PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଓଡ଼ିଆ ନିର୍ଦ୍ଦେଶକଙ୍କ ଗୀତଗାଇଲେ ରାନୁ ମଣ୍ଡଳ, ୟୁ ଟ୍ୟୁବ୍‌ରେ ରିଲିଜ୍‌ ହେଲା ମ୍ୟୁଜିକ୍ ଭିଡିଓ…

କଟକ,୨୫/୦୯: ପ୍ରଥମ ଥର ପାଇଁ ଓଡ଼ିଆର ଯୁବ ସଙ୍ଗୀତ ନିର୍ଦ୍ଦେଶକ ମାନସ କୁମାରଙ୍କ ନୂଆ ଆଲ୍‌ବମ୍‌ ଗୀତରେ କଣ୍ଠଦାନ କରିଛନ୍ତି ରାନୁ ମଣ୍ଡଳ । ଏହି ଗୀତର ଟାଇଟେଲ୍‌ ରହିଛି ‘ତେରା ଦିଲ୍‌’ । ଅନେକ ଲୋକପ୍ରିୟ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ମାନସ କିଛି ଦିନ ତଳେ ମୁମ୍ବାଇ ଯାଇ ରାନୁଙ୍କ କଣ୍ଠରେ ଏହି ଗୀତକୁ ରେକର୍ଡ କରିଥିଲେ ।

ଲଭର୍ସ ମ୍ୟୁଜିକ୍‌ ବ୍ୟାନର୍‌ରେ ପ୍ରସ୍ତୁତ ହୋଇଥିବା ଏହି ଗୀତକୁ ପ୍ରଯୋଜନା କରିଛନ୍ତି ପ୍ରଦୀପ କୁମାର । ଏହି ଗୀତଟିକୁ ବିଭୂତି ସ୍ୱାଇଁ ଲେଖିଥିବାବେଳେ ରାନୁଙ୍କ ସହିତ ଏହାକୁ ଗାଇଛନ୍ତି ଯୁବ କଣ୍ଠଶିଳ୍ପୀ ଚିନୁ ଚିନ୍ମୟୀ । ଗୀତରେ ପ୍ରୋଗ୍ରାମିଂ କରିଛନ୍ତି ଶ୍ରୀକାନ୍ତ କୁମାର । ଏହି ଗୀତଟି ୟୁ ଟ୍ୟୁବ୍‌ରେ ରିଲିଜ୍‌ ହେବା ସହିତ ଦର୍ଶକଙ୍କୁ ଏହା ବେଶ ପସନ୍ଦ ଆସିଥିବା ଦେଖିବାକୁ ମିଳିଛି ।