ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଖାଲରେ ପଡ଼ି ଭାଙ୍ଗିଲା ରଥ ଚକା, ଚତୁର୍ଦ୍ଧାମୂର୍ତ୍ତିଙ୍କୁ କାନ୍ଧରେ ବୋହି ନେଲେ ଭକ୍ତ

Published By : Prameya | July 6, 2025 11:18 AM

ଯୋଡ଼ା,୦୬/୦୭: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି  ପଞ୍ଚାୟତର ଦବୁନାରେ ବାହୁଡା ଯାତ୍ରା ବେଳେ ଅଘଟଣ ଘଟିଛି । ରାସ୍ତାରେ ଖାଲ ଯୋଗୁ ରଥ ଚକା ଭାଙ୍ଗିଯାଇଛି । ଫଳରେ ବଡଦେଉଳକୁ ନଫେରି ଅଟକି ରହିଥିଲେ ତିନି ଠାକୁର । ଏଭଳି ପରିସ୍ଥିତିରେ ଭକ୍ତ ନିଜ କାନ୍ଧରେ ଦାରୁଦିଆଁକୁ କାନ୍ଧରେ ବସାଇ ସହ  ଘଣ୍ଟ ଘଣ୍ଟା ବଜାଇ ବଜାଇ ମନ୍ଦିର ପର୍ଯ୍ୟନ୍ତ ନେଇଛନ୍ତି । ଏହି ଭାବ ବିହ୍ବଳ ଦୃଶ୍ୟ ଭ‌ାଇରାଲ ହେବାରେ ଲାଗିଛି। 

ଶନିବାର ଅପରାହ୍ନ ୪ଟାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା  ପରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା । ଶହ ଶହ ସଂଖ୍ୟାରେ ଭକ୍ତମାନେ ଖୁବ୍‌ ଆନନ୍ଦରେ ରଥ ଟାଣିବା ଆରମ୍ଭ କରିଥିଲେ । ମାଉସୀ ମା’  ମନ୍ଦିରରୁ ୪୦୦ ମିଟର ଦୂର ଯିବା ପରେ ରାସ୍ତାରେ ହୋଇଥିବା ଖାଲରେ ରଥ ଚକା  ପଶିଯାଇ ଭାଙ୍ଗି ଯାଇଥିଲା । ଫଳରେ ରଥ ଆଉ ଆଗକୁ ନଗଡି ଅଟକି ରହିଥିଲା। ଶେଷ କିଛି ଉପାୟ ନମିଳିବାରୁ ଭାବ ବିହ୍ବଳ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ  ନିଜ କାନ୍ଧରେ ବୋହି ବର୍ଷାରେ ଭିଜି ଭିଜି ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ଭକ୍ତ । ଏହି ଘଟଣା ପରେ  ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି । 

ସୂଚନା ଅନୁଯାୟୀ, ଏହି ରାସ୍ତାରେ ପାଞ୍ଚ ଫୁଟିଆ ଖାଲ ରହିଛି । ଲଗାଣ  ବର୍ଷା ଯୋଗୁଁ ଖାଲ ରାସ୍ତାରେ ପାଣି ଜମି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇ ପଡିଛି ।  ରଥଯାତ୍ରା ସମୟରେ ବି ଏହି ସ୍ଥାନରେ ରଥ ଦୁଇଟି ଚକା ଭାଙ୍ଗିଥିଲା ।  ବହୁ କଷ୍ଟରେ ଭକ୍ତ ମାନେ ରଥକୁ ଖାଲରୁ ବାହାର କରି ମାଉସୀ ମା’  ମନ୍ଦିରକୁ ନେଇଥିଲେ । ଶନିବାର ରଥର ଆଉ ଦୁଇ ଟି ଚକା ଖାଲରେ  ପଡି ଭାଙ୍ଗି ଯାଇଛି । ରଥର ଛଅ ଚକାରୁ ୪ ଟି ଭାଙ୍ଗି ଯିବାରୁ ରଥ ଚକ  ଆଗକୁ ଗଡୁ ନାହିଁ । ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମ୍ପୂର୍ଣ୍ଣ ହୋଇ ପାରିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.