PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ନୋଟରେ କେବଳ ମହାତ୍ମା ଗାନ୍ଧିଙ୍କ ଫଟୋ କାହିଁକି ରହିଛି?ଜାଣନ୍ତୁ ଏହାର ପ୍ରକୃତ କାରଣ

ନୂଆଦିଲ୍ଲୀ,୧୬।୭: ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧିଙ୍କ ଫଟୋ ଆମେ ସବୁବେଳେ ଦେଖିବାକୁ ପାଇଥାଉ। ଏସମ୍ପର୍କରେ ବହୁତ କମ୍ ଲୋକ ହୁଏତ ଜାଣିଥିବେ ଯେ, ଭାରତୀୟ ଟଙ୍କାରେ ଛପା ହୋଇଥିବା ଗାନ୍ଧିଜୀଙ୍କ ଏହି ଫଟୋ ସମ୍ପୂର୍ଣ୍ଣ ଭାବରେ ଅସଲି। ଏହି ଫଟୋକୁ ୧୯୪୬ରେ ଲର୍ଡ ଫ୍ରେଡରିକ୍ ଭିକ୍ଟ୍ରି ହାଉସରେ ନିଆଯାଇଥିଲା।

ଭାରତୀୟ ଟଙ୍କାରେ ଗାନ୍ଧିଜୀଙ୍କ ଫଟୋକୁ ନେଇ ବହୁବାର ବିବାଦ ଉଠିଛି। ସମସ୍ତେ କେବଳ ଗୋଟିଏ ପ୍ରଶ୍ନ ପଚାରନ୍ତି, କ’ଣ ଆମ ଦେଶକୁ ସ୍ବାଧୀନ କରିବାରେ ଅନ୍ୟ କୌଣସି ସ୍ବାଧୀନତା ସଂଗ୍ରାମୀ ନିଜ ପ୍ରାଣର ଆହୁତି ଦେଇନଥିଲେ? କିନ୍ତୁ ତାଙ୍କର   ଗୋଟିଏ ବି ଫଟୋ ନୋଟରେ ଛପା ଯାଇନାହିଁ। ଏହାର ଜବାବ୍ ମଧ୍ୟ ସ୍ପଷ୍ଟ। ଏହି ପ୍ରସଙ୍ଗ ନେଇ ବୁଦ୍ଧିଜୀବିମାନେ କହିଛନ୍ତି ଯେ, ମହାତ୍ମା ଗାନ୍ଧିଙ୍କୁ ରାଷ୍ଟ୍ରପିତା ଭାବରେ ଦେଖାଯାଏ।ସେହି ସମୟରେ ତାଙ୍କୁ ରାଷ୍ଟ୍ରପିତାର ଚେହେରା ଭାବରେ ମନାଯାଉଥିଲା ଓ ଏହି କାରଣରୁ ତାଙ୍କୁ ରାଷ୍ଟ୍ରପିତା ଉପାଦ୍ଧି ମିଳିଛି। ବିଦ୍ବାନଙ୍କ କହିବା ଅନୁସାରେ ଯଦି ନୋଟରେ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ରହିଥାନ୍ତା ତେବେ  ଆଞ୍ଚଳିକ ବିବାଦ ହୋଇଥାନ୍ତା।

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଥିଲେ, ମହାତ୍ମା ଗାନ୍ଧିଙ୍କ  ବ୍ୟତୀତ ଅନ୍ୟ କେହି ଭାରତର ସ୍ବଭାବକୁ ପ୍ରତିନିଧିତ୍ବ କରନ୍ତିନି। ୧୯୮୭ରେ ମହାତ୍ମା ଗାନ୍ଧିଙ୍କ ଫଟୋକୁ ଓ୍ବାଟରମାର୍କ ଭାବରେ ବ୍ୟବହାର କରାଯାଉଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ମହାତ୍ମା ଗାନ୍ଧିଙ୍କ ଫଟୋ ଥିବା ନୋଟ୍ ୧୯୯୬ରୁ ପ୍ରଚଳନ ହୋଇଆସୁଛି।

ସମ୍ବନ୍ଧିତ ଖବର