ନୂଆଦିଲ୍ଲୀ,୦୫/୧୨; ଗ୍ରାହକଙ୍କୁ ନୂଆବର୍ଷ ଭେଟି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଋଣ କରିଥିବା ଗ୍ରାହଙ୍କ ପାଇଁ ଖୁସି ଖବର । କମିଲା ରେପୋରେଟ୍ । ଏଣିକି ବ୍ୟାଙ୍କ ଲୋନ୍ର ଇଏମଆଇ ଉପରେ ମିଳିବ ଆଶ୍ୱସ୍ତି । ୦.୨୫ ପ୍ରତିଶତ କମିଛି ରେପୋରେଟ୍ । ବର୍ତ୍ତମାନ ରେପୋ ୫. ୨୫ ପ୍ରତିଶତକୁ ହ୍ରାସ ପାଇଛି । ଏହା ସହିତ କମିବ ହୋମ-କାର-ପର୍ସନାଲ ଲୋନ ଇଏମଆଇ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମୁଦ୍ରା ନୀତି କମିଟି ବୈଠକରେ ଏହି ଘୋଷଣା କରିଛନ୍ତି । ଏହା ସିହତ ୨୦୨୫-୨୬ ପାଇଁ ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତକୁ ବୃଦ୍ଧି ହୋଇଥିବା ପୂର୍ବାନୁମାନ କରିଛି ଆରବିଆଇ ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି କି,ଏମଏସପି ୩ ଏବଂ ୫ ଡିସେମ୍ବର ଯାଏ ସ୍ଥିତି ସମୀକ୍ଷା କରିଛି । ଦେଶରେ ସୁଧହାର ପରିସ୍ଥିତି ବିଶ୍ୱ ଅର୍ଥନୈତିକ ପରିବେଶ, ସାଧାରଣ କ୍ରଣ ଚାହିଦା ଏବଂ କ୍ରମାଗତ ହ୍ରାସ ପାଉଥିବା ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ରେପୋ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ, ଭାରତର ଅର୍ଥନୀତି ଭଲ ସ୍ଥିତିରେ ଅଛି । ଦ୍ୱିତୀୟ ତ୍ରୈମାସିକରେ GDP ୮.୨% ଅଭିବୃଦ୍ଧି କରିଥିଲା, ଏବଂ ଅକ୍ଟୋବର ୨୦୨୫ରେ ଖୁଚୁରା ମୁଦ୍ରାସ୍ଫୀତି ମାତ୍ର ୦.୨୫% ଥିଲା, ଯାହା ଏହାର ସର୍ବନିମ୍ନ ସ୍ତର । ଏହା ଆରବିଆଇ ପାଇଁ ସୁଧହାର ହ୍ରାସ କରିବା ପାଇଁ ଏକ ଭଲ ସୁଯୋଗ ପ୍ରଦାନ କରିଥିଲା ।
#WATCH | Mumbai | RBI Governor Sanjay Malhotra says, "... Both headline and core inflation are expected to be at or below the 4% mark during the first half of next year."
— ANI (@ANI) December 5, 2025
"The MPC noted that the headline inflation has eased significantly and is likely to be softer than the… pic.twitter.com/R54mk3IL85
ଶସ୍ତା ହେବ ଲୋନ୍- ରେପୋ ହାର ହ୍ରାସ ବ୍ୟାଙ୍କ ଋଣ ଉପରେ ସିଧାସଳଖ ପ୍ରଭାବ ପକାଇବ । ବ୍ୟାଙ୍କଗୁଡ଼ିକ ଏବେ କମ ସୁଧ ହାରରେ RBI ଠାରୁ ଟଙ୍କା ଋଣ ନେଇପାରିବେ, ଯାହା ଗ୍ରାହକଙ୍କୁ ଲାଭ ଦେବ । ଗୃହ ଋଣ EMI କମ ହେବ, ଅଟୋ ଋଣ ଶସ୍ତା ହେବ, ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାରରେ ମଧ୍ୟ ରିହାତି ସମ୍ଭବ । ଏହି ପଦକ୍ଷେପ ଗ୍ରାହକଙ୍କ ପକେଟକୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିପାରେ ।
ରେପୋ ରେଟ୍ କ’ଣ ? ରିଜର୍ଭ ବ୍ୟାଙ୍କ ଯେଉଁ ସୁଧ ହାରରେ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ ତାହାକୁ ରେପୋରେଟ କୁହାଯାଏ । ଯେତେବେଳେ ରେପୋ ହାର ହ୍ରାସ ପାଏ, ବ୍ୟାଙ୍କଗୁଡ଼ିକ ଶସ୍ତା ଋଣ ପାଆନ୍ତି । ଫଳସ୍ୱରୂପ, ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ସେମାନଙ୍କର ଖର୍ଚ୍ଚ ଏବଂ ଅନ୍ୟାନ୍ୟ କାରଣଗୁଡ଼ିକୁ ବିଚାରକୁ ନେଇ ସେମାନଙ୍କର ଋଣ ହାର ହ୍ରାସ କରନ୍ତି, ଯାହା ଫଳରେ EMI କମ୍ ହୁଏ । ଚଳିତ ବର୍ଷ RBI ସୁଧହାରକୁ ୧୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି । ତଥାପି, ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଲାଭ ଦେଇନାହାଁନ୍ତି । MCLR ଆଧାରରେ ବ୍ୟାଙ୍କଗୁଡ଼ିକ ସୁଧହାର ହ୍ରାସ ନିଷ୍ପତ୍ତି ନିଅନ୍ତି । ଏଥର ବ୍ୟାଙ୍କଗୁଡ଼ିକ କେତେ ସୁଧ ହାର ହ୍ରାସ କରିବେ ତାହା ଦେଖିବାକୁ ବାକି ଅଛି । ମୁଦ୍ରାସ୍ଫୀତି ହ୍ରାସକୁ ଦୃଷ୍ଟିରେ ରଖି, ସୁଧହାର ହ୍ରାସ କରିବା ପାଇଁ ରିଜର୍ଭ ବ୍ୟାଙ୍କର ପଥ ସହଜ ହୋଇଯାଏ ।