PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ରଶ୍ମିରେଖା ମୃତ୍ୟୁ ଘଟଣା ଭିନ୍ନ ମୋଡ଼: ୩ ମାସର ଗର୍ଭବତୀ ଥିଲେ ଅଭିନେତ୍ରୀ, ପୁଲିସ୍‌କୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ଖବର ଶୁଣି ଛୁ…

ଭୁବନେଶ୍ୱର,୨୩/୦୬: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ବିସ୍ଫୋରକ ତଥ୍ୟ ସାମନାକୁ ଆସିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଏହି ଖବର ଜଣାପଡ଼ିବା ପରେ ପୁଲିସ୍‌କୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ନୂଆପଲ୍ଳୀ ଥାନା ପୁଲିସ୍‌ ୨ଟି ଟିମ୍‌ ଗଠନ କରିଛି ।

ଗତ ଶନିବାର ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ହୋଇଥିଲା । ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଅଭିନେତ୍ରୀ ରଶ୍ମିରେଖା ୧୨ରୁ ୧୪ ସପ୍ତାହ ଗର୍ଭବତୀ ଥିଲେ । ଏ ସଂପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ଉକ୍ତ ରିପୋର୍ଟ ଗୁରୁବାର କମିଶନରେଟ୍‌ ପୁଲିସ୍‌କୁ ହସ୍ତାନ୍ତର କରାଯିବ । ଏହି ଘଟଣା ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି । ପୁଲିସ୍‌ ପୂର୍ବରୁ ଦେଇଥିବା ସୂଚନା ମୁତାବକ ରଶ୍ମିରେଖାଙ୍କ ମୃତ୍ୟୁର ୪୫ ଦିନ ପୂର୍ବରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍‌ ହୋଇଥିଲା । ସେଥିରୁ ଜଣାପଡୁଛି ରଶ୍ମିରେଖା ଗର୍ଭବତୀ ହେବାପରେ ଜିଦ୍‌ ଧରିଥିଲେ ବିଧିମତେ ବାହା ହେବାକୁ । ତେବେ ପୁରୁଷ ବନ୍ଧୁ ସନ୍ତୋଷ ରାଜି ନଥିଲେ ।

ସେଥିପାଇଁ କୋର୍ଟ ମ୍ୟାରେଜ୍‌ କରି ଥାଇପାରନ୍ତି । ଅନ୍ୟ ପକ୍ଷରେ ଏକାଠି ରହିବା ପରେ ପ୍ରଥମ ପ୍ରେମିକ ରାଜାଙ୍କ ସହ ରଶ୍ମିରେଖାଙ୍କ ମିଳାମିଶା, ଫୋନ୍‌ରେ କଥା ହେବା ସନ୍ତୋଷଙ୍କର ପସନ୍ଦ ନଥିଲା । ସନ୍ତୋଷ ଅନେକ ଥର ରଶ୍ମିରେଖାଙ୍କ ଚରିତ୍ର ସଂହାର କରିଥିଲେ । ଯାହାର କିଛି ଅଡିଓ ପୁଲିସ୍‌ ହାତରେ ଲାଗିଛି । ରଶ୍ମିରେଖା ଗର୍ଭବତୀ ଥାଇ କ’ଣ ପାଇଁ ଆତ୍ମହତ୍ୟା କଲେ ସେ ବିଷୟରେ ପୁଲିସ୍‌ କିଛି ଟେର ପାଇନାହିଁ । ସବୁଠାରୁ ବଡ଼ କଥା ହେଲା ରଶ୍ମିରେଖାଙ୍କ ବାପା ଏ ବିଷୟରେ ଜାଣି ମଧ୍ୟ ପୁଲିସ୍‌କୁ କୌଣସି ସୂଚନା ଦେଇନଥିଲେ ।

ସେପଟେ ସନ୍ତୋଷ ସହ ପୁଲିସ୍‌ ଫୋନ୍‌ରେ ଯୋଗାଯୋଗ କରିଥିଲା । ସେ ରାଉରକେଲାରେ ଥିଲେ ବୋଲି ନୂଆପଲ୍ଲୀ ଥାନା ପୁଲିସକୁ କହିଥିଲେ । ସେ ଥାନାକୁ ଆସି ଏହି ମାମଲାରେ ପୁଲିସକୁ ସହାୟତା କରିବେ ବୋଲି ମଧ୍ୟ କହିଥିଲେ । ହେଲେ ଏବେ ସେ ଫେରାର ହୋଇଯାଇଛନ୍ତି । ତାଙ୍କ ଫୋନ ସ୍ୱିଚ୍‌ ଅଫ୍‌ ଅଛି । ତାଙ୍କର କୌଣସି ପତ୍ତା ମିଳୁନାହିଁ । ଯାହାକୁ ନେଇ ପୁଲିସ୍‌ ପାଇଁ ସମସ୍ୟା ବଢ଼ିଛି । ସନ୍ତୋଷ ଧରାପଡିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି । ଅନ୍ୟ ପକ୍ଷରେ ରାଜା ମଧ୍ୟ ଏପର୍ଯ୍ୟନ୍ତ ଥାନାକୁ ଆସିନାହାନ୍ତି ।