PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟ୍ରକ୍ ଚାପାରେ ଜଣେ ମୃତ, ଆଉ ଜଣେ ଗୁରୁତର

ରଣପୁର, ୦୭/୦୨ : ଟ୍ରକ୍ ଚାପାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ରଣପୁର ସାନଗଡ଼ ଛକ ନିକଟରେ ମଙ୍ଗଳବାର ସକାଳ ସାଢେ ୯ଟାରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି।

ସୂଚନାନୁଯାୟୀ, ରଣପୁର ସାନଗଡ଼ ଛକ ନିକଟରେ ମଙ୍ଗଳବାର ସକାଳ ସାଢେ ୯ଟାରେ ମଧୁ ବାସନ୍ତୀ ଗଣନାଟ୍ୟର ଏକ ଟ୍ରକ୍ ଦୁଇଜଣଙ୍କୁ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଦମକଳ ସାହାଯ୍ୟରେ ରଣପୁର ଡାକ୍ତରଖାନାକୁ ନିଆଯାଇଛି। ତେବେ ଟ୍ରକ୍‌ଟିକୁ ପିଛା କରି ସ୍ଥାନୀୟ ଲୋକେ ମାଛ ବଜାର ନିକଟରେ କାବୁ କରିଥିଲେ। ମୃତ ବ୍ୟକ୍ତି ଜଣଙ୍କ ନାମ ରଙ୍ଗନାଥ ବାଲିଆରସିଂହ ଜଣା ପଡ଼ିଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ରାମଚନ୍ଦ୍ର ରଥ। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ପୋଲିସ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଥିବା ଜଣା ପଡିଛି।