ନୂଆଦିଲ୍ଲୀ,୦୫/୧୨; ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି । ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୧୭ ରନ୍ରେ ଜିତିଥିଲା । ରାୟପୁରରେ ୪ ୱିକେଟ୍ରେ ଦକ୍ଷିଣ ଆଫ୍ରିକା ବାଜି ମାରି ନେଇଛି । ଦୁଇଟି ଦିନିକିଆ ମ୍ୟାଚରେ ଦୁଇ ଅନୁଭବୀ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଦମଦାର ପାଳି ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ । କୋହଲି ବ୍ୟାକ୍ ଟୁ ବ୍ୟାକ୍ ଶତକ ହାସଲ କରିଥିଲେ । ବର୍ତ୍ତମାନ ରୋହିତ ଏବଂ କୋହଲିଙ୍କ ଭବିଷ୍ୟତକୁ ଚର୍ଚ୍ଚା ହେଉଛି । ଏହାରି ଭିତରେ ପୂର୍ବତନ କୋଚ୍ ରାବି ଶାସ୍ତ୍ରୀ ରୋ-କୋଙ୍କର ଟିମ୍ରେ ରହିବାକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ତାଙ୍କୁ ଚେତାବନୀ ଦେଇଛନ୍ତି ।
ଏକ ସାକ୍ଷାତକାରରେ ଭାରତ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି, ''ସିନିୟର ଯୋଡ଼ିଙ୍କୁ ସାଇଡ୍ କରିବାକୁ ହେଉଥିବା ଚେଷ୍ଟା ଗ୍ରହଣୀୟ ନୁହେଁ । ବିରାଟ ଏବଂ ରୋହିତ ଶର୍ମା ଦିନିକିଆ ଏବଂ ଟି-ଟ୍ୱେଣ୍ଟିର ଲିଜେଣ୍ଡ ଖେଳାଳି । ସେହି ସ୍ତରର ଖେଳାଳିଙ୍କ ସହ ଖେଳିବା କଥା ନୁହେଁ । କିଛି ଲୋକ ଏମିତି କରୁଛନ୍ତି । ମୁଁ କେବଳ ଏତିକି କହିବାକୁ ଚାହୁଁଛି ସେମାନେ ଜବାବ ଦେଇଛନ୍ତି । ଯଦି ସେ ଦୁହେଁ ଥରେ ଚାଲୁ ହୋଇଯିବେ, ଠିକ୍ ବଟମ୍ ଦବାଇ ଦେବେ ତେବେ ଯିଏ ଗଡ଼ବଡ଼ କରୁଛନ୍ତି, ସେ ବହୁତ ଜଲଦୀ ସିନ୍ରୁ ଗାଏବ ହୋଇଯିବେ ।''
ଯେତେବେଳେ ତାଙ୍କୁ ପଚରାଗଲା କି ଏହି ଖେଳାଳିଙ୍କ କ୍ୟାରିୟରକୁ ନେଇ ଖେଳୁଛି, ସେ କାହାର ନାମ ନ ନେଇ ଗମ୍ଭୀର ଚେତାବନୀ ଦେଇ କହିଛନ୍ତି, ''କରିବା ବାଲା କରୁଛି । ଯଦି ସେମାନଙ୍କ ମୁଣ୍ଡ ଚାଲିଲା ଏବଂ ଠିକ୍ ବଟମ ଟିପିଦେବେ ତେବେ ସମସ୍ତେ କେଉଁଆଡ଼େ ଚାଲିଯିବେ । ଏହି ଖେଳାଳିଙ୍କ ଫିଟନେସ୍ , ରନ୍ ପାଇଁ ଭୋକ ଏବଂ ଆଗ୍ରହ ୨୦୨୭ ପର୍ଯ୍ୟନ୍ତ ଖେଳିବେ କି ନାହିଁ ତାହା ନିର୍ଣ୍ଣୟ କରିବ । ସେମାନଙ୍କ ଅଭିଜ୍ଞତାର ଉପରେ ଗୁରୁତ୍ୱ ଦେଇ ରବି ଶାସ୍ତ୍ରୀ କହିଛନ୍ତି, 'ଅଭିଜ୍ଞତା ବଜାରରେ ମିଳେନାହିଁ' ।''