PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୩୦ ମହିଳାଙ୍କୁ ଯୌନ ନିର୍ଯାତନା; ହାଜତରେ ଯୌନ ରାକ୍ଷସ, ପ୍ରସ୍ତୁତ କରିଥିଲା ଶତାଧିକ ଅଶ୍ଳୀଳ ଭିଡିଓ

ପୁରୀ,୨୨ା୨(ବ୍ୟୁରୋ): ମହିଳା ଓ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ଥିଲା ନିଶା । ପ୍ରେମରେ ଛନ୍ଦିବା ପରେ ବିବାହର ପ୍ରଲୋଭନ । ଆଉ ତା’ ପରେ ସେକ୍ସ । ପ୍ରସ୍ତୁତ ହେଉଥିଲା ସେହି ଦୁର୍ବଳ ମୁହୂର୍ତ୍ତର ଭିଡିଓ । ଏହି ଭିଡିଓ ବଳରେ ସେ ସାଜିଥିଲା ଯୌନ ରାକ୍ଷସ । ର‌୍ୟାକେଟ୍‌ ଚଳାଇବାକୁ ଗଢ଼ିଥିଲା ଗ୍ୟାଙ୍ଗ୍‌ । ଏହାକୁ କରିଥିଲା ରୋଜଗାର ପନ୍ଥା ।
ଶୁକ୍ରବାର ଏହି ସବୁ କେଳେଙ୍କାରୀ ଉପରୁ ହଟିଛି ପରଦା । ଦ୍ୱିତୀୟ ପତ୍ନୀ ବୋଲି ପରିଚୟ ଦେଇ ବନ୍ଦୀ କରି ରଖିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବା ସହ ଏହି ଯୌନ ପିପାସୁକୁ ପିଟିଛନ୍ତି ଲୋକେ । ସେ ସଦର ଥାନା ଅଧୀନ ଗୁଣ୍ଠବନ୍ଧକେରା ବାସୁଦେବପୁର ଗ୍ରାମର ଦୀପକ କୁମାର ସାହୁ (୨୮) । ଉଦ୍ଧାର ମହିଳା ମାଲକାନାଗିରି ଏମ୍‌ଭି-୧୧୯ ଅଞ୍ଚଳର । ସଙ୍କଟାପନ୍ନ ଅବସ୍ଥାରେ ମହିଳାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଲିସ ଦୀପକକୁ ଟେକି ନେଇ କୁମ୍ଭାରପଡ଼ା ଥାନାରେ ଅଟକ ରଖିଛି । ତା’ ଠାରୁ ଏକାଧିକ ଅଶ୍ଳୀଳ ଭିଡିଓ ମଧ୍ୟ ଜବତ କରାଯାଇଛି ।
ଶୁକ୍ରବାର ଅପରାହ୍ନ । ହଠାତ୍‌ କୁମ୍ଭାରପଡ଼ା ଥାନା ଅଧୀନ ଉପର ନୂଆସାହିରେ ଏକ ଭଡ଼ା ଘରୁ ଶୁଭିଥିଲା ଚିତ୍କାର । ଗୁରୁତର ଭାବେ ଅସୁସ୍ଥ ଥିବା ଏହି ମହିଳାଙ୍କ ଉପରେ ଦୀପକ କରୁଥିଲା ଅତ୍ୟାଚାର । ଏହି ସମୟରେ ତାକୁ ଘେରିଯାଇଥିଲେ କିଛି ସ୍ୱେଚ୍ଛାସେବୀଙ୍କ ସହ ସ୍ଥାନୀୟ ଲୋକେ । ଦୀପକକୁ ପିଟିବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ । ପୁଲିସ ଦୀପକକୁ ଟେକି ଆଣିବା ସହ ମହିଳାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ମହିଳାଙ୍କୁ ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଦୀପକଙ୍କୁ ଦ୍ୱିତୀୟ ବିବାହ କରିଥିବା କହିଛନ୍ତି । ୩୦ରୁ ଅଧିକ ମହିଳା, ଯୁବତୀଙ୍କୁ ଜାଲରେ ଫସାଇ ଦୀପକ ଏଭଳି କରିଥିବା ମହିଳା ଜଣକ ପୁଲିସକୁ କହିଛନ୍ତି । ଦୀପକ ମୋବାଇଲ୍‌ରେ ରହିଛି ଶତାଧିକ ଅଶ୍ଳୀଳ ଭିଡିଓ । ଏକାଧିକ ମହିଳା, ଯୁବତୀ ଓ ନାବାଳିକାଙ୍କ ସହ ଭିଡିଓ ରେକର୍ଡିଂ କରାଯାଇଛି । ଦୀପକ ସହ ଆଉ ୩ ଜଣ ଯୁବକ ଥିବା ସୂଚନା ମିଳିଛି । ସେମାନେ ନିରାଶ୍ରିତ ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ । ପ୍ରଲୋଭନ ଦେଖାଇ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ବନ୍ଧ ରଖି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିଲେ । ପରେ ଏହି ଭିଡିଓ ମାଧ୍ୟମରେ ସେମାନେ ପୀଡ଼ିତାଙ୍କୁ ଧମକ ଦେଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି ।
ଏଟିଏମ୍‌ର ବିଭିନ୍ନ କାର୍ଯ୍ୟ କରୁଥିବା ଏକ ଠିକା ସଂସ୍ଥାରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରେ ଦୀପକ । ୧୦ବର୍ଷ ତଳେ ବିବାହ କରିଥିବା ପ୍ରଥମ ପତ୍ନୀଙ୍କ ୨ଟି ପୁଅ ଝିଅ ଅଛନ୍ତି । ସେମାନେ ଗାଁରେ ରହୁଥିବାବେଳେ ଦୀପକ ନିଜ କର୍ମରେ ବ୍ୟସ୍ତ ରହୁଥିଲା । ଗତ ବର୍ଷ ସେ ଦ୍ୱିତୀୟ ବିବାହ କରିଛି । ମାଲକାନଗିରିର ଏହି ମହିଳା ଜଣକ ନିମାପଡ଼ାରେ ଏକ ସଂସ୍ଥାରେ ଚାକିରି କରୁଥିଲେ । ସେ ସ୍ୱାମୀ ପରିତ୍ୟକ୍ତା ଥିବାବେଳେ ଦୀପକ ତାଙ୍କୁ ଫସାଇଥିଲା । କୋର୍ଟ ମ୍ୟାରେଜ୍‌ କରି ସେ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲା । କିଛିଦିନ ତଳେ ମହିଳା ଜଣକ ରେଳ ଷ୍ଟେସନ୍‌ରେ ବସିଥିବାବେଳେ ଜଣେ ସ୍ୱେଚ୍ଛାସେବୀଙ୍କୁ ଏସମ୍ପର୍କରେ ଜଣାଇଥିଲେ । ପରେ କୌଶଳ କ୍ରମେ ଦୀପକର ମୋବାଇଲ୍‌ରୁ କିଛି ଭିଡିଓ ସ୍ୱେଚ୍ଛାସେବୀଙ୍କୁ ପଠାଇଥିଲେ । ସ୍ୱେଚ୍ଛାସେବୀମାନେ ଦୀପକକୁ ବୁଝାସୁଝା କରି ଏସବୁରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପରିବର୍ତ୍ତନ ବଦଳରେ ଦୀପକ ଦ୍ୱିତୀୟ ପତ୍ନୀ ଉପରେ ନିର୍ଯାତନା ଆରମ୍ଭ କରିଥିଲା ।
ଦୀପକ କହିଛି, ଏସବୁ ନିଜ ଖୁସି ପାଇଁ କରିଥିଲା । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କରି ନାହିଁ କିମ୍ବା ବାହାରକୁ ଭିଡିଓଗୁଡ଼ିକ ଛାଡ଼ିନଥିବା କହିଛି ।