ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ଫାଇନାଲ ମୁକାବିଲା । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବେଙ୍ଗାଲୁରୁ । ପ୍ରଥମେ ବ୍ୟାଟିଂ କରିବ ଗୁଜୁରାଟ । ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ୍ ଦମଦାର ଫର୍ମରେ ରହିଥିବାବେଳେ ବ୍ୟାଟିଂରେ ଏମାନଙ୍କ ଉପରେ ନଜର ରହିବ । ସେପଟେ ଚେକ୍ ଦେବାକୁ ଭୁବନେଶ୍ବର କୁମାର ଏବଂ ହାଜେଲହୁଡ ମଦ୍ୟ ରହିଛନ୍ତି ।

ପ୍ରଥମ କ୍ୱାଲିଫାୟର ଜିତିବା ପରେ ବେଙ୍ଗାଲୁରୁ ଦଳ ଧର୍ମଶାଳାରୁ ସିଧା ଅହମ୍ମଦାବାଦରେ ପହଞ୍ଚି ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ଗୁଜରାଟକୁ ଧର୍ମଶାଳାରୁ ଚଣ୍ଡୀଗଡ଼ ଆସି ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ପଡ଼ିଥିଲା । ଏହି ମ୍ୟାଚ ଜିତି ଗୁଜରାଟ ଫାଇନାଲ୍ ଟିକେଟ୍ ହାସଲ କରିବା ପରେ ନିଜ ଘରୋଇ ଭେନ୍ୟୁ ଅହମ୍ମଦାବାଦରେ ପହଞ୍ଚିଛି । ଯାତ୍ରା ବ୍ୟସ୍ତତା ମଧ୍ୟରେ ଅଭ୍ୟାସ କରିବା ପାଇଁ ଦଳକୁ ସମୟ ମିଳି ନାହିଁ । ଆଜି ଟସ ପୂର୍ବରୁ ଯାହା ଅଭ୍ୟାସ କରିବାକୁ ସମୟ ମିଳିବ ।

ବେଙ୍ଗାଲୁରୁ ୧୫ଟି ଓ ଗୁଜରାଟ ୧୬ଟି ମ୍ୟାଚ ଖେଳି ସାରିଛନ୍ତି । ଉଭୟ ଦଳ ୩ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି । ପ୍ରଥମ ଲିଗ ମ୍ୟାଚରେ ବେଙ୍ଗାଲୁରୁ ୫ ୱିକେଟ୍ରେ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଲିଗ୍ରେ ଗୁଜରାଓ ୪ ୱିକେଟ୍ରେ ଜିତିଥିଲା । ଏହାପରେ ଉଭୟ ଦଳ ପ୍ରଥମ କ୍ୱାଲିଫାୟରରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୯୨ ରନ୍ରେ ଗୁଜରାଟକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଏଥର ଗୁଜରାଟ ପାଳି ।

ବେଙ୍ଗାଲୁରୁକୁ ହରାଇବା ସହଜ ନୁହେଁ । ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ଗୁଜରାଟ ମଧ୍ୟ ପେସ ବୋଲିଂ ବାହିନୀର ପ୍ରଦର୍ଶନ ବଳରେ ଫାଇନାଳ୍ ଜିତିବାକୁ ପ୍ରସ୍ତୁତ । ବଳକା ଦାୟିତ୍ୱ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ ସମ୍ଭାଳିବେ । ଇତି ମଧ୍ୟରେ ଗିଲ୍ ୭୨୨ ଓ ସୁଦର୍ଶନ ୭୧୦ ରନ ସଂଗ୍ରହ କରିସାରିଛନ୍ତି ।

ଆଜି ଟିମ ଡେଭିଡ୍ ଓ ଜାସନ ହୋଲ୍ଡରଙ୍କ ଉପରେ ନଜର ରହିବ । ଡେଭିଡ୍ ଶେଷ ୫ଟି ଇନିଂସ ଦୁଇ ଅଙ୍ଗ ଛୁଇଁ ନାହାନ୍ତି । ଆଜି ତାଙ୍କ ବ୍ୟାଟ୍ରୁ ଏକ ବିଶାଳ ସଟ୍ ଦେଖିବାକୁ ଦର୍ଶକ ଆଶା ରଖିବେ । ହୋଲ୍ଡର ଇତି ମଧ୍ୟରେ ୧୭ଟି ୱିକେଟ୍ ନେଇ ସାରିଛନ୍ତି । ମାତ୍ର ତାଙ୍କ ବ୍ୟାଟିଂ ଆଶାନୁରୂପ ହୋଇନାହିଁ । ଆଜି ଗୁଜରାଟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ ।