ନୂଆଦିଲ୍ଲୀ : ଫିଲ୍ ସଲ୍ଟଙ୍କ ଦମଦାର ଅର୍ଦ୍ଧଶତକ । ୮ ଓ୍ବିକେଟ୍ ବିନିମୟରେ ୧୭୫ ରନ କଲା RCB । ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଦମଦାର ପାଳି ଆରମ୍ଭ କରିଥିବାବେଳେ ଶେଷ ସମୟରେ ଏହାକୁ ବିଶାଳ ସ୍କୋରରେ ପରିଣତ କରିପାରିନାହିଁ । ପ୍ରଥମରୁ ଅନୁମାନ କରାଯାଉଥିଲା କି, ୨୦୦ ଉପରେ କରିପାରେ ମାତ୍ର ୧୭୫ ରନରେ ସୀମିତ ରହିଛି ବେଙ୍ଗାଲୁରୁ ।

ବିରାଟ କୋହଲି ଏବଂ ଫିଲ ସଲ୍ଟ ପାଳି ଆରମ୍ଭ କରିଥିଲେ । ବିରାଟ ୧୩ ବଲରୁ ୧୯ ରନ କରିଥିବାବେଳେ ସଲ୍ଟ ୩୮ ବଲରୁ ୬୩ ରନ କରିଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାଡିକଲ ୧୮, ପଟିଦାର ୮,ଟିମ୍ ଡେଭିଡ୍ ୨୬, ଜିତେଶ ଶର୍ମା ୧୪ ଏବଂ କୃନାଲ ପାଣ୍ଡ୍ୟା ୧୨ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି ।

ସେପଟେ ଦିଲ୍ଲୀର ବୋଲରମାନେ ଆଜିର ମ୍ୟାଚରେ କମାଲ କରିଛନ୍ତି । ଲୁଙ୍ଗି ନିଙ୍ଗଡ଼ି, କୁଲଦୀପ ଯାଦବ ଏବଂ ଅଧିନାୟକ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ଏହାସହ ମୁକେଶ କୁମାର ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ତେବେ ଆଜିର ମ୍ୟାଚରେ ନଟରାଜନ ଓ୍ବିକେଟ୍ ଲେସ୍ ରହିଛନ୍ତି । ସେ ଗୋଟିଏ ମଧ୍ୟ ଓ୍ବିକେଟ୍ ନେବାରେ ସଫଳ ହୋଇନାହାନ୍ତି ।

ଏହାସହ ପଢ଼ନ୍ତୁ : ଆଉଟ୍ ହେବା ପରେ ଏମିତି କାହିଁକି କଲେ ଶାହିନ୍, ଭାଇରାଲ ହେଉଛି ଭିଡିଓ...