ମୁମ୍ବାଇ,୧୦/୧୦: ଆଉ ନାହାଁନ୍ତି ଭାରତର ଭେଟେରାନ ଶିଳ୍ପପତି ରତନ ଟାଟା । ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ବିୟୋଗରେ ସମସ୍ତେ ଶୋକରେ ପ୍ରକାଶ କରିଥିବା ବେଳେ ବଲିଉଡରେ ମଧ୍ୟ ଶୋକ ଖେଳି ଯାଇଛି। ସଲମାନ ଖାନ, ଅନନ୍ୟା ପାଣ୍ଡେ, ଅର୍ଜୁନ କପୁର, କରଣ ଜୋହର ଏବଂ ଅନେକ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି।
ତେବେ ଅକ୍ଟୋବର ୯ରେ ଅଜୟ ଦେବଗନ୍ ଘୋଷଣା କରିଥିଲେ ଯେ, ସେ ଅକ୍ଟୋବର ୧୦ରେ ଅପରାହ୍ନ ୨ଟାରେ #Askajay ସେସନ ଆୟୋଜିତ କରିବେ ଏବଂ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବେ। କିନ୍ତୁ, ରତନ ଟାଟାଙ୍କର ହଠାତ୍ ଦେହାନ୍ତ ହେବାର ଖବର ଆସିବା ମାତ୍ରେ ଏହି କାର୍ଯ୍ୟକ୍ରମକୁ ସେ ପୋଷ୍ଟପୋନ କରି ଦେଇଥିଲେ। କିଛି ସମୟ ପୂର୍ବରୁ ଅଭିନେତା ଟ୍ୱିଟ୍ କରି କହିଛନ୍ତି ଯେ ସ୍ୱର୍ଗତ ରତନ ଟାଟା ସାରଙ୍କ ସମ୍ମାନରେ ଆମେ ଆସନ୍ତାକାଲିର # Askajayକୁ ସ୍ଥଗିତ ରଖିଛୁ।
ସେହିପରି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ରତନ ଟାଟା ଜୀଙ୍କର ଦେହାନ୍ତ ଖବର ଶୁଣି ବହୁତ ଦୁଃଖିତ। ସେ କରିଥିବା ସମସ୍ତ କାର୍ଯ୍ୟରେ ସେ ସଚ୍ଚୋଟତା, ଶ୍ରଦ୍ଧା ଏବଂ ସମ୍ମାନର ମୂଲ୍ୟବୋଧ ବଜାୟ ରଖିଥିଲେ ଏବଂ ସେ ଭାରତର ରତ୍ନ ଥିଲେ। ପ୍ରିୟଙ୍କା ଚୋପ୍ରା ଜୋନାସ୍ ଲେଖିଛନ୍ତି, 'ତୁମେ ତୁମର ଦୟାଳୁତା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଆଗାମୀ ପିଢିକୁ ପ୍ରେରଣା ଦେବା ପାଇଁ ତୁମେ ଏକମାତ୍ର ମହାନ ବ୍ୟକ୍ତି । ସୁପରଷ୍ଟାର ସଲମାନ ଖାନ ଲେଖିଛନ୍ତି, 'ରତନ ଟାଟାଙ୍କ ଦେହାନ୍ତରେ ଗଭୀର ଦୁଃଖିତ।' ଅଭିନେତା ସଞ୍ଜୟ ଦତ୍ତ ଲେଖିଛନ୍ତି, 'ଭାରତ ଆଜି ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଛି। ସେ ଅଖଣ୍ଡତା ଏବଂ କରୁଣାର ଏକ ଉଦାହରଣ ଥିଲେ। ଏସ୍ ଏସ୍ ରାଜମୌଲି ଲେଖିଛନ୍ତି, 'ମହାନ ବ୍ୟକ୍ତିମାନେ ଜନ୍ମ ହୋଇ ଚିରଦିନ ପାଇଁ ବଞ୍ଚନ୍ତି। ରତନ ଟାଟାଙ୍କ ଉତ୍ତରାଧିକାରୀ ଦୈନନ୍ଦିନ ଜୀବନରେ ଜଡିତ । ଆପଣ ଭାରତ ପାଇଁ ଯାହା କରିଛନ୍ତି ଏବଂ ଅଗଣିତ ଲୋକଙ୍କ ଜୀବନକୁ ଛୁଇଁଛନ୍ତି । ଏଥିପାଇଁ ସାର୍ ଧନ୍ୟବାଦ । ତୁମେ ଏକ ଛାପ ଛାଡିଛ। ଯାହା ପିଢି ପରେ ସ୍ମରଣୀୟ ହୋଇ ରହିବ । ସେହିପରି ଅନେକ ସେଲିବ୍ରିଟିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।