ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୧୦ ବର୍ଷରୁ ଅଧିକ ବୟସର ପିଲା ନିଜ ବ୍ୟାଙ୍କ୍‌ ଆକାଉଣ୍ଟକୁ ଚଲାଇ ପାରିବେ, ଅନୁମତି ଦେଲା RBI

Published By : Prameya | April 21, 2025 10:57 PM

ନୂଆଦିଲ୍ଲୀ : ଏବେ ୧୦ ବର୍ଷରୁ ଅଧିକ ବୟସର ପିଲା ନିଜ ବ୍ୟାଙ୍କ୍‌ ଆକାଉଣ୍ଟକୁ ନିଜେ ଅପରେଟ୍‌ କରି ପାରିବେ। ଆରବିଆଇ ବ୍ୟାଙ୍କ୍‌ ଗୁଡ଼ିକୁ ଏହି ସମ୍ୱନ୍ଧରେ ଜାରି କରିଛି ନିର୍ଦ୍ଦେଶ। ରିଜର୍ଭ ବ୍ୟାଙ୍କ କହିଛି , ୧୦ ବର୍ଷରୁ ଅଧିକ ବୟସର ନାବାଳକଙ୍କୁ ସେଭିଂ ବା ଫିକ୍ଡ ଡିପୋଜିଟ୍‌ ଆକାଉଣ୍ଟ ଖୋଲିବା ଓ ଅପରେଟ୍‌ କରିବାକୁ ଅନୁମତି ଦିଆ ଯାଉଛି। କହି ରଖୁଛୁ କି, ଏବେସୁଦ୍ଧା ଅଭିଭାବକ ହିଁ ନାବାଳକଙ୍କ ଆକାଉଣ୍ଟକୁ ଅପରେଟ୍‌ କରନ୍ତି। 

ଆରବିଆଇ କମର୍ସିଆଲ ବ୍ୟାଙ୍କ୍‌ ଓ ସହକାରୀ ବ୍ୟାଙ୍କ ଗୁଡ଼ିକୁ ଜାରି ଏକ ସର୍କୁଲାରରେ କହିଛି ଯେ, କୌଣସି ବି ବୟସର ନାବଳକଙ୍କୁ ନିଜର ପ୍ରାକୃତିକ ବା ଆଇନଗତ ଅଭିଭାବକଙ୍କ ମାଧ୍ୟମରେ ସେଭିଂ ଓ ଫିକ୍ସଡ୍‌ ଡିପୋଜିଟ୍‌ ଆକାଉଣ୍ଟ ଖୋଲିବା ଓ ଅପରେଟ୍‌ କରିବାର ଅନୁମତି ଦିଆଯାଉଛି। ତାଙ୍କୁ ନିଜର ମାଆଙ୍କୁ ଅଭିଭାବକ ଭାବେ ରଖି ମଧ୍ୟ ଏମିତି ଆକାଉଣ୍ଟ ଖୋଲିବାର ଅନୁମତି ଦିଆଯାଇ ପାରେ। ସର୍କୁଲାର ମୁତାବିକ ବ୍ୟାଙ୍କ୍‌ ନିଜର ରିସ୍କ ମ୍ୟାନେଜମେଣ୍ଟ ପଲିସ୍‌କୁ ଧ୍ୟାନରେ ରଖି ରାଶି ଓ ସର୍ତ୍ତ ସ୍ଥିର କରିପାରିବ। ଏହି ବିଷୟରେ ଯାହା ବି ନିୟମ ଓ ସର୍ତ୍ତ ସ୍ଥିର କରାଯିବ , ଏହି ବିଷୟରେ ଆକାଉଣ୍ଟଧାରୀଙ୍କୁ ସୂଚନା ଦିଆଯିବ।

ସର୍କୁଲାରରେ କୁହାଯାଇଛି କି ବ୍ୟାଙ୍କ୍ ଗୁଡ଼ିକ ନିଜର ରିସ୍କ ମ୍ୟାନେଜମେଣ୍ଟ ପଲିସି, ଉତ୍ପାଦ ଓ ଗ୍ରାହକଙ୍କ ଆଧାରରେ ନାବାଳକ ଆକାଉଣ୍ଟଧାରୀଙ୍କୁ ଇଣ୍ଟରନେଟ୍‌ ବ୍ୟାଙ୍କିଂ , ଏଟିଏମ / ଡେବିଟ୍‌ କାର୍ଡ , ଚେକ୍‌ ବୁକ୍ ସୁବିଧା ଆଦି ଭଳି ଅତିରିକ୍ତ ସୁବିଧା ସବୁ ପ୍ରଦାନ କରି ପାରିବେ। ବ୍ୟାଙ୍କ ଗୁଡ଼ିକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ନାବାଳକଙ୍କ ଆକାଉଣ୍ଟ, ତାହା ସ୍ୱାଧୀନ ଭାବେ ହେଉ ବା  ଅଭିଭାବକଙ୍କ ଦ୍ୱାରା ପରିଚାଳିତ ହେଉ , ଏଥିରେ ଅଧିକ ଟଙ୍କା ରଖାନଯାଉ ,ସର୍ବଦା ସନ୍ତୁଳନ ବଜାୟ ରଖାଯାଉ। 

ଆରବିଆଇ କହିଛି , ଏହା ବ୍ୟତୀତ ବ୍ୟାଙ୍କ୍‌ ନାବାଳକଙ୍କ ଜମା ଆକାଉଣ୍ଟ ଖୋଲିବା ପାଇଁ ଗ୍ରାହକଙ୍କ ଉଚିତ୍‌ ଯାଞ୍ଚ-ବଜାୟ ରଖିବେ। ଆରବିଆଇ ବ୍ୟାଙ୍କ ଗୁଡ଼ିକୁ କହିଛି ଯେ , ସେ ୧ ଜୁଲାଇ ୨୦୨୫ ସୁଦ୍ଧା ସଂଶୋଧିତ ନୀତି ନିର୍ଦ୍ଦେଶ ଗୁଡ଼ିକର ଅନୁରୂପ ନୂଆ ନୀତି ପ୍ରଣୟନ କରିବାକୁ ବା ବର୍ତ୍ତମାନ ଥିବା ନୀତି ଗୁଡ଼ିକରେ ସଂଶୋଧନ କରନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.