କରିବାକୁ ଯିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ।

ପ୍ରତିବର୍ଷ ଗୁଣ୍ଡିଚାରେ ଓ ବାହୁଡାରେ ଏକ ସୁସଜ୍ଜିତ ପାଲିଙ୍କିରେ ରାଜା ତାଙ୍କର ମନ୍ତ୍ରୀ ପରିଷଦ ସହ ଆସି ରଥରେ ଛେରାପହଁରା କରିଥାଆନ୍ତି । ରାଜା ଏବେ ଛେରାପହଁରା କରିବାକୁ ମନା କରିଦେଇଥିବାରୁ ରଥ ଛେରାପହଁରା କେମିତି ହେବ ସେନେଇ ମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥା ହୋଇଛି । ରାଜାଙ୍କର ମନ୍ଦିରରେ କିଛି ପ୍ରାପ୍ୟ ଓ ଜମି ସଂକ୍ରାନ୍ତ ବିବାଦ ଥିବାବେଳେ ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଏହି କାରଣରୁ ରାଜା ଛେରାପହଁରା କରିବେ ନାହିଁ ବୋଲି ଜଣାଇଛନ୍ତି ।

ସର୍ବଶେଷ ଖବର ଅନୁଯାୟୀ ଆସନ୍ତା କାଲି ଗୁରୁବାର ପ୍ରଶାସନିକ ଉଚ୍ଚ ଅଧିକାରୀମାନେ ରାଜାଙ୍କୁ ଭେଟି ଛେରାପହଁରା କରିବାକୁ ଅନୁରୋଧ କରିବା ସହ ତାଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ।