ନୂଆଦିଲ୍ଲୀ,୦୬/୦୨; ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ବୈଠକ ପରେ ଏକ ବଡ଼ ଘୋଷଣା କରିଛି । ଏଥର ଆରବିଆଇ ରେପୋ ହାର ହ୍ରାସ କରିନାହିଁ । ୫.୨୫ ପ୍ରତିଶତ ରହିଛି ରେପୋରେଟ୍ । ପୂର୍ବରୁ, ଆରବିଆଇ ଗତ ବର୍ଷରେ ୧୨୫ ବେସିସ୍ ପଏଣ୍ଟ୍ ହାର ହ୍ରାସ କରିଥିଲା । ତଥାପି, ଏଥର, ଫେବୃଆରୀ ବସିଥିବା ବୈଠକରେ ରେପୋ ହାରକୁ ଅପରିବର୍ତ୍ତିତ ରଖାଯାଇଥିଲା । ଏହି ନିଷ୍ପତ୍ତି ଇଏମଆଇ କମିବା ଆଶାକୁ ଏକ ଝଟକା ପରି ହୋଇଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (MPC)ଆଜି ଆର୍ଥିକ ୨୦୨୭ ପାଇଁ ଆଜି (ଶୁକ୍ରବାର) ପ୍ରଥମ ଏବଂ ଦ୍ୱିତୀୟ ତ୍ରୈମାସିକ ପାଇଁ ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୪% ଏବଂ ୪.୨%କୁ ବୃଦ୍ଧି କରିଛି । ଯାହା ଏକ ତୀବ୍ର ମୁଦ୍ରାସ୍ଫୀତି ନିୟନ୍ତ୍ରଣର ପୂର୍ବ ଆଶାରୁ ଓହରିଯିବାର ସଙ୍କେତ ଦେଇଛି । ଏମପିସିର ତିନି ଦିନିଆ ନୀତି ସମୀକ୍ଷା ଶେଷରେ ଏହି ପରିବର୍ତ୍ତନ ଆସିଛି, ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ ୫.୨୫% ରେ ଅପରିବର୍ତ୍ତିତ ରଖିଛି । ଏହି ପଦକ୍ଷେପ ସୂଚାଇ ଦିଏ ଯେ RBI ମୁଦ୍ରାସ୍ଫୀତି ଦୃଷ୍ଟିକୋଣ ବିଷୟରେ ଅଧିକ ସତର୍କ ହେଉଛ ଯଦିଓ ଏହା ସୁଧ ହାର ଉପରେ ସ୍ଥିର ମନୋଭାବ ବଜାୟ ରଖିଛି। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ସାମ୍ପ୍ରତିକ ଚୁକ୍ତିନାମା ଅଭିବୃଦ୍ଧି ଦୃଷ୍ଟିକୋଣକୁ ସକାରାତ୍ମକ ରଖିଛି । ଗଭର୍ଣ୍ଣର ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଦୃଢ଼ ରହିଛି ।
କମିବା ଆଶା ନଥିଲା- ବୈଠକ ପରେ ଆରବିଆଇ ଗଭର୍ଣ୍ଣର କୌଣସି ରେପୋ ହାର ହ୍ରାସ ଘୋଷଣା କଲେ ନାହିଁ । କିନ୍ତୁ ଏହା ପୂର୍ବରୁ ଅନୁମାନ କରାଯାଇଥିଲା । ବିଶେଷଜ୍ଞମାନେ ବିଶ୍ୱାସ କରୁଥିଲେ କି, ଫେବୃଆରୀରେ ରେପୋ ହାର ହ୍ରାସ ଅସମ୍ଭବ ଏବଂ ତାହା ହିଁ ଘଟିଛି । କେନ୍ଦ୍ରୀୟ ବଜେଟ୍ ୨୦୨୬ ମୂଳଧନରେ ୧୨% ବୃଦ୍ଧି ଏବଂ ୪.୩% ଆର୍ଥିକ ନିଅଣ୍ଟ ଲକ୍ଷ୍ୟ ରଖିଛି । ଆମେରିକା ଭାରତ ଉପରେ ଶୁଳ୍କକୁ ୧୮% କୁ ହ୍ରାସ କରିଛି, ଏବଂ ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଏବଂ ପୁଞ୍ଜି ପ୍ରବାହକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି । ଆରବିଆଇ ଏହି ସକାରାତ୍ମକ ସଙ୍କେତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ।
The Monetary Policy Committee has decided to keep the policy repo rate unchanged at 5.25%, and to maintain a neutral stance, says RBI Governor Sanjay Malhotra. pic.twitter.com/KhaWPXnhXx
— ANI (@ANI) February 6, 2026
ବର୍ଷରେ ୪ ଥର କମିଥିଲା- ଗତ ବର୍ଷ, RBI ସାଧାରଣ ଋଣଗ୍ରହୀତାଙ୍କ ପାଇଁ ଇଏମଆଇକୁ ଯଥେଷ୍ଟ ହ୍ରାସ କରିଥିଲା । ଫେବୃଆରୀ ୨୦୨୫ ରୁ ଡିସେମ୍ବର ୨୦୨୫ ମଧ୍ୟରେ, ରୋପୋ ହାର ୪ଥର ହ୍ରାସ କରାଯାଇଥିଲା । ଯାହା ମୋଟ ୧୨୫ ବେସିସ୍ ପଏଣ୍ଟ ଥିଲା । ଫେବୃଆରୀ ୨୦୨୫ ରେ 0.୨୫%, ଏପ୍ରିଲରେ ୦.୨୫% ଏବଂ ଜୁନ୍ ରେ ୦.୫% ହ୍ରାସ କରାଯାଇଥିଲା । ଅଗଷ୍ଟ ଏବଂ ଅକ୍ଟୋବରରେ ବ୍ରେକ୍ ପରେ, ଡିସେମ୍ବରରେ ଆଉ ୦.୨୫% ହ୍ରାସ କାର୍ଯ୍ୟକାରୀ କରାଯାଇଥିଲା ।