PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର, ମହିଳାଙ୍କ ଛାତିରେ ଲାଗିଲା ଟାଇଟାନିୟମ୍‌ ପଞ୍ଜରା

କଟକ,୦୧/୦୭: ଏସ୍‌ସିବି ମେଡିକାଲ୍‌ ଏକ ବିରଳ ରେକର୍ଡ ସ୍ଥାପନ କରିଛି । ଜଣେ ମହିଳାଙ୍କ କ୍ଷେତ୍ରରେ ଜଟିଳ ଅପରେସନ କରାଯାଇ ତାଙ୍କ ଛାତିରେ ଟାଇଟାନିୟମ୍‌ ଧାତୁରେ ପ୍ରସ୍ତୁତ ପଞ୍ଜରା ଲଗାଯାଇଛି । ଅପରେସନର ନାମ ହେଉଛି ଟ୍ରାନ୍ସ ଥୋରାସିକ୍‌ ସ୍ପାଇନାଲ୍‌ ଫିକ୍ସେସନ୍‌। ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ନ୍ୟୁରୋସର୍ଜରୀ, ହୃଦ୍‌ବକ୍ଷଶଲ୍ୟ ଓ ନିଶ୍ଚେତକ ବିଭାଗର ଡାକ୍ତରମାନଙ୍କୁ ନେଇ ଗଠିତ ୯ ଜଣିଆ ଡାକ୍ତରୀ ଟିମ୍‌ ସାଢ଼େ ୭ ଘଣ୍ଟା ଧରି ଅପରେସନ୍‌ କରି ମହିଳାଙ୍କ ଛାତିରେ ଲଗାଇଛନ୍ତି ଟାଇଟାନିୟମ ପଞ୍ଜରା । ସିଲିଣ୍ଡରାକୃତିର ଏହି ପଞ୍ଜୁରି ସଂପ୍ରସାରଣ ହୋଇପାରିବ । ଡାକ୍ତରମାନେ ରୋଗୀଙ୍କ ଛାତି ଭିତର ଦେଇ ଯାଇ ବଙ୍କା ହୋଇଯାଇଥିବା ହାଡ଼କୁ ଡ୍ରିଲ୍‌ ମେସିନ୍‌ ଦ୍ୱାରା କାଟି ତା ଭିତରେ ଟାଇଟାନିୟମ ଧାତୁରେ ପ୍ରସ୍ତୁତ ପ୍ରସାରଣକ୍ଷମ ଏକ ପଞ୍ଜରା ଲଗାଯାଇଛି। ଏହା ଦ୍ୱାରା ମାଂସପେଶୀ ସଂପ୍ରସାରିତ ହୋଇପାରିବ ଓ ରୋଗୀ ଚଳପ୍ରଚଳ କରିବ ବୋଲି ପ୍ରଫେସର ଡାକ୍ତର ମିଶ୍ର କହିଛନ୍ତି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଏହି ୩୦ ବର୍ଷ ବୟସ୍କା ମହିଳା ଜଣକ ୨୦୧୮ ମସିହାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଅଣ୍ଟାହାଡ଼ ମାଡ ହୋଇଯାଇଥିଲା । ଯାବତୀୟ ଚିକିତ୍ସା ସତ୍ତେ୍ୱ ଦିନକୁ ଦିନ ଯନ୍ତ୍ରଣା ବଢିବା ସହିତ ମହିଳା ଜଣକ ଗତ ୬ ମାସ ହେବ ଚଲାବୁଲା କରିବାରେ ଅକ୍ଷମ ହୋଇଥିଲେ । ଏହାପରେ ପିଠିରେ ଏକ ହାଡ କୁଜ ଭଳି ବାହାରିଥିଲା । ଏଭଳି ଅସ୍ୱାଭାବିକ ଅବସ୍ଥା ଦେଖି ମହିଳା ଜଣକ ଚିକିତ୍ସା ପାଇଁ ଏସ୍‌ସିବିକୁ ଆସିଥିଲେ ।

ଏମ୍‌ଆର୍‌ଆଇ କରାଯିବାରୁ ଜଣାପଡିଥିଲା ଯେ, ମହିଳାଙ୍କ ମେରୁଦଣ୍ଡର ଛାତି ପଛପଟ ଅଂଶରେ ଥିବା ୬ ନମ୍ବର ହାଡ଼ ଚାପି ହୋଇ ନଷ୍ଟ ହୋଇଯିବା ସହିତ ୫ ନମ୍ବର ହାଡ ୭ ନମ୍ବର ହାଡ ଉପରକୁ ବଙ୍କା ହୋଇ ଚଢିଯାଇଛି । ଏହାଦ୍ୱାରା ହାଡ ଭିତରେ ଥିବା ସୁଷମ୍ନାକାଣ୍ଡରୁ ଗୋଡ ଓ ହାତକୁ ଆସିଥିବା ସ୍ନାୟୁ ଚାପି ହୋଇଯିବାରୁ ମହିଳାଙ୍କ ଦୁଇ ଗୋଡ ଅଚଳ ହୋଇଯାଇଥିଲା । ଏମ୍‌ଆର୍‌ଆଇରୁ ରୋଗ ଧରାପଡିବା ପରେ ପ୍ରଫେସର ଡାକ୍ତର ମିଶ୍ର ରୋଗୀଙ୍କୁ ନିଜ ୟୁନିଟ୍‌ରେ ଆଡମିସନ କରି ଅପରେସନ ପାଇଁ ସଜବାଜ ହୋଇଥିଲେ । ଏଥିପାଇଁ ୯ ଜଣିଆ ଡାକ୍ତରୀ ଟିମ୍‌ ଡାକ୍ତର ମିଶ୍ର ଗଠନ କରିଥିଲେ । ଗୁରୁବାର ସକାଳ ୯ ଟାରେ ରୋଗୀଙ୍କୁ ଓଟିକୁ ନିଆଯାଇ ଦିନ ୧୦ଟାରେ ଅପରେସନ ଆରମ୍ଭ କରାଯାଇଥିଲା ।