ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଋଣ ଗ୍ରହୀତାଙ୍କ ଲାଗି ଆଶ୍ୱସ୍ତି: ଅବଧି ଆଗରୁ ଲୋନ୍‌ ସୁଝିଲେ ଲାଗିବନି ଚାର୍ଜ, ଜାନୁଆରି ୧ରୁ ନୂଆ ନିୟମ

Published By : Prameya | July 5, 2025 10:06 AM

ନୂଆଦିଲ୍ଲୀ,୦୫/୦୭: ଋଣ ଗ୍ରହୀତାଙ୍କ ଲାଗି ଆଶ୍ୱସ୍ତି ପ୍ରଦାନ କରିଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଆର୍‌ବିଆଇ) । ଏଣିକି ନିର୍ଦ୍ଧିଷ୍ଟ ଅବଧି ଆଗରୁ ଯଦି କୌଣସି ବ୍ୟକ୍ତି ବିଶେଷ  ଋଣ ସୁଝନ୍ତି ତେବେ ତାଙ୍କ ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଚାର୍ଜ ଲଗାଇବେ ନାହିଁ । ଫ୍ଲୋଟିଂ ସୁଧହାର  ଭିତ୍ତିକ ଋଣ ଉପରେ ଲାଗୁଥିବା ଆଗୁଆ  ଋଣ ସୁଝିବା (ପ୍ରିପେମେଣ୍ଟ)ଚାର୍ଜକୁ  ବାଦ ଦେବାକୁ କେନ୍ଦ୍ରିୟ ବ୍ୟାଙ୍କ ନିଷ୍ପତ୍ତି  ନେଇଛି । ନୂଆ ନିୟମ ୨୦୨୬ ଜାନୁଆରି  ପହିଲାରୁ କାର୍ଯ୍ୟକାରୀ ହେବ । ୨୦୨୬  ଜାନୁଆରି ୧ କିମ୍ବା ଏହା ପରେ ମଞ୍ଜୁର  ବା ନବୀକରଣ ହୋଇଥିବା ଋଣ ଲାଗି  ଏହି ନିୟମ ଲାଗୁ ହେବ ।  

ବ୍ୟକ୍ତି ବିଶେଷ ସମୟ ଆଗରୁ ନିଜ  ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ସୁଝିବା  ଉପରେ ବ୍ୟାଙ୍କ ଚାର୍ଜ ଲଗାଉଛନ୍ତି । ନୂଆ  ନିୟମ ସମସ୍ତ ବ୍ୟାଙ୍କ ଏବଂ ଅଣବ୍ୟାଙ୍କ  ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି)  ସମେତ ଆର୍‌ବିଆଇ ନିୟନ୍ତ୍ରଣାଧୀନ  ସଂସ୍ଥା ଲାଗି କାର୍ଯ୍ୟକାରୀ ହେବ । ଏହା  ଦ୍ୱାରା ବାସଗୃହ, ଏମ୍‌ଏସ୍‌ଏମ୍‌ଇ ଋଣ  ନେଇଥିବା କୋଟି କୋଟି ଗ୍ରାହକଙ୍କୁ  ଆଶ୍ୱସ୍ତି ମିଳିବ ।  

ଅଣବାଣିଜ୍ୟିକ କାର୍ଯ୍ୟ ଲାଗି  ଫ୍ଲୋଟିଂ ରେଟ୍‌ରେ ଜଣେ ବ୍ୟକ୍ତି କିମ୍ବା  ଏକାଧିକ ବ୍ୟକ୍ତି ବିଶେଷଙ୍କ ନାମରେ  ଋଣ ନେଇଥିଲେ ବି ନୂଆ ନିୟମର  ଲାଭ ମିଳିବ । ଏଭଳି ଋଣ କ୍ଷେତ୍ରରେ କୌଣସି ବ୍ୟାଙ୍କିଂ କିମ୍ବା ଏନ୍‌ବିଏଫ୍‌ସି  ପ୍ରି ପେମେଣ୍ଟ ଫିସ୍‌ ଲାଗୁ କରିପାରିବେ  ନାହିଁ । ସେହିଭଳି ବାଣିଜ୍ୟିକ କିମ୍ବା  ଏମ୍‌ଏସ୍‌ଏମ୍‌ଇ ଋଣ ନେଇଥିଲେ  ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ପ୍ରିମେଣ୍ଟ ଚାର୍ଜ  ଲଗାଇବେ ନାହିଁ ।  

ତେବେ ଏହି ନିୟମ କ୍ଷୁଦ୍ର  ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ  ବ୍ୟାଙ୍କ, ଲୋକାଲ ଏରିଆ ବ୍ୟାଙ୍କ, ଟିୟର  ୪ ଅର୍ବାନ କୋଅପରେଟିଭ ବ୍ୟାଙ୍କ,  ଏନ୍‌ବିଏଫ୍‌ସି ଅପ୍‌ର ଲେୟାର, ଅଲ୍‌  ଇଣ୍ଡିଆ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁସନ  ଲାଗି କାର୍ଯ୍ୟକାରୀ ହେବନି । କୌଣସି  ବ୍ୟକ୍ତି ଏମ୍‌ଏସ୍‌ଏମ୍‌ଇ ବର୍ଗରେ ୫୦  ଲକ୍ଷ ଟଙ୍କାର ଋଣ ନେଇଥିଲେ ତାଙ୍କ  ଉପରେ ପ୍ରିପେମେଣ୍ଟ ଚାର୍ଜ ଲାକୁ  ହେବନି । ଏଥିରେ ଟିୟର ୩ ଅର୍ବାନ କୋଅପରେଟିଭ ବ୍ୟାଙ୍କ, ରାଜ୍ୟ  ଏବଂ କେନ୍ଦ୍ର କୋଅପରେଟିଭ ବ୍ୟାଙ୍କ,  ଏନ୍‌ବିଏଫ୍‌ସି ଅପରଲେୟର ସାମିଲ  ରହିଛି । 

ପ୍ରିପେମେଣ୍ଟ ଚାର୍ଜକୁ ନେଇ ବ୍ୟାଙ୍କ  ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଭିନ୍ନ  ଭିନ୍ନ ନୀତି ଆପଣାଉଥିବାରୁ ଏହାକୁ  ନେଇ ଆର୍‌ବିଆଇ ଚିନ୍ତା ପ୍ରକଟ କରିଛି ।  ଋଣ ସମ୍ପୂର୍ଣ୍ଣ ହେଉକି ଆଂଶିକ ଏବେ  କୌଣସି ଚାର୍ଜ ପ୍ରିପେମେଣ୍ଟ ଚାର୍ଜ ଲାଗୁ  ହେବନି । ଏଥିରେ କୌଣସି ଲକ୍‌ ଇନ୍‌ ପିରିୟଡ ଅନିବାର୍ଯ୍ୟ ନୁହେଁ ବୋଲି କହିଛି  ଆର୍‌ବିଆଇ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.