କେନ୍ଦୁଝର, ୧/୫ : ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ଜମା ଟଙ୍କା ପାଇବା ପାଇଁ ଭଉଣୀର ଶବ ଖୋଳି ନେବା ଘଟଣାରେ RDCଙ୍କ ତଦନ୍ତକୁ ଖୋଲାଖୋଲି ନିନ୍ଦା । ମଲ୍ଲିପଶି ଗ୍ରାମୀଣ ବ୍ୟାଙ୍କ ସପକ୍ଷରେ ବାହାରି ଆରଡିସିଙ୍କ ତଦନ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ।

ଆଜି ଅପରାହ୍ନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜିତୁ ମୁଣ୍ଡାଙ୍କ ଘଟଣାରେ ବ୍ୟାଙ୍କ ମ୍ୟାନେଜରଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ଆରଡିସିଙ୍କ ତଦନ୍ତକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି । ଏପରିକି ଏଥିରେ ବ୍ୟାଙ୍କ ଓ ବ୍ୟାଙ୍କ ମ୍ୟାନେଜରଙ୍କର ରେପୁଟେସନ ମଧ୍ୟ ଖରାପ ହେଉଛି ବୋଲି କହିଛନ୍ତି । ଏପରିକି ଯଦି ମଲ୍ଲୀପଶୀ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ମ୍ୟାନେଜରଙ୍କ ସପକ୍ଷରେ ବାହାରିବ ବୋଲି ଚେତାବନୀ ଦେଇଛନ୍ତି ।