ନୂଆଦିଲ୍ଲୀ, ୨୭/୨ : ଟିମ୍ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ତଥା ଟି-୨୦ କ୍ରିକେଟର ନମ୍ବର ଓ୍ବାନ୍ ବ୍ୟାଟର ଭାବେ ଜଣାଶୁଣା ଅଭିଶେକ ଶର୍ମାଙ୍କ ବ୍ୟାଚ ଟି-୨୦ ବିଶ୍ବକପରେ ଧିମା ଥିଲା । ଏମିତି ସେ ପ୍ରଥମ ତିନି ମ୍ୟାଚରେ ଖାତା ନଖୋଲି ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ସୁପର-୮ରେ ଜିମ୍ବାଓ୍ବେ ବିପକ୍ଷରେ କିନ୍ତୁ ତାଙ୍କ ବ୍ୟାଟ୍ ଗର୍ଜିଛି । ସେ ୩୦ ବଲରୁ ୫୫ ରନର ପାଳି ଖେଳିଛନ୍ତି । ଫର୍ମରୁ ବାହାରେ ଥିବା ଅଭିଶେକ ଶର୍ମା କେମିତି ପୁଣି ଫର୍ମ ଫେରିପାଇଲେ ଏହାକୁ ନେଇ ଚର୍ଚ୍ଚା ହେଉଛି । ତେବେ ସେ ପର୍ମକୁ ଫେରିବା ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କରିଥିବା ଯୋଜନା ସଫଳ ହୋଇଛି ବୋଲି କୁହାଯାଉଛି ।

ଇଶାନ କିଷନଙ୍କ ବଦଳରେ ସଞ୍ଜୁଙ୍କ ସହ ଓପନିଂ ଆରମ୍ଭ କରିଥିଲେ ଅଭିଶେକ ଶର୍ମା । ବାମ-ଡାହାଣ କମ୍ବିନେସନ ପାଇଁ ଏମିତି ଯୋଜନା କରାଯାଇଥିଲା । ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ଓପନିଂ କରିଥିବାବେଳେ ବିପକ୍ଷ ଦଳ ଅପସ୍ପିନରଙ୍କ ଲଗାଇ ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇଥିଲେ । ମାତ୍ର ଡାହାଣ ହାତୀ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଜିମ୍ବାଓ୍ବେ ବିପକ୍ଷରେ ପାଳି ବରମ୍ଭ କରିଥିବାବେଳେ ପେସର ବୋଲରଙ୍କୁ ବୋଲିଂ ଦିଆଯାଇଥିଲା । ଆରମ୍ଭରୁ ସେ ଆକ୍ରମଣାତ୍ମକ ଢ଼ଭ୍ଗରେ ବ୍ୟାଟିଂ କରିଥିବାବେଳେ ପାଓ୍ବାର ପ୍ଲେରେ ଅଭିଶେକ ପେସର ବୋଲରଙ୍କୁ ମଧ୍ୟ ଧୁଲେଇ କରିଥିଲେ ।

ସଞ୍ଜୁ ସାମସନ ୧୫ ବଲରୁ ୨୪ ରନ୍ କରିଥିଲେ ମାତ୍ର ଅଭିଶେକ ଏବଂ ସେ ମିଶି ଏକ ଭଲ ଓପନିଂ ପାର୍ଟନରସିପ କରିଥିଲେ । ୪୮ ରନର ପାର୍ଟନରସିପ୍ ହୋଇଥିବାବେଳେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ଓପନିଂ ଭାଗିଦାରୀରେ ସର୍ବାଧିକ । ଉଭୟ ଆରମ୍ଭରୁ ବଡ଼ ବଡ଼ ସଟ୍ ଖେଳିଥିବାବେଳେ ଭାରତ ପାଓ୍ବାର ପ୍ଲେରେ ୮୦ ରନ ସଂଗ୍ରହ କରିପାରିଥିଲା । ଆରମ୍ଭ ବଡ଼ ସଟରୁ ହୋଇଥିବାବେଳେ ବାକି ଖେଳାଳିମାନେ ମଧ୍ୟ ଦମଦାର ପ୍ରଦର୍ଶନ କରିପାରିଥିଲେ । ଏବେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । କାରଣ ଏହି ମ୍ୟାଚ ଜିତିଲେ ଭାରତ ସେମିରେ ନିଜର ସ୍ଥାନ ପକ୍କା କରିବ ।

ଏହାସହ ପଢ଼ନ୍ତୁ : ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଟିମ୍ ଇଣ୍ଡିଆ