PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଜଟିଳ ଅସ୍ତ୍ରୋପଚାର ଦ୍ୱାରା ୭୩ ବର୍ଷୀୟା ରୋଗୀଙ୍କ ଜୀବନ ରକ୍ଷା କଲେ ସମ୍ ଅଲ୍ଟିମେଟ୍‌ର ସର୍ଜନ

ଭୁବନେଶ୍ୱର ୨୫/୫: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍‌ ଅଲ୍ଟିମେଟ ମେଡିକେୟାରର ସର୍ଜନ୍‌ । ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍‌ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ ଦେଇଥିଲେ । ଅମ୍ବିକା ପାତ୍ର ନାମକ ଏହି ବୟସ୍କା ମହିଳାଙ୍କର ଦୀର୍ଘ ୧୫ ବର୍ଷ ହେବ ବେକରେ ଫୁଲା ସହିତ ଯନ୍ତ୍ରଣା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଉଥିଲା । ସେ ଅନେକ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଯାଇଥିଲେ ମଧ୍ୟ ତାଙ୍କ ଅସୁସ୍ଥତାର ନିରାକରଣ ହୋଇପାରି ନଥିଲା ।

ସମ୍ ଅଲ୍ଟିମେଟ୍‌କୁ ଚିକିତ୍ସା ପାଇଁ ଆସିବା ପରେ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା ଡିଜିଟାଲ ସବ୍‌ଷ୍ଟ୍ରାକ୍ସନ୍‌ ଆନ୍‌ଜିଓଗ୍ରାଫି (ଡିଏସ୍‌ଏ) ମାଧ୍ୟମରେ ପରୀକ୍ଷା କରି ମହିଳା ଜଣକ ଆର୍ଟେରିଓଭେନସ୍‌ ମାଲ୍‌ଫର୍ମେସନ୍‌ (ଏଭିଏମ୍‌) ସମସ୍ୟାରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ । ସେହିପରି ରେଡିଓଲୋଜିଷ୍ଟ ଡାକ୍ତର ଗୋଲକ ପାସା ଏମ୍‌ଆର୍‌ଆଇ ମାଧ୍ୟମରେ ଏହି ରୋଗକୁ ଚିହ୍ନଟ କରିଥିଲେ । ସମ୍ ଅଲ୍ଟିମେଟ୍‌ର ପ୍ଲାଷ୍ଟିକ୍‌ ଓ କସ୍‌ମେଟିକ୍‌ ସର୍ଜନ୍‌ ଡାକ୍ତର ଉନ୍ମେଶ କୁମାର ଜେନା ରୋଗୀଙ୍କର ପରୀକ୍ଷା କରିବା ପରେ ଏହି ଜଟିଳ ଅସ୍ତ୍ରୋପଚାର କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ମାଇକ୍ରୋସର୍ଜରୀ କରିବାରେ ଅଭିଜ୍ଞ ଡାକ୍ତର ଜେନା ଗତ ଶନିବାର ଦିନ ଦୀର୍ଘ ୩ ଘଣ୍ଟା ଧରି ସଫଳତାର ସହ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ । ଏହା ଏକ ବିରଳ ସମସ୍ୟା ଏବଂ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକ ନିକଟରେ ଏହା ଚିହ୍ନଟ ହୋଇଥାଏ ବୋଲି ଡାକ୍ତର ଜେନା କହିଛନ୍ତି ।

ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିଲା କାରଣ ଏହି ସମୟରେ ଅତ୍ୟଧିକ ରକ୍ତସ୍ରାବ ଏବଂ ରୋଗୀର ଜୀବନହାନିର ମଧ୍ୟ ଆଶଙ୍କା ରହିଥିଲା । ଯେଉଁଥିପାଇଁ ଅନ୍ୟ ହସ୍ପିଟାଲ୍‌ ଏହି ଅସ୍ତ୍ରୋପଚାର କରିବାକୁ ନ ଚାହିଁବାର ଏକ ସମ୍ଭାବ୍ୟ କାରଣ । ଅସ୍ତ୍ରୋପଚାର ପୂର୍ବରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ବିସ୍ତୃତ ଭାବେ ଏହି ବିଷୟରେ ବୁଝାଇ ଦିଆଯାଇଥିଲା ଏବଂ ପରିବାର ପକ୍ଷରୁ ଏକ ହାଇ ରିସ୍କ ବଣ୍ଡରେ ମଧ୍ୟ ଦସ୍ତଖତ କରାଯାଇଥିଲା । ଏହି ରୋଗୀଙ୍କ କ୍ଷେତ୍ରରେ ସୁପରିଅର୍‌ ଥାଇରଏଡ ଆର୍ଟେରୀ ଓ ଏକ୍ସଟରନାଲ୍‌ ଜୁଗୁଲାର ଭେନ୍‌ ଏକତ୍ର ହୋଇ ସମସ୍ୟା ସୃଷ୍ଟି କରିଥାଏ ଓ ଏହାକୁ କାଢ଼ି ବାହାର କରିବା ଦରକାର ହୁଏ । ଏହି ଅସ୍ତ୍ରୋପଚାରରେ ରକ୍ତସ୍ରାବର ସମସ୍ୟା ହୋଇନଥିଲା । ଅପରେସନ୍‌ ପରେ ରୋଗୀଙ୍କର ବେକରେ ଯନ୍ତ୍ରଣା କମିଯାଇଥିବା ବେଳେ ମୁଣ୍ଡ ବିନ୍ଧା, ବାନ୍ତି ଇତ୍ୟାଦି ମଧ୍ୟ ବନ୍ଦ ହୋଇଯାଇଛି । ରୋଗୀ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ।