ନୂଆଦିଲ୍ଲୀ : ଚାଲିଛି ପାକିସ୍ତାନ ସୁପର ଲିଗ୍ । ଲାହୋର କଲନ୍ଧର ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ୬ ମ୍ୟାଚରୁ ଦଳ ୪ ପରାଜୟ ବରଣ କରିଛି । ଯାହାର ଚାପ ଅଧିନାୟକ ଶାହିନଙ୍କ ଉପରେ ପଡ଼ିଛି । ଦଳକୁ ବିଜୟ କରାଇବା ପାଇଁ ପ୍ରୟାସ କରି ମଧ୍ୟ ସେ ବିଫଳ ହେଉଥିବାବେଳେ ରାଗରେ ମାନସିକ ଭାରସାମ୍ୟ ହରାଇ ବସିଥିବା ଭଳି ଦେଖାଯାଇଛନ୍ତି । ଶୁକ୍ରବାର କ୍ବେଟା ବିପକ୍ଷ ମ୍ୟାଚରେ ପରାଜୟ ପରେ ତାଙ୍କର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଶାହିନ୍ ଆଉଟ୍ ହୋଇ ଫେରିବା ପରେ ରାଗି ଯାଇଛନ୍ତି । ନିଜର ରାଗକୁ ଦେଖାଇବାକୁ ଯାଇ ବ୍ୟାଟକୁ ବାଡେଇଛନ୍ତି । ପାଭିଲିୟନକୁ ଫେରୁଥିବାବେଳେ ଏତେ ରାଗରେ ରହିଥିଲେ ଯେ ସେ ନିଜକୁ ଆୟତ୍ତ କରିପାରିନଥିଲେ । ଆଉ ବ୍ୟାଟକୁ ଏଭଳି ଭାବେ ବାଡଉଛନ୍ତି କି, ଯାହାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ କ୍ରିକେଟପ୍ରେମୀମାନେ ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ୟୁଜର୍ସମାନେ ନିନ୍ଦା କରୁଥିବା ସହ ଖରାପ କମେଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

କହି ରଖୁଛୁ କି, ଶୁକ୍ରବାର ପିଏସଏଲରେ ଖେଳାଯାଇଥିବା ମୁକାବିଲାରେ ଲାହୋର ୮ ଓ୍ବିକେଟରେ ହାରିଛି । ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ୧୯.୫ ବଲରେ ୧୩୪ ରନ କରିବାରେ ସକ୍ଷମ ହେଉଥିଲା । ପ୍ରଥମରୁ ଏଭଳି ଲାଗୁଥିଲା କି, ଦଳ ୧୦୦ ମଧ୍ୟ ପାର୍ କରିନପାରେ । କିନ୍ତୁ ଶେଷ ଓଭର ଗୁଡ଼ିକରେ ଟିକେ ସ୍କୋର ହେବା ପରେ ମଧ୍ୟ ଏହା ବହୁତ କମ୍ ହୋଇଥିଲା । ଶେଷରେ ଦଳ ପରାସ୍ତ ହୋଇଥିଲା । ଯେଉଁ କାରଣରୁ ଦଳର ଅଧିନାୟ ଶାହିନ ନିଜର ରାଗକୁ ସମ୍ଭାଳିପାରିନଥିବା ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : ‘ଧୁରନ୍ଧର-୨’ ଫେମ୍ ସାରା, ବାପାଙ୍କ ପାଇଁ ସେୟାର କଲେ ହୃଦୟସ୍ପର୍ଶୀ ପୋଷ୍ଟ