ନୂଆଦିଲ୍ଲୀ : CSK-RCB ମୁକାବିଲା । ଟସ୍ ଜିତିଲା ଚେନ୍ନାଇ । ଦଳ ପ୍ରଥେମ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ଆରସିବିକୁ ପ୍ରଥେମ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି । ଆଜି ମଧ୍ୟ ଦଳରେ ଧୋନୀ ଖେଳୁନାହାନ୍ତି । ସେପଟେ ବିରାଟଙ୍କ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ପୂର୍ବ ମ୍ୟାଚ ଭଳି ଆଜିର ମ୍ୟାଚରେ ବିରାଟ ବଡ଼ ପାଳି ଖେଳନ୍ତୁ ବୋଲି ଆଶା ରଖାଯାଇଛି । ଚିନ୍ନାସ୍ବାମୀ ଷ୍ଟାଡିୟମ ଛୋଟ ରହିଥିବାବେଳେ ବେଙ୍ଗାଲୁରୁ ଏକ ବିଶାଳ ସ୍କୋର ଘରୋଇ ମାଟିରେ କରିବ ବୋଲି ଆଶା କରାଯାଉଛି । ତଥାପି ସିଏସକେ ଏହି ମ୍ୟାଚରେ ବିଜୟୀ ହୋଇ ପ୍ରଥମଥର ଜିତିବା ଲକ୍ଷ୍ୟରେ ଆରସିବି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ବଡ଼ ସ୍କୋର କରିବାକୁ ଦେଇନପାରେ ।
ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ବେଙ୍ଗାଲୁରୁ ଉଭୟ ମ୍ୟାଚ ଜିତିଥିଲା । ଗତ ସିଜନରେ ବେଙ୍ଗାଲୁରୁକୁ ଚାମ୍ପିଅନ କରାଇଥିବା ଜୋସ ହାଜେଲଉଡ୍ ଏ ପର୍ଯ୍ୟନ୍ତ ଫିଟ୍ ହୋଇ ନଥିଲେ ହେଁ ତାଙ୍କ ଅନୁପସ୍ଥିତି ଅନୁଭବ ହୋଇ ନାହିଁ । କାରଣ ହାଜେଲଉଡ୍ଙ୍କ ସ୍ଥାନରେ ଖେଳୁଥିବା ଜାକବ ଡଫି ଘାତକ ବୋଲିଂ କରୁଛନ୍ତି । ଆଜି ସେ ବେଙ୍ଗାଲୁରୁର ବୋଲିଂ ବିଭାଗ ସମ୍ଭାଳିବେ ।
ସିଏସକେର ବୋଲିଂ ବିଭାଗ ଦୁର୍ବଳ ମନେ ହେଉଛି । ନୂର ଅହମ୍ମଦ ଓ ମାଟ ହେନରୀ ଗତ ପଞ୍ଜାବ ବିପକ୍ଷ ମ୍ୟାଚରେ ବୋଲିଂ ବିଭାଗ ସମ୍ଭାଳିଥିଲେ ଓ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର ଓ ଚେନ୍ନାଇ ପକ୍ଷରୁ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ । ଇତି ମଧ୍ୟରେ ୧୯୯ଟି ୱିକେଟ୍ ଅକ୍ତିଆର କରିସାରିଥିବା ଭୁବନେଶ୍ୱର ଆଜି ୨୦୦ ୱିକେଟ୍ କ୍ଲବରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ପ୍ରଥମ ୨ଟି ମ୍ୟାଚରେ ସଞ୍ଜୁଙ୍କ ବ୍ୟାଟ୍ ନିରବ ରହିଥିଲା । ମାତ୍ର ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ଭୁଲି ନାହାନ୍ତି । ଖୁବ୍ ଶୀଘ୍ର ସଞ୍ଜୁ ଫର୍ମକୁ ଫେରି ଚେନ୍ନାଇ ପାଇଁ ମ୍ୟାଚ୍ ବିଜୟୀ ଇନିଂସ ଖେଳିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିବ । ଏଠାରେ ଆଜି ବିଶାଳ ସ୍କୋର ହେବା ସହ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ଏହାସହ ପଢ଼ନ୍ତୁ : ଦିବ୍ୟା ଭାରତୀଙ୍କ ସମ୍ପର୍କରେ ଏମିତି କହିଲେ ଫିଲ୍ମ ନିର୍ମାତା ପହଲାଜ