ଜୋହାନ୍ସବର୍ଗ,୦୬/୦୨: ଆଫଗାନିସ୍ତାନର ଅଭିଜ୍ଞ ଲେଗ ସ୍ପିନର ରସିଦ ଖାନଙ୍କ ନାମରେ  ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି ।  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ସେ ସର୍ବାଧିକ ୱିକେଟ ହାସଲ କରିବାରେ ରେକର୍ଡ କରିଛନ୍ତି । ଏହି  ଫର୍ମାଟ୍‌ (ଅନ୍ତର୍ଜାତୀୟ ଓ ଲିଗ୍‌କୁ ମିଶାଇ)ରେ ସେ ମୋଟ୍‌ ୬୩୨ଟି ୱିକେଟ୍‌ ଅକ୍ତିଆର  କରିସାରିଛନ୍ତି । ପୂର୍ବରୁ ଏହି ରେକର୍ଡ ୱେଷ୍ଟ  ଇଣ୍ଡିଜ୍‌ର ଡ୍ୱେନ ବ୍ରାଭୋଙ୍କ ନାମରେ ରହିଥିଲା ।  ସେ ଏହି ଫର୍ମାଟ୍‌ରେ ୬୩୧ଟି ୱିକେଟ୍‌  ନେଇଥିଲେ । 

ଚଳିତ ଏସ୍‌ଏ୨୦ ଟୁର୍ଣ୍ଣାମେଣ୍ଟର  ପ୍ରଥମ କ୍ୱାଲିଫାୟରରେ ୨ଟି ୱିକେଟ୍‌ ନେଇ  ବ୍ରାଭୋଙ୍କୁ ଅତିକ୍ରମ କରିଥିଲେ । ସର୍ବାଧିକ  ୱିକେଟ୍‌ ତାଲିକାରେ ସୁନୀଲ ନାରାଏନ୍‌ (୫୭୪  ୱିକେଟ୍‌) ତୃତୀୟ, ଇମ୍ରାନ ତାହିର ଚତୁର୍ଥ  (୫୩୧ୱିକେଟ୍‌) ଓ ସାକିବ ଅଲ୍‌ ହାସନ  ପଞ୍ଚମ(୪୯୨ ୱିକେଟ୍‌) ସ୍ଥାନରେ ରହିଛନ୍ତି ।