ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା,ଭାବ ବିହ୍ଵଳ ହେଲେ ଶ୍ରଦ୍ଧାଳୁ

Published By : Anindita Ratha | April 29, 2025 9:46 AM

ଭୁବନେଶ୍ବର,୨୯/୦୪: ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା। ବାପା ଘରୁ ବିଦାୟ ନେଲେ ମାଆ ସାଆନ୍ତାଣି।  ଭୋରୁ ଭୋରୁ ପହଁଚିଲେ ଶାଶୁ ଘରେ। ବିଦାୟ ବେଳେ ଭାବ ବିହ୍ଵଳ ହେଲେ ଶ୍ରଦ୍ଧାଳୁ। 

୨୫ ଦିନ ଧରି ଚାଲିଥିଲା ମା'ଙ୍କ ଯାତ୍ରା। ମା'ଙ୍କ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ। ମାଆଙ୍କ ସହ ସହସ୍ରାଧିକ ମାନସିକ ଘଟଧାରୀ ଭ୍ରମଣ କରିଥିଲେ।  ବାଜା ବାଜଣା, ଢୋଲ ନାଦରେ ପ୍ରକମ୍ପିତ ହେଲା ପୁରା ପରିବେଶ। ହଜାର ହଜାର ଭକ୍ତଙ୍କ ଗହଣରେ ମାଆ ନେଲେ ବିଦାୟ। ୨୫ ଦିନ ଧରି ବାପା ଘରେ ଗେଲ ବସରରେ ଲୀଳା ଖେଳା କରୁଥିଲେ ମାଆ ସାଆନ୍ତାଣି।  ରାତି ପାଖାପାଖି ୧ଟା ୨୦ ମିନିଟ ସମୟରେ ମାଆ ବାପା ଘରୁ ବିଦାୟ ନେଇଥିଲେ। 

ଅସ୍ଥାୟୀ ପୀଠରୁ ଅସ୍ଥାୟୀ ଘଟରେ ଧାରଣ କରିଥିବା ମାଆ ବାହାରିଥିଲେ ଶାଶୁ ଘର ଅଭିମୁଖେ। ବାପା ଘରକୁ ହସ ଖୁସିରେ ଝିଅ ଆସିଥିବା ଏବଂ ବିଦାୟ ବେଳେ ଯେମିତି ଦୁଃଖ ଲାଗେ ମାଆ ମଧ୍ୟ ସେମିତି ବିଦାୟ ନେଲା ବେଳେ ଦୁଃଖ ଲାଗିଥିବା କହିଛନ୍ତି ଶ୍ରଦ୍ଧାଳୁ।ମାଆଙ୍କ ମୁଖ୍ୟ ଘଟ ସହ ୮ ଟି ପାର୍ଶ୍ୱ ଘଟ ବାହାରିଥିଲେ। ବାପା ଘରକୁ ଝିଅ  ଆସିବାର ୨୬ ଦିନ ହେଲା। ବିଳମ୍ବିତ ରାତିରେ ମାଆ ବିଦାୟ ନେଇଥିବାରୁ ଦୁଃଖ ଲାଗୁଛି। ପୁଣି ଦୁଇବର୍ଷ ପରେ ଝିଅକୁ ଆଣିବା ପାଇଁ ଅପେକ୍ଷା କରିଛି ବୋଲି ବାପା ଦେଶିବେହେରା କହିଛନ୍ତି। 

ମାଆଙ୍କ ସହ ସାଥିରେ ହଜାର ହଜାର ମାନସିକ ମହିଳା ଘଟଧାରୀ ସ୍ଥାୟୀ ମନ୍ଦିର ଅଭିମୁଖେ ଯାଇଛନ୍ତି। ବିଦାୟ ବେଳେ ମାଆ ପ୍ରଥମେ ରାଜବାଟୀରେ ରାଜ ଦର୍ଶନ କରି ବିଭିନ୍ନ ସାହି ଭ୍ରମଣ କରିଥିଲେ। ଏହାରି ଭିତରେ ଜଉରା ସାହିସ୍ଥିତ ମାଉସୀ ମାଆ ଘରେ ପହଞ୍ଚି ପୋଡ଼ ପିଠା ଖାଇ କିଛି ସମୟ ବିଶ୍ରାମ ନେଇଥିଲେ ମାଆ ସାଆନ୍ତାଣି । ମାଆଙ୍କ ସହ ସହସ୍ରାଧିକ ଘଟଯାତ୍ରା ଥିଲା ଅନନ୍ୟ। ଭୋରୁ ଭୋରୁ ଶାଶୁ ଘର ଅର୍ଥାତ ମୁଖ୍ୟ ପୀଠରେ ପହଂଚିବା ପରେ ମୁଖ୍ୟ ଘଟ ମନ୍ଦିର ଚାରିପାଖେ ପରିକ୍ରମା କରିଥିଲେ।  ଘଟରୁ ଆଜ୍ଞାମାଳକୁ ବାହର କରାଯାଇ ମାଆଙ୍କ ମସ୍ତକରେ ପୁନଃ ସ୍ଥାପନ କରାଯିବା ପରେ ରୀତିନୀତି ଅନୁସାରେ ପୂଜାର୍ଚନା ଆରମ୍ଭ ହୋଇଥିବା କହିଛନ୍ତି ମନ୍ଦିର ପୂଜକ। ପରେ ସହସ୍ରାଧିକ ଘଟ ମନ୍ଦିରରେ ସ୍ଥାପନା କରା ଯାଇଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.