କରନ ଜୋହରଙ୍କ ପାର୍ଟିରେ ଏପରି ଡ୍ରେସ୍ ପିନ୍ଧି ପହଞ୍ଚିଲେ ରଶ୍ମିକା, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

ନୂଆଦିଲ୍ଲୀ ୨୮/୦୫: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଫ୍ୟାନ୍ସ ନେସନାଲ୍ କ୍ରସ୍ କୁହନ୍ତି। ସେ ନିଜର କ୍ୟୁଟ୍ନେସ୍ ଏବଂ ଷ୍ଟାଇଲ୍ ସହିତ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ତାଙ୍କର ଡ୍ରେସିଂ ସେନ୍ସ ସବୁବେଳେ ଚର୍ଚ୍ଚାରେ ଥାଏ। କିନ୍ତୁ କରନ ଜୋହରଙ୍କ ଜନ୍ମଦିନ ପାର୍ଟିରେ ରଶ୍ମିକା ଏପରି ଡ୍ରେସ୍ ପିନ୍ଧି ପହଞ୍ଚିଥିଲେ, ଯେଉଁଥିପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି।
ବୁଧବାର ଦିନ କରନ ଜୋହର ତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ଏକ ବିଳାସପୂର୍ଣ୍ଣ ପାର୍ଟି ଦେଇଥିଲେ। ଯେଉଁଥିରେ ଅନେକ ତାରକା ଉପସ୍ଥିତ ଥିଲେ। ରଶ୍ମିକା ମନ୍ଦନା ମଧ୍ୟ ଏହି ପାର୍ଟିରେ ବୋଲ୍ଡ ଲୁକ୍ରେ ପହଞ୍ଚିଥିଲେ। ସେ ଏକ କଳା ରଙ୍ଗର ବଡିକନ୍ ମ୍ୟାକ୍ସି ଡ୍ରେସ ପିନ୍ଧିଥିଲେ, ଯେଉଁଥିରେ ଅଭିନେତ୍ରୀ ବହୁତ ହଟ୍ ଦେଖାଯାଉଥିଲେ। ତାଙ୍କର ଏହି ଡ୍ରେସ୍ର ଅଧିକାଂଶ ଭାଗ ଟ୍ରାନ୍ସପରେଣ୍ଟ ଥିଲା। ଥାଇ ହାଇ ସ୍ଲିଟ୍ ଯୋଗୁଁ ତାଙ୍କୁ ଅନେକ ଅସୁବିଧା ହେଉଥିଲା। ତାଙ୍କର ଭିଡିଓ ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କୁ ଖୁବ୍ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଜଣେ ୟୁଜର୍ ରଶ୍ମିକାଙ୍କ ଭିଡିଓ ଉପରେ କମେଣ୍ଟ ଦେଇ ଲେଖିଛନ୍ତି, ସେ ବହୁତ ଅନକମ୍ପର୍ଟବଲ। ଅନ୍ୟ ଜଣେ ଲେଖିଛନ୍ତି, ଯଦି ସେ ଅନକମ୍ପର୍ଟବଲ ତେବେ ସେ କାହିଁକି ଏପରି ଡ୍ରେସ୍ ପିନ୍ଧନ୍ତି? ଆଉ କେହି ଏହାକୁ ବହୁତ ଖରାପ ଡ୍ରେସ୍ ଲେଖିଛନ୍ତି। ସେହିପରି ଜଣେ ଲେଖିଛନ୍ତି, ତାଙ୍କୁ ବିକିନିରେ ଲଜ୍ୟା ଲାଗୁନାହିଁ, ଏପରି ଡ୍ରେସ୍ରେ କିପରି ଲାଗିବ।