ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ରବିଚନ୍ଦ୍ରନ ଅଶ୍ବିନ ହେଲେ ବିଶ୍ବର ଏକ ନମ୍ବର୍ ଟେଷ୍ଟ ବୋଲର, ମାତ୍ର ୮ ଦିନରେ ଆଣ୍ଡରସନଙ୍କୁ ଛାଡିଲେ ପଛରେ

ନୂଆଦିଲ୍ଲୀ ୦୧/ ୦୩: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ନମ୍ବର ଓ୍ବାନ୍‌ ଟେଷ୍ଟ ବୋଲର ହୋଇଯାଇଛନ୍ତି । ଇଂଲଣ୍ଡର ଟେଷ୍ଟ ସ୍ପେସାଲିଷ୍ଟ ଜେମସ୍‌ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟ ବୋଲିଂ ରାଙ୍କିଂ ଶୀର୍ଷକୁ ଉଠିଛନ୍ତି ଆର. ଅଶ୍ବିନ । ମାତ୍ର ୮ ଦିନ ପାଇଁ ହିଁ ଶୀର୍ଷରେ ରହିପାରିଲେ ଆଣ୍ଡରସନ । ରବିଚନ୍ଦ୍ରନ ଅଶ୍ବିନ ମୋଟ ୮୬୪ ପଏଣ୍ଟ ସହ ଟେଷ୍ଟ ରାଙ୍କିଂ ଶୀର୍ଷକୁ ଉଠିଥିବା ବେଳେ ଦ୍ବିତୀୟକୁ ଖସିଥିବା ଇଂଲଣ୍ଡର ଜେମସ୍‌ ଆଣ୍ଡରସନ ୮୫୯ ପଏଣ୍ଟ ପାଇଛନ୍ତି । ସେହିଭଳି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ୮୫୮ ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛନ୍ତି ।

ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ବିନ ମୋଟ ୬ ଟି ଓ୍ବିକେଟ୍ ନେଇଥିଲେ । ଅଶ୍ବିନଙ୍କ ଘାତକ ବୋଲିଂ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ଅନ୍ୟପଟେ ଓ୍ବେଲିଂଟନରେ ଖେଳା ଯାଇଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଠାରୁ ଇଂଲଣ୍ଡ ମାତ୍ର ୧ ରନରେ ପରାସ୍ତ ହେବାପରେ ଦଳର ଷ୍ଟାର ବୋଲର ଜେମସ୍‌ ଆଣ୍ଡରସନ ବୋଲିଂ ରାଙ୍କିଂରେ ୨ୟ ସ୍ଥାନକୁ ଖସିଆସିଛନ୍ତି ।

IND vs AUS: पहले टेस्ट में R Ashwin रच सकते है इतिहास, तोड़ देंगे इस भारतीय  दिग्गज का बड़ा रिकॉर्ड - ind vs aus 1st test match 2023 ravichandran ashwin  will create

୨୦୧୫ ମସିହାରେ ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ ଫର୍ମାଟ୍‌ ବୋଲିଂ ରାଙ୍କିଂରେ ଶୀର୍ଷକୁ ଉଠିଥିଲେ । ଏବେ ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଜାରି ରହିଥିବା ବେଳେ ୩୬ ବର୍ଷୀୟ ଅଶ୍ବିନ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଅଶ୍ବିନ ହେଉଛନ୍ତି ବିଶ୍ବର ତୃତୀୟ ଟେଷ୍ଟ ବୋଲର ଯିଏକି ଶୀର୍ଷରେ ଥିବା ଜଣେ ବୋଲରଙ୍କୁ ମାତ୍ର ୮ ଦିନ ମଧ୍ୟରେ ହିଁ ତଳକୁ ଖସାଇଛନ୍ତି ।

{"id":541288,"width":823,"height":657,"sizeSlug":"full","linkDestination":"none"}
Social Media

ଅନ୍ୟପଟେ ୨୦୨୨ରୁ ଆହତ ହୋଇ କ୍ରିକେଟରୁ ଦୂରେଇ ରହିଥିବା ଜସପ୍ରୀତ ବୁମରାହ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ବୁମରାହ ୭୯୫ ପଏଣ୍ଟ ସହିତ ଆଇସିସି ରାଙ୍କିଂର ୪ର୍ଥ ସ୍ଥାନରେ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ସ୍ଥାନ ଉପରକୁ ଉଠି ୭୬୩ ପଏଣ୍ଟ ସହିତ ୮ମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଦର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ଟି ଓ୍ବିକେଟ୍‌ ନେଇଥିଲେ ଜାଡେଜା । ଯାହାକି ରାଙ୍କିଂ ଟେବୁଲରେ ତାଙ୍କୁ ଫାଇଦା ଦେଇଛି ।

{"id":541289,"width":822,"height":603,"sizeSlug":"full","linkDestination":"none"}
Social Media

ଟେଷ୍ଟ ଅଲରାଉଣ୍ଡର ରାଙ୍କିଂରେ ମଧ୍ୟ ଦବଦବା ଜାହିର କରିଛନ୍ତି ଭାରତୀୟ ଖେଳାଳି । ରବିନ୍ଦ୍ର ଜାଡେଜା ୪୬୦ ପଏଣ୍ଟ ସହିତ ବିଶ୍ବର ନମ୍ବର ଓ୍ବାନ୍ ଟେଷ୍ଟ ଅଲରାଉଣ୍ଡର ରହିଥିବା ବେଳେ ଦ୍ବିତୀୟରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ଅଶ୍ବିନଙ୍କ ନିକଟରେ ୩୭୬ ପଏଣ୍ଟ ରହିଛି । ସେହିଭଳି ଅକ୍ଷର ପଟେଲ ୨୮୩ ପଏଣ୍ଟ ସହିତ ଅଲରାଉଣ୍ଡର ରାଙ୍କିଂରେ ଷଷ୍ଠ ସ୍ଥାନରେ ରହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.