PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପୁଣି ଜନନୀ ଯନ୍ତ୍ରଣା, ଭାରରେ ବୁହାହେଲେ ଗର୍ଭବତୀ

ରାୟଗଡ଼ା, ୧୧/୦୮ : ପୁଣି ଜନନୀ ଯନ୍ତ୍ରଣା। ଭାରରେ ବୁହାହେଲେ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ଦୟାନୀଧି କଣ୍ଡାଗରୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କଣ୍ଡାଗରୀଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସ ଡାକିଥିଲେ। ହେଲେ ଆମ୍ଵୁଲାନ୍ସ ଠିକ୍ ସମୟରେ ପହଞ୍ଚି ନପାରିବାରୁ ପୁଷ୍ପାଞ୍ଜଳି ଘରେ ପ୍ରସବ କରିଥିଲେ।

ସୂଚନାନୁଯାୟୀ, ପୁଷ୍ପାଞ୍ଜଳିଙ୍କୁ ପ୍ରାୟ ୩ କି.ମି ଭାରରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁକୁ ଭଲ ରାସ୍ତା ନଥିବାରୁ ବିବିନ୍ନ ସମୟରେ ଏଭଳି ସମସ୍ୟା ଉପୁଜୁଛି। ଫଳରେ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହାୟତାରେ କାର୍ଯ୍ୟ ଚାଲିଥିଲାବେଳେ ଗାଁ ଲୋକମାନେ କାଦୁଅ ଥିବା ସ୍ଥାନରେ ପଥର ଗୁଣ୍ଡ ପକାଇବାକୁ ସମ୍ପୃକ୍ତ ଠିକାଦାରଙ୍କୁ କହିବାରୁ ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର