PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଏହି ରାଶିର ଲୋକଙ୍କ ପାଇଁ ଗୁରୁବାର ରହିଛି ଭଲ ଦିନ, ସବୁ କାର୍ଯ୍ୟରେ ମିଳିବ ସଫଳତା

ମେଷ: ଏକାଦଶ ଚନ୍ଦ୍ର, ଗୁରୁବାର ଓ ସକାଳ ୬ଟା ୧୨ ମିନିଟ୍‌ ପରେ ବୃହସ୍ପତିଙ୍କ ନକ୍ଷତ୍ର ଯୋଗୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ ଧନ, ସମ୍ପଦ, ପ୍ରାର୍ଚ୍ୟୁ ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାତପାଆନ୍ତାରେ ଉପଲବ୍ଧ ହେବ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୩, ଆରାଧନା: ମା’ ବଗଳାମୁଖୀ ।

ବୃଷ: କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ପ୍ରାପ୍ତି ହେବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ ଗାୟତ୍ରୀ ।

ମିଥୁନ: ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଥା ଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କା, କି, କେ, କୋ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୬, ଆରାଧନା: ଭଗବାନ ବିଷ୍ଣୁ ।

କର୍କଟ: ଅଷ୍ଟମ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ ବ୍ୟବହାର ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟଠାରୁ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ। ଯେଉଁମାନଙ୍କର ପୁନର୍ବସୁ କର୍କଟ ଓ ଯାହାର ପ୍ରଥମ ନାମାକ୍ଷର ହା, ହି ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ମା’ ଭୁବନେଶ୍ୱର ।

ସିଂହ: ସ୍ତ୍ରୀସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ । କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ ଏବଂ ପୁତ୍ର, କନ୍ୟାଙ୍କର ମାଙ୍ଗଳିକ କର୍ମର ବନ୍ଦୋବସ୍ତ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଦମ୍ପତ୍ୟ ଜୀବନ ମଧୁର ହେବ ଏବଂ ଦେହ ମନ ସୁସ୍ଥ ରହିବ । ଯେଉଁମାନଙ୍କର ପୂର୍ବା ପାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୬, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣେଇବେ । ପରୋପକାର, ସମାଜସେବା ଓ ଧାର୍ମିକ କାର୍ଯ୍ୟରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ  ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହାୟତା ଓ କର୍ମସ୍ଥାନର ସମସ୍ତ ପ୍ରତିବନ୍ଧକ ଦୂର ହେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଫି, ସଂଖ୍ୟା: ୪, ଆରାଧନା: ମା’ ଭୈରବୀ ।

ତୁଳା: ପଞ୍ଚମ ଚନ୍ଦ୍ର ଓ ଘାତବାର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ପ୍ରାପ୍ତି ହେବ । ଶରୀର ସୁସ୍ଥ ରହିବ ଏବଂ ଆପଣଙ୍କର ବାକ୍‌ ବିଚକ୍ଷଣତା ପ୍ରକାଶ ପାଇବ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୧୨, ଆରାଧନା: ମା’ ସମଲେଶ୍ୱରୀ ।

ବିଛା: ଚତୁର୍ଥ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ସ୍ୱଜନରେ କଥାବାର୍ତ୍ତା ଏବଂ ବନ୍ଧୁ, ସହକର୍ମୀଙ୍କ ସହ ମିଳାମିଶା ବେଳେ ସତର୍କ ରହିବେ । ଗୁରୁଜନଙ୍କ ସହ ବିବାଦ, ପରିବାରରେ ମତାନ୍ତର ଏବଂ କ୍ଷମତାଶାଳୀ, ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ଏବଂ ପରିବହନରେ କ୍ଷତି ଅଧିକ ହେବ । ଧନକୁ ନେଇ ବିବାଦ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । କର୍ମରେ ବିଫଳତା ଓ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ । ଯେଉଁମାନଙ୍କର ବିଶାଖା ବିଛା ଓ ଯାହାର ପ୍ରଥମ ନାମାକ୍ଷର ‘ତୋ’ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୩, ଆରାଧନା: ପ୍ରଭୁ ହନୁମାନ ।

ଧନୁ: ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧାଭାବ ପ୍ରକାଶ ପାଇବ । ସୁଖବର, ସୁସମ୍ବାଦ ମିଳିବ ଏବଂ ଆପଣଙ୍କର ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ବିକାଶ ଘଟିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମୟାନୁବର୍ତ୍ତିତା ଦେଖାଦେବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧୧, ଆରାଧନା: ମା’ ତାରା ।

ମକର: ଧନ ଓ ଆୟ ପ୍ରତି ମନରେ ଅଧିକ ଆଗ୍ରହ ରହିବ। ଯେତେ ଆୟ ଓ ଧନ ମିଳିଲେ ମଧ୍ୟ ମନରେ ସନ୍ତୋଷଭାବ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଆକସ୍ମିକ ଧନଲାଭ ଏବଂ କୌଣସି ବିଶେଷ ସୂତ୍ରରୁ ଧନ ମିଳିପାରେ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ଅସମାହିତ ସମସ୍ୟା ଦେଖାଦେଇପାରେ। ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ। ଶୁଭରଙ୍ଗ: କଳା, ସଂଖ୍ୟା: ୩, ଆରାଧନା: ମା’ ଦୁର୍ଗା ।

କୁମ୍ଭ: ଘାତବାର ଓ ଶ୍ରୀଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ। ସ୍ୱଜନରେ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ମନ ପ୍ରଫୁଲ୍ଲ ରହିବ ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ମିଳିବ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା : ୬, ଆରାଧନା: ମା’ ଚଣ୍ଡୀ ।

ମୀନ: ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ପ୍ରକାଶ ପାଇବ। ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅନ୍ୟମନସ୍କତା କାରଣରୁ ଆପଣ ଅସୁବିଧାରେ ପଡ଼ିପାରନ୍ତି । ନିଶ୍ଚିତତାକୁ ଛାଡ଼ି ଅନିଶ୍ଚିତତା ପଛରେ ପଡ଼ିବେ ଏବଂ ସମସ୍ତ କର୍ମରେ ବିଫଳତା ଓ ଅଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦା, ଦି ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା : ୭, ଆରାଧନା: ମା’ ଧୂମାବତୀ।