ନୂଆଦିଲ୍ଲୀ, ୨୬/୨ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାଉଥ୍ ଫିଲ୍ମ ଜଗତର ଜଣାଶୁଣା ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନା । ନିକଟରେ ଉଦୟପୁରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ଦମ୍ପତ୍ତି ନିଜର ଫଟୋ ପୋଷ୍ଟ କରିଥିବାବେଳେ ଏହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହାକୁ ବିପୁଳ ମାତ୍ରାରେ ଲାଇକ୍ କରିଥିବା ସହ କମେଣ୍ଟରେ ଶୁଭେଚ୍ଛା ଜଣାଉଛନ୍ତି ।
ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିବାବେଳେ ଏହି ଯୋଡ଼ିଙ୍କ ବିବାହ ଫଟୋ ଏବେ ସବୁଠାରୁ ଅଧିକ ଲାଇକ୍ କରାଯାଇଛି । ଉଭୟଙ୍କ ଆଇଡିରୁ ପୋଷ୍ଟକୁ ୨୯ ମିଲିୟନରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ରଶ୍ମିକାଙ୍କ ପୋଷ୍ଟରେ ୧୬ ମିଳିୟନ ଏବଂ ବିଜୟଙ୍କ ପୋଷ୍ଟରେ ୧୩ ମିଲିୟନରୁ ଅଧିକ ଲାଇକ୍ ଆସିଛି । ଯାହାକି ବାକି ସେଲିବ୍ରିଟିଙ୍କଠାରୁ ବହୁ ଅଧିକ ।
ଏହାପୂର୍ବରୁ ଆଗରେ ରହିଥିଲେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କାଏରା ଆଡଭାନୀ । ସେମାନଙ୍କ ଫଟୋକୁ ୨୭ ମିଲିୟନ ଲାଇକ୍ ମିଳିଥିଲା । ସିଦ୍ଧାର୍ଥଭ୍କ ପୋଷ୍ଟରେ ୧୬ ମିଲିୟନ ଏବଂ କାଏରାଙ୍କ ପୋଷ୍ଟରେ ୧୧ ମିଳିୟନ ଲାଇକ୍ ମିଳିଥିଲା । ଏମାନେ ୨୦୨୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପୋଷ୍ଟରେ ୧୪ ମିଲିୟନ୍ ୟୁଜର୍ସ ଲାଇକ୍ କରିଥିଲେ । ୨୦୨୨ ମସିହାରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ୨୦୨୧ ମସିହାରେ ବିବାହ କରିଥିବାବେଳେ ସେମାନଙ୍କ ବିବାହ ଫଟୋରେ ୧୨ ମିଲିୟନ ଲାଇକ୍ ମିଳିଥିଲା ।
୨୦୨୩ ମସିହାରେ କ୍ରିକେଟର କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିୟାଙ୍କ ବିବାହ ହୋଇଥିଲା । ସୁନୀଲ ସେଟ୍ଟୀଙ୍କ ଝିଅଙ୍କୁ ବାହାହୋଇ ଚର୍ଚ୍ଚାରେ ରହିଥିଲେ କେ.ଏଲ ରାହୁଲ । ତେବେ ସେମାନଙ୍କ ବିବାହ ଫଟୋ ଇନଷ୍ଟଗ୍ରାମରେ ପୋଷ୍ଟ କରିଥିବାବେଳେ ୮ ମିଲିୟନ ଲାଇକ୍ ମିଳିଥିଲା ।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ ମସିହାରେ ହାତକୁ ଦୁଇହାତ ହୋଇଥିଲେ । ସେହି ସମୟରେ ଇନଷ୍ଟାଗ୍ରାମରେ ଏହି ସେଲିବ୍ରିଟି ଯୋଡ଼ିଙ୍କୁ ମିଳିଥିଲା ୭.୮ ମିଲିୟନ୍ ଲାଇକ୍ ।
ଏହାସହ ପଢ଼ନ୍ତୁ : କାମ ଦେଲା ସୂର୍ଯ୍ୟ-ଗମ୍ଭୀରଙ୍କ ପ୍ଲାନ୍, ଏହି କାରଣରୁ ଫର୍ମ ଫେରିପାଇଲେ ଅଭିଶେକ