ନୂଆଦିଲ୍ଲୀ,୨୬/୧୧:ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥା ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ। ସ୍ବାସ୍ଥାବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ତେବେ ଗତକାଲି ରାତିରେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଛାତିରେ ଯନ୍ତ୍ରଣା ସହ ଜଳାପୋଡା ଅନୁଭବ କରିଥିଲେ । ଯାହାପରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏସିଡିଟି ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଆଗାମୀ ୨ରୁ ୩ ଘଣ୍ଟା ମଧ୍ୟରେ ଡିସଚାର୍ଜ ହେବେ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ଏବେ ଭଲ ଅଛନ୍ତି ଓ ଖୁବ୍ ଶୀଘ୍ର ଡିସ୍ଚାର୍ଜ ହେବେ ବୋଲି ଆର୍ବିଆଇର ମୁଖପାତ୍ର ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ।