ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପହଲଗାମ ଆତଙ୍କୀ ଘଟଣା , ଘୁଞ୍ଚିଲା ବାଦଶାହଙ୍କ ମ୍ୟୁଜିକ ଲଞ୍ଚ ଡେଟ୍

Published By : Anindita Ratha | April 24, 2025 2:18 PM

ନୂଆଦିଲ୍ଲୀ,୨୪/୦୪: ପହଲଗାମ ଆତଙ୍କୀ ହମଲାରେ ଭୟରେ ପୂରା ଦେଶ। ସମସ୍ତେ ଏହି ଘଟଣାକୁ ନେଇ ବେଶ ଦୁଃଖିତ  । ଆଉ ଏହାରି ମଧ୍ୟରେ ଜଣାଶୁଣା ରାପର୍ ଓ ଗାୟକ ବାଦଶାହ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି । ଆଉ ନିଜ ମ୍ୟୁଜିକ ଲଞ୍ଚ ତାରିଖକୁ ଘୁଞ୍ଚାଇ ଦେଇଥିବା ଜଣାପଡ଼ିଛି। 

ଏହି ଘଟଣାକୁ ନେଇ ଗାୟକ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ  କହିଛନ୍ତି ଯେ, ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ହୃଦୟବିଦାରକ ଘଟଣା ପାଇଁ ଆମେ ମର୍ମାହତ।  ଏହି କଠିନ ସମୟରେ ପିଡ଼ୀତଙ୍କ ପରିବାର ଓ ପୂରା ଦେଶ ସହିତ ଆମେ ଏକାଠି ଛିଡ଼ା ହେଇଛୁ। ସମ୍ମାନର ପ୍ରତୀକ ଓ ଏହି ଘଟଣାର ଗମ୍ଭୀରତାର ସ୍ବିକାର କରି ମୁଁ ମୋର ଗୀତ  ରିଲିଜ ତାରିଖକୁ ଘୁଞ୍ଚାଇବା ନେଇ ନିଷ୍ପତି ନେଇଛି। 

ଏହା ମଧ୍ୟ ପଢନ୍ତୁ- ୱାଶିଂଟନ୍ ଫେରିଗଲେ ଆମେରିକା ଉପରାଷ୍ଟ୍ରପତି, ଜୟପୁର ସିଟି ପ୍ୟାଲେସ୍ କାର୍ଯ୍ୟକ୍ରମ ରଦ୍ଦ

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ,ଗତ ୨୨ ତାରିଖରେ ପହଲଗାମରେ ଯାହା ହେଲା। ଏଥିରେ ନା କେବଳ ଲୋକଙ୍କ ଜୀବ ଯାଇଛି ବରଂ ପୂରା ଭାରତବର୍ଷର ପିଠି ଉପରେ ମଧ୍ୟ ଗଭୀର ଆଘାତ ଲାଗିଛି। ଏବେ ପ୍ରତିଟି ବ୍ୟକ୍ତି ନ୍ୟାୟ ଦାବି କରୁଛନ୍ତି। ଆଉ ଖୁବଶୀଘ୍ର ମଧ୍ୟ ଏହାର ହିସାବ ନିଆଯିବ। ଘଟଣା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନଥିଲେ । ଯଦିଓ  ମୋଦି ନିଜର ସାଉଦି ଗସ୍ତ ରଦ୍ଦ କରିଥିଲେ ଓ ତତ୍କାଳ ଭାରତ ଆସିଥିଲ । କିନ୍ତୁ ଭାରତ ଆସିବା ପରେ ପାକିସ୍ତାନ ପ୍ରତି ଶକ୍ତ ପଦକ୍ଷେପ ନେଇଛନ୍ତି । ଏଥିସହ ପାକିସ୍ତାନର ହୁକ୍କା-ପାଣି ବନ୍ଦ କରି ଦିଆଯାଇଛି। ତେବେ ଏବେ ଦେଖିବାକୁ ବାକି ରହିଲା ଯେ, ଭାରତ ଏହାର ଜବାବ କିପରି ଦେଉଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.