ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ମାଆଙ୍କ ଘରୁ ଚୋରି। ପାଖାପାଖି ୨୫ ଲକ୍ଷ ଟଙ୍କାର ଗହଣା ଓ ମହଙ୍ଗା ଘଡ଼ି ଚୋରି ମାମଲାରେ ମୁମ୍ୱାଇ ପୁଲିସ ଜଣେ ମହିଳାଙ୍କୁ କରିଛି ଗିରଫ। ପୁଲିସ ଅନୁସାରେ, ଅଭିଯୁକ୍ତ ମହିଳା ଅନେକ ବର୍ଷ ଧରି ପରିବାରର ସଂପର୍କରେ ଥିଲେ ଏବଂ ସେ ଧିରେ ଧିରେ ପରିବାରର ବିଶ୍ୱାସ ଜିତି ଏହି କାମ କରିବାରେ ସଫଳ ହୋଇ ଥିଲେ।

ମୁମ୍ୱାଇ ପୁଲିସ ମୁତାବିକ , ଗିରଫ କରାଯାଇ ଥିବା ମହିଳାଙ୍କ ନାଁ ରାଶି ଛାବରିଆ (୪୭ )ଏବଂ ତାଙ୍କର ବୟସ ୪୭ ବର୍ଷ ଥିବା କୁହାଯାଉଛି। ପୁଲିସ ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ରାଶି ୨୦୨୦ ମସିହାରୁ ଟଣ୍ଡନଙ୍କ ପରିବାର ସହ ସଂପର୍କରେ ଥିଲେ। ସେ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ମାଆ ବୀଣା ଟଣ୍ଡନଙ୍କ ଦେଖାଶୁଣା (କେୟାରଟେକର) କରିବା ପାଇଁ ଘରକୁ ଯା’ଆସ କରୁଥିଲେ, ଯେଉଁଥି ପାଇଁ ସେ ପରିବାରର ବିଶ୍ୱାସୀ ଲୋକ ହୋଇ ଯାଇଥିଲେ। ସେ ଖାଦ୍ୟ ପ୍ରସ୍ତୁତ କରିବା ଠାରୁ ନେଇ ବୀଣା ଟଣ୍ଡନଙ୍କ ଯତ୍ନ ନେବା ଯାଏ ସବୁ କାମ କରୁଥିଲେ।

ପୁଲିସ ଅଧିକାରୀଙ୍କ କହିବାନୁସାରେ , ସମୟ ସହ ଅଭିଯୁକ୍ତ ମହିଳା ପରିବାରର ଭରସା ଜିତି ଥିଲେ। ଏହି ଭରସାର ଫାଇଦା ଉଠାଇ ସେ କଥିତ ଭାବେ ଘରେ ରଖାଯାଇ ଥିବା ଦାମୀ ଜିନିଷ ଉପରେ ନଜର ରଖିଥିଲେ ଏବଂ ସୁଯୋଗ ପାଇଁ ଗହଣା ସହ ଦୁଇଟି ମହଙ୍ଗା ଘଣ୍ଟା ମଧ୍ୟ ଚୋରେଇ ନେଇଥିଲେ। ଯେତେବେଳ ପରିବାର ଲୋକ ଲକର ଖୋଲିଲେ ସେତେବେଳେ ସେଥିରେ ଥିବା ଗହଣା ଓ ଦାମୀ ଘଣ୍ଟା ନଥିଲା। ଏହାପରେ ଘରକୁ ଆସୁଥିବା ଲୋକଙ୍କ ବିଷୟରେ ତଲାସୀ କରାଗଲା। ରାଶି ଛାବରିଆଙ୍କୁ ମଧ୍ୟ ପଚରା ଗଲା। ହେଲେ ପ୍ରାରମ୍ଭିକ ପଚରାପଚରିରେ ସେ କିଛି ଚୋରି କରି ନଥିବା କହିଥିଲେ।

​​​​​​​

କିନ୍ତୁ ଯେତେବେଳେ ତାଙ୍କୁ ଆଉଥରେ ପଚରା ଗଲା ତ , ସେ ଚୋରି କରିଥିବା ମହଙ୍ଗା ଘଣ୍ଟା ଫେରେଇ ଦେଇଥିଲେ ଏବଂ ଗହଣାକୁ ସେ ଜଗଦୀଶ ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଥିବାର କହିଥିଲେ ଏବଂ ଖୁବ୍ ଶୀଘ୍ର ଫେରେଇବାକୁ ରାଜି ହୋଇ ଥିଲେ।

ଆହୁରି ମଧ୍ୟ ପଢନ୍ତୁ : ଅଙ୍ଗ୍ ସାନ୍ ସୁ’ଙ୍କ ହୋଇ ସାରିଛି କି ମୃତ୍ୟୁ ? ସେନାକୁ ବଞ୍ଚି ଥିବାର ପ୍ରମାଣ ମାଗିଲେ ପୁଅ