ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ରେ ରଣବୀର ସିଂହଙ୍କ ଏଣ୍ଟ୍ରି, ଏହି ଚରିତ୍ରରେ ଆସିବେ ନଜର

ନୂଆଦିଲ୍ଲୀ ୨୫/୦୫: ଷ୍ଟାଇଲିସ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା୨’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ପ୍ରାୟତଃ ନୂଆ ନୂଆ ଖୁଲାସା ହେଉଛି। ବର୍ତ୍ତମାନ ଆଉ ଏକ ଅପଡେଟ୍ ସାମ୍ନାକୁ ଆସୁଛି। କୁହାଯାଉଛି ବଲିଉଡ୍ ଷ୍ଟାର୍ ରଣବୀର ସିଂହ ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ରଣବୀରଙ୍କ ଚରିତ୍ରର ଡିଟେଲ୍ସ ମଧ୍ୟ ସାମ୍ନାକୁ ଆସିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର ସିଂହ ‘ପୁଷ୍ପା ୨’ ରେ ଏଣ୍ଟ୍ରି କରିଛନ୍ତି ଏବଂ ତାଙ୍କୁ ଏହି ଫିଲ୍ମରେ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିବ। ପୁଷ୍ପା ଜଣେ ପୋଲିସ କର୍ମଚାରୀଙ୍କୁ ଭେଟିବେ, ଯିଏକି ରଣବୀର ହେବେ ଏବଂ ଏହା ପରେ ଫିଲ୍ମରେ ଅନେକ ପରିବର୍ତ୍ତନ ଆସିବ। ଫିଲ୍ମରେ ଅନେକ ଆକ୍ସନ ଏବଂ ଟ୍ୱିଷ୍ଟ ଦେଖିବାକୁ ମିଳିବ।

କିଛି ସମୟ ପୂର୍ବରୁ ପୁଷ୍ପା ୨ ର ଟିଜର ଓ ପୋଷ୍ଟର ରିଲିଜ୍ ହୋଇଥିଲା। ଏହି ପୋଷ୍ଟର ପରେ ଫ୍ୟାନ୍ସଙ୍କ ମଧ୍ୟରେ ଅଧିକ ଉତ୍ସାହ ବଢିଥିଲା। ଫିଲ୍ମର ପ୍ରଥମ ଭାଗରେ ମୁଖ୍ୟ ଭୂମିକାରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫାହାଦ୍ ଫାସିଲ ମୁଖ୍ୟ ଭୂମିକାରେ କରିଥିଲେ। ଫିଲ୍ମର ହିନ୍ଦୀ ଭର୍ସନ ପ୍ରାୟ ୧୦୦ କୋଟି ସଂଗ୍ରହ କରିଥିଲା । ସେହିପରି ଦ୍ୱିତୀୟ ଭାଗ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି।