ହାଇଦ୍ରାବାଦ, ୧/୩ : ନିକଟରେ ବିବାହ କରି ବେଶ ଚର୍ଚ୍ଚାରେ ରହିଥିବା ସାଉଥ ଅଭିନେତ୍ରୀ ରଶ୍ମିକା ପୁଣିଥରେ ଖରର ଶିରୋନାମା ପାଲଟିଛନ୍ତି । ଅଭିନେତ୍ରୀଙ୍କ ମା ସୁମନଙ୍କ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଶ୍ମିକାଙ୍କ ପୂର୍ବ ବିବାହ ସମ୍ପର୍କରେ ରହିଛି । ତାମିଲରେ ବେଶ ଭାବପ୍ରବଣ ହୋଇ ତାଙ୍କ ମା’ କହୁଥିବା ଶୁଣାଯାଉଛି । ଏବେ ଏହି ଅଡିଓରେ ବହୁ ମାତ୍ରାରେ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରଶ୍ମିକା ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟରେ ସେ ଲେଖିଛନ୍ତି କି, ଏକ ଛୋଟ କ୍ଲିପକୁ ଜାଣିଶୁଣି ଭାଇରାଲ କରାଯାଉଛି । ଏହାକୁ ଶୀଘ୍ର ହଟାଇବାକୁ ସେ ଚେତାବନି ଦେଇଛନ୍ତି । କାହାର ବିନା ଅନୁମତିରେ ଏଭଳି ବ୍ୟକ୍ତିଗତ ଅଡିଓକୁ କାହିଁକି ଭାଇରାଲ କରାଯାଉଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ୮ ବର୍ଷ ପୂର୍ବେ ରଶ୍ମିକାଙ୍କ ମାଆ ଦେଇଥିବା ଏକ ସାକ୍ଷାତକାର ସମୟର ଛୋଟ ଅଡିଓ କ୍ଲିପ ଭାଇରାଲ କରାଯାଉଛି । ୨୪ ଘଣ୍ଟା ମଧ୍ୟରେ ଯେଉଁସବୁ ପ୍ଲାଟଫର୍ମରେ ଏହା ଅଛି ହଟାଇବାକୁ ସେ ଅପିଲ୍ କରିଛନ୍ତି ।
— Rashmika Mandanna (@iamRashmika) March 12, 2026
ଜାଣିଶୁଣି ଅନ୍ୟର ଗୋପନୀୟତାକୁ ଲୋକମାନେ ଏଭଳି କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରଖୁଛନ୍ତି । ଯେତେବେଳେ ଆମେ ଜୀବନରେ ଆଗକୁ ବଢ଼ୁ ସେତେବେଳେ ସମର୍ଥନ ଏବଂ ସକରାତ୍ମକ ଭାବେ କମେଣ୍ଟ ନଦେଇ ଏଭଳି ମନ୍ଦ ଉଦ୍ଦେଶ୍ୟରେ ବିବାଦ ସୃଷ୍ଟି କରାଯାଉଛି । ୮ ବର୍ଷ ପୂର୍ବେ କେବଳ ମୋତେ ଟାର୍ଗେଟ କରାଯାଉଥିଲା । ସେତେବେଳେ ମୁଁ ଚୁପ୍ ଥିଲି । ମାତ୍ର ଏବେ ଏହି ଘଟଣାରେ ଅନ୍ୟମାନଙ୍କୁ ସମାଲୋଚନା କରାଯାଉଥିବାବେଳେ ମୁଁ ଆଉ ଚୁପ୍ ରହିପାରିବିନି । ଯଦି ଏହି ଅଡିଓକୁ ଡିଲେଟ କରାନଯାଏ ତାହେଲେ ମାନହାନୀ ମକଦ୍ଦମା ସହ ଆଇନଗତ କାର୍ଯ୍ୟାନୁଷ୍ଠା ନେଇପାରେ ବୋଲି ମଧ୍ୟ ରଶ୍ମିକା କହିଛନ୍ତି ।
ଏହାସହ ପଢ଼ନ୍ତୁ : ସଚିନଙ୍କ ସହ ଫଟୋ ଉଠେଇବାକୁ ମନା କରିଥିଲେ ଏହି ଅଭିନେତ୍ରୀ