ମୁମ୍ବାଇ,୨୩/୦୫: ୨୦୨୪-୨୫ ଆର୍ଥିକବର୍ଷରେ ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) ୩୯୮.୭୧ ବିଲିୟନ ଡଲାର୍‌ର ବିଦେଶୀ ମୁଦ୍ରା ବିକ୍ରି  କରିଛି । ଅସ୍ଥିର ବିଶ୍ୱ ଅର୍ଥନୈତିକ ମାହୋଲ ମଧ୍ୟରେ ଦୁର୍ବଳ ଟଙ୍କାକୁ ସଜାଡ଼ିବା ପାଇଁ ଆର୍‌ବିଆଇ ଏ ନିଷ୍ପତ୍ତି  ନେଇଛି । 

୨୦୨୩-୨୪ରେ ଆର୍‌ବିଆଇ  ୧୫୩.୦୩ ବିଲିୟନ ଡଲାରର ବିଦେଶୀ  ମୁଦ୍ରା ବିକ୍ରି କରିଥିଲା । ୨୦୨୨-୨୩ରେ  ଏହା ୨୧୨.୫୭ ବିଲିୟନ ଡଲାର  ଥିଲା । ଏହାସହିତ ଆର୍‌ବିଆଇ ମଧ୍ୟ  ଗତବର୍ଷ ବଡ଼ ଆକାରରେ ବିଦେଶୀ ମୁଦ୍ରା କିଣିଛି । ବିଦେଶୀ ମୁଦ୍ରା ବିକ୍ରି କରିବାର ପ୍ରମୁଖ ଉଦ୍ଦେଶ୍ୟ  ହେଉଛି ଟଙ୍କାକୁ ସଜାଡ଼ିବା । ଗତ କିଛି ବର୍ଷ ଧରି ସ୍ଥିର ରହିବା ପରେ  ୨୦୨୪-୨୫ ଦ୍ୱିତୀୟାର୍ଦ୍ଧରେ ଏହା ଦୁର୍ବଳ ହେବା ଆରମ୍ଭ କରିଛି ।