ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ., ମୃତ୍ୟୁ କାରଣ ଅସ୍ପଷ୍ଟ, ପୁଲିସ ତଦନ୍ତ ଜାରି
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

କୋହଲି ଯୁଗରେ ଡେବ୍ୟୁ...ସଚିନ୍‌ଙ୍କ ସହ ଖେଳିଛନ୍ତି, ରୋହିତ-ଧୋନୀଙ୍କ ସହ ଟ୍ରଫି ଉଠାଇଛନ୍ତି; ଶୁବମନ ସେନାରେ ମଜବୁତ୍‌ ପ୍ଲେୟାର ସାର୍‌ ଜାଡ଼େଜା

Published By : Ankita S | August 6, 2025 9:53 AM

ନୂଆଦିଲ୍ଲୀ,୦୬/୦୮: ରବୀନ୍ଦ୍ର ଜାଡ଼େଜା ଭାରତୀୟ କ୍ରିକେଟ ଦଳର ସେ ନାମ, ଯିଏକି ପ୍ରତି ମୂହୁର୍ତ୍ତରେ ନିଜକୁ ପ୍ରମାଣିତ କରିଛନ୍ତି । ଦୁଇ ଦିନ ତଳେ ସରିଥିବା ଇଂଲଣ୍ଡ ଗସ୍ତରେ ତାଙ୍କ ଜବରଦସ୍ତ ପ୍ରଦର୍ଶନ ରହିଥିଲା । ସାର୍‌ ଜାଡେଜାଙ୍କ ଚମକ ଦେଖିବାକୁ ମିଳିଥିଲା । ଭାରତକୁ ସଙ୍କଟରୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ରହିଛି । ଇଂଲଣ୍ଡ ବିପକ୍ଷ ୫ଟି ଟେଷ୍ଟ ମ୍ୟାଚରେ ୮୬ ଆଭରେଜରେ ୫୧୬ରନ୍ କରିଛନ୍ତି । ୧ ଶତକ ଓ ୫ ଅର୍ଦ୍ଧଶତକ ରହିଛି । ମାଞ୍ଚେଷ୍ଟରରେ ଚମତ୍କାର ପାଳି ଖେଳିଥିଲେ ।

ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅଭିଜ୍ଞତା ଇଂଲଣ୍ଡରେ କଷ୍ଟକର ପରିସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଛି । ଉଭୟ ବୋଲିଂ ଓ ବ୍ୟାଟିଂରେ କାମଲ କରିଥିଲେ ଜାଡ଼େଜା । ୨୦୧୨ରେ ଟେଷ୍ଟ ଡେବ୍ୟୁ କରିଥିଲେ ଜାଡେଜା । ଧୋନୀଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ନାଗପୁରରେ ଡେବ୍ୟୁ କରିଥିଲେ । ସେବେ ଭାରତୀୟ ଦଳରେ ସଚିନ ତେନ୍ଦୁଲକର ବି ଥିଲେ । ବିରାଟ କୋହଲି ମଧ୍ୟ ସାମିଲ ଥିଲେ । ରୋହିତ-  ଧୋନୀଙ୍କ ସହିତ ଅନେକ ଟ୍ରଫି ଜିତିଛନ୍ତି ଜଡ଼ୁ । ଏବେ ବି ଭାରତୀୟ ଟିମ୍‌ର ଜଣେ ମଜବୁତ ପ୍ଲେୟାର ହୋଇଛନ୍ତି । ଶୁବମନ ସେନାରେ ସିନିୟର ଖେଳାଳି ହୋଇଛନ୍ତି ।




ଜାଡ଼େଜାଙ୍କ ଇଣ୍ଟରନ୍ୟାସନାଲ ରେକର୍ଡ- ୩୬ ବର୍ଷୀୟ ରବୀନ୍ଦ୍ର ଜାଡ଼େଜା ଦୀର୍ଘ ସମୟରୁ ଆଇସିସି ଟେଷ୍ଟ ଅଲରାଉଣ୍ଡର ରାଙ୍କିଂ ନମ୍ବର ୱାନ୍‌ରେ ରହିଛନ୍ତି । ୮୫ ଟେଷ୍ଟ ମ୍ୟାଚ, ୨୦୪ ଦିନିକିଆ ଏବଂ ୭୪ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ୩୮୮୬ ରନ୍ କରି ୩୩୦ ୱିକେଟ୍ ନେଇଛନ୍ତି । ଦିନିକିଆ ତାଙ୍କ ଖାତାରେ ୨୮୦୬ ରନ୍ ସହିତ ୨୩୧ ୱିକେଟ ନେଇଛନ୍ତି । ଟି-୨୦ରେ ୫୪ ୱିକେଟ ସହିତ ୫୧୫ ରନ୍‌ କରିଛନ୍ତି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୧୩ରେ ଜାଡେଜା ଟିମ୍ ଇଣ୍ଡିଆରେ ଥିଲେ । ଏମ୍‌ଏସ ଧୋନୀଙ୍କ ନେତୃତ୍ୱରେ ବିଜୟ ହାସଲ କରିଥିଲା । ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୀୟ ଟିମ୍‌ ସଦସ୍ୟ ଥିଲେ ସାର୍‌ ଜାଡ଼େଜା । ଟି-୨୦ ବିଶ୍ୱକପ ପରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ ଜାଡେଜା । ଏବେ ସେ କେବଳ ଦିନିକିଆ ଏବଂ ଟେଷ୍ଟ ଖେଳୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.