କୋଣାର୍କ୨୭।୬: ଅର୍କ କ୍ଷେତ୍ର କୋଣାର୍କରେ ଆଧ୍ୟାତ୍ମିକ ପରିବେଶରେ ରଥଯାତ୍ରା ସମାପନ ହୋଇଛି। କୋଣାର୍କ ଜଗନ୍ନାଥ ମନ୍ଦିରରୁ ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ଭାଇ ବଳଭଦ୍ରଙ୍କୁ ସାଥିରେ ଧରି ନବଦିନ ବ୍ୟାପି ଘୋଷଯାତ୍ରାରେ ରାଉଳପାଟଣା ସ୍ଥିତ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ। ଶ୍ରୀଜିଉ ମାନଙ୍କ ଦ୍ବାରା ଫିଟା ନୀତି, ମଂଗଳ ଆଳତୀ, ମଇଲମ ନୀତି, ଦ୍ବାରାପାଳ ପୂଜା ନୀତି, ଭୋଗ ଲାଗି, ହୋମ ଯଜ୍ଞ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପୂର୍ବାହ୍ନ ୩ଟା ସୁଦ୍ଧା ଶ୍ରୀଜୀଉ ମାନଙ୍କର ସମସ୍ତ ରୀତିନୀତି ସମାପନ ହୋଇ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀଜୀଉ ମାନଙ୍କୁ ରଥାରୁଢ଼ କରାଇବା ପରେ ଗୋପାଳ ଦାଶ ଛେରା ପହଁରା କରିଥିଲେ । ଅପରାହ୍ନ ୪ଟାରେ ଶାନ୍ତିଶୃଙ୍ଖଳା ସହିତ ଶ୍ରଦ୍ଧାଳୁ ମାନେ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଘଣ୍ଟ ଘଣ୍ଟା, ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନିରେ ଶ୍ରଦ୍ଧାଳୁ ମାନେ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲ। ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ପରିଚାଳକ,ସଦସ୍ୟ ଓ ସେବାୟତ ମାନେ ପରିଚାଳନା କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ପରିଚାଳନା କମିଟି ପକ୍ଷରୁ ୫ ଦିନ ବ୍ୟାପି ରାମଲୀଳା ପରିବେଷଣ ହେବ।
