ନୂଆଦିଲ୍ଲୀ : ଦିବ୍ୟା ଭାରତୀ, ବଲିଉଡର ଏହି ଦିବଙ୍ଗତ ଅଭିନେତ୍ରୀ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିଲେ । ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ହୋଇ ରହିଛି । ଯାହାକୁ କେବେ ମଧ୍ୟ ଭୁଲି ହେବନାହିଁ । କୁହାଯାଏ କି, ସେ ବଲିଉଡର ସୁପରଷ୍ଟାର ପାଲଟିଥାନ୍ତେ । ଅଳ୍ପ କିଛି ବର୍ଷରେ ସେ ଯେତିକି ସଫଳତା ପାଇଲେ ବୋଧହୁଏ ଆଉ କାହାକୁ ଏମିତି ମିଳିନାହିଁ । ଦିବ୍ୟାଙ୍କ ମୃତ୍ୟୁକୁ ଏକ ସାଧାରଣ ଦୁର୍ଘଟଣା ବୋଲି କୁହାଯାଉଥିବାବେଳେ ଆଜି ମଧ୍ୟ ଅନେକ ଏହାକୁ ବିଶ୍ବାସ କରିପାରୁନାହାନ୍ତି । ଦିବ୍ୟାଙ୍କ ହତ୍ୟା କରାଯାଇଥିବା ମଧ୍ୟ କେହି କେହି ଦାବି କରନ୍ତି ।
ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ପହଲାଜ ନିହଲାନି ଏକ ଜାତୀୟ ଗଣମାଧ୍ୟମରେ ଯୋଗ ଦେଇଥିବାବେଳେ ସେ ଦିବ୍ୟାଙ୍କ ସମ୍ପର୍କ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ଦିବ୍ୟା କାମ ପ୍ରତି ସମର୍ପିତ ଥିଲେ । ମୋର ମନେ ଅଛି ଉଟିର ଏକ ଜଙ୍ଗଲରେ ଫିଲ୍ମର ସୁଟିଂ ଚାଲିଥିଲା । ଯେଉଁଠାରେ ତାଙ୍କ ପାଦରେ ଏକ ବଡ଼ କଣ୍ଟା ଫୁଟିଯାଇଥିଲା । ପାଦରୁ ପ୍ରବଳ ରକ୍ତ ବାହାରିଥିଲା । ମୁଁ କହିଥିଲି ପ୍ୟାକଅପ୍ କରିବା ପାଇଁ । କିନ୍ତୁ ସେ କହିଥିଲେ କାହିଁକି ? ରାତିସାରା ସୁଟିଂ କରିଥିଲେ ଆଉ ନିଜର କାମ ପ୍ରତି ସମ୍ମାନ କରିଥିଲେ । ପରଦିନ ପୁଣି ବିଶ୍ରାମ ନିଅନ୍ତୁ କହି ସୁଟିଂ ବନ୍ଦ କରିଥିଲି । କିନ୍ତୁ ସେ ଜମା ଶୁଣିନଥିଲେ । ଜଣେ ସହାୟକଙ୍କ ସହ ମୋ ପାଖକୁ ଆସିଥିଲେ । ଆଉ ଗୋଡ଼ରେ ହଳଦୀ ଲଗାଇ ଜଳପ୍ରପାତରେ ସୁଟିଂ ସାରିଥିଲେ । ଏଥିରୁ ତାଙ୍କ କାମ ପ୍ରତିଥିବା ସମର୍ପଣ ଭାବ ଜଣାପଡ଼େ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଥିବାବେଳେ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।
ଏହାସହ ପଢ଼ନ୍ତୁ : ଟାର୍ଗେଟ କରେ ଧନୀ ଯୁବତୀ, ଦୁଷ୍କର୍ମ କରି ଫେରାର ହୁଏ : ଏମିତି ଧରିଲା ପୁଲିସ