ପ୍ରମୂଖ ଖବର

ପୁରୀରେ ପହଞ୍ଚିଲା ରଥ କାଠ,୫ଟି ପର୍ଯ୍ୟାୟରେ ପହଞ୍ଚିଛି ୧୬୯ ଖଣ୍ଡ

Published By : Anindita Ratha | April 29, 2025 11:07 AM

ଭୁବନେଶ୍ବର,୨୯/୦୪:  ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠ । ବୌଦ୍ଧ ଡ଼ିଭିଜନର କଣ୍ଟାମାଳ ରେଞ୍ଜରୁ ୨୮ ଖଣ୍ଡ କାଠ ଗତକାଲି ରାତିରେ ଆସି ପହଞ୍ଚିଛି । ଯେଁଉଥିରେ ୧୬ଟି ଧଉରା ଏବଂ ୧୨ଟି ଅସନ କାଠ ରହିଛି । ଏବେ ସୁଦ୍ଧା ପାଞ୍ଚଟି ପର୍ଯ୍ୟାୟରେ ପୁରୀରେ ପହଞ୍ଚିଛି ୧୬୯ ଖଣ୍ଡ କାଠ ।

ଏହା ମଧ୍ୟ ପଢନ୍ତୁ- ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା,ଭାବ ବିହ୍ଵଳ ହେଲେ ଶ୍ରଦ୍ଧାଳୁ

ତେବେ ପୂର୍ବ ବର୍ଷରୁ ୫୧ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ପାଇଁ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିଲା। ଆଉ ୪୮୮ ଖଣ୍ଡ କାଠ ବିଭିନ୍ନ ପର୍ଯ୍ୟାୟରେ ଆସି ରଥ ଖଳାରେ ପହଞ୍ଚିବା ନେ଼ଇ ସୂଚନା ମିଳିଛି। ଅନ୍ୟପକ୍ଷେ କଟକ ଖାପୁରିଆ ଠାରେ ୧୫୭ ଖଣ୍ଡ କାଠକୁ ଚିରଟ ଚାଲିଛି । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଏହି ଅବସରରେ ଶୁଭାରମ୍ଭ ହେବ ରଥ ନିର୍ମାଣର କାର୍ଯ୍ୟ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.