PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଜାଡେଜା, ଆହତ କାରଣରୁ ୟସ୍‌ ଦୟାଲ ବି କରିବେନି ଗସ୍ତ

ନୂଆଦିଲ୍ଲୀ ୨୪/ ୧୧: ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ଦିନିକିଆ ସିରିଜ ପାଇଁ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି ଟିମ୍‌ ଇଣ୍ଡିଆ । ଏହା ପରେ ବାଂଲାଦେଶ ଗସ୍ତ କରିବ ଦଳ । ସେଠାରେ ଦିନିକିଆ ଏବଂ ଟେଷ୍ଟ ସିରିଜ ପାଇଁ ମଧ୍ୟ ସ୍କ୍ବାଡ୍ ଘୋଷଣା କରିସାରିିଛି ବିସିସିଆଇ । ତେବେ ଗସ୍ତ ପୂର୍ବରୁ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଏକାଧିକ ପରିବର୍ତ୍ତନ କରାଯାଇଛି ।

ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରୁ ବାଦ୍‌ ପଡିଛନ୍ତି ରବୀନ୍ଦ୍ର ଜାଡେଜା । ପୂର୍ବରୁ ଆହତ କାରଣରୁ ଏସିଆ କପ୍‌ ଏବଂ ଟି-୨୦ ବିଶ୍ବକପରୁ ବାଦ୍‌ ପଡିଥିଲେ ଜାଡେଜା । ତାଙ୍କର ଆଣ୍ଠୁ ସର୍ଜରୀ ମଧ୍ୟ ହୋଇଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବ ଫିଟ୍‌ ହୋଇନଥିବା ଜଣାପଡିଛି । ତାଙ୍କ ସ୍ଥାନରେ ଦିନିକିଆ ସିରିଜ ପାଇଁ ଶେହବାଜ୍ ଅହମଦଙ୍କୁ ସ୍କ୍ବାଡ୍‌ରେ ସାମିଲ କରାଯାଇଛି । ସେହିଭଳି ୟସ୍‌ ଦୟାଲ ମଧ୍ୟ ସିରିଜରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ କୁଲଦୀପ ସେନ୍‌ଙ୍କୁ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ୟସ୍‌ ଦୟାଲଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ମଧ୍ୟ ବାଦ୍‌ ପଡିଛନ୍ତି ।

ଆସନ୍ତା ନଭେମ୍ବର ୨୫ ଅର୍ଥାତ କାଲିଠାରୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ । ତେବେ କୁଲଦୀପ ଓ ଶେହବାଜ ନ୍ୟୁଜିଲାଣ୍ଡ ଗସ୍ତ କରିବେନି ବରଂ ସେମାନେ ସିଧାସଳଖ ବାଂଲାଦେଶ ଗସ୍ତ କରି ଓ୍ବାନ୍‌ ଡେ’ ସିରିଜ ଖେଳିବେ ।

ନ୍ୟୁଜିଲାଣ୍ଡ ଦିନିକିଆ ପାଇଁ ଭାରତୀୟ ଦଳ: ଶିଖର ଧାଓ୍ବନ (ଅଧିନାୟକ), ଶୁଭମାନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ସଞ୍ଜୁ ସାମସନ, ଓ୍ବାଶିଂଟନ୍‌ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯୁଜବେନ୍ଦ୍ର ଚହଲ, ଗୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଦୀପକ ଚହର ଏବଂ ଉମ୍ରାନ ମଲିକ

ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ: ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ, ଶିଖର ଧାଓ୍ବନ, ବିରାଟ କୋହଲି, ରଜତ ପଟ୍ଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ, ଇଶାନ କିଷନ, ଶେହବାଜ ଅହମଦ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର ଏବଂ କୁଲଦୀପ ସେନ୍

ସମ୍ବନ୍ଧିତ ଖବର