ନୂଆଦିଲ୍ଲୀ,୧୦/୧୧; ମୋବାଇଲ୍ ଉପଭୋକ୍ତାଙ୍କୁ ଲାଗିବ ବଡ଼ ଝଟକା । କାରଣ ଆସନ୍ତା ଡିସେମ୍ବରରୁ ମହଙ୍ଗା ହେବ ରିଚାର୍ଜ ପ୍ଲାନ । ଟେଲିକମ୍ କମ୍ପାନୀଗୁଡ଼ିକ ଡିସେମ୍ବରରେ ସେମାନଙ୍କ ରିଚାର୍ଜ ପ୍ଲାନ ଓ ଡାଟା ପ୍ଲାନ ମୂଲ୍ୟରେ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଯାହା ପୂ୍ର୍ବାପେକ୍ଷା ୧୦ରୁ ୧୨ ପ୍ରତିଶତ ବଢିବ । ୧୯୯ ଟଙ୍କିଆ ପ୍ୟାକ୍ ୨୯୯ ଟଙ୍କା ହୋଇଯିବ ବୋଲି ଦାବି କରାଯାଉଛି ।
କିଛି ଦିନ ହେବ ଦିନ ଧରି ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ହୋଇଥିବା ରିପୋର୍ଟ ଆସୁଛି । ଲୋକପ୍ରିୟ ଟେଲିକମ୍ କମ୍ପାନୀ ଏୟାରଟେଲ୍, ଜିଓ ଏବଂ ଭୋଡାଫୋନ୍ ଆଇଡିଆର ପ୍ରିପେଡ୍ ପ୍ଲାନର ମୂଲ୍ୟ ଖୁବ୍ ଶୀଘ୍ର ବୃଦ୍ଧି ପାଇପାରେ । ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ, ଆସନ୍ତା ମାସ, ଡିସେମ୍ବରଠାରୁ ମୋବାଇଲ ବ୍ୟବହାରକାରୀଙ୍କୁ ରିଚାର୍ଜ କରିବା ପାଇଁ ୧୦-୧୨ ପ୍ରତିଶତ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଏମିତି କି ୧୯୯ ଟଙ୍କିଆ ପ୍ଲାନ ୨୯୯ ହୋଇଯିବ । ଏହା ଛଡ଼ା ୮୪ ଦିନିଆ ବୈଧତା ବିଶିଷ୍ଟ ୨ ଜିବି ଡାଟା ପ୍ଲାନ ମୂଲ୍ୟ ୯୪୯ ଟଙ୍କାରୁ ୯୯୯ ଟଙ୍କା ମଧ୍ୟ ହୋଇପାରେ । ଏୟାରଟେଲ୍, ଜିଓ ଏବଂ ଭି ପକ୍ଷରୁ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ ।
DealBee Dealsର ଏକ ଟ୍ୱିଟ୍ରେ କୁହାଯାଇଛି ଯେ,କିଛି ରିପୋର୍ଟ ଅନୁଯାୟୀ, ଟେଲିକମ୍ ଅପରେଟରମାନେ ଡିସେମ୍ବର ୧ ରୁ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବେ । ପ୍ଲାନର ମୂଲ୍ୟ ୧୦-୧୨ ପ୍ରତିଶତ ବୃଦ୍ଧି ପାଇପାରେ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ୧୯୯ ପ୍ଲାନର ମୂଲ୍ୟ ପ୍ରାୟ ୨୧୯ ଏବଂ ୮୯୯ ପ୍ଲାନର ମୂଲ୍ୟ ପ୍ରାୟ ୯୯୯ ହେବ । ଏହି ନିଶ୍ଚନ୍ତ ହେବ ବୋଲି ସେମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଯଦି ଏହି ରିପୋର୍ଟଗୁଡ଼ିକ ସଠିକ୍ ପ୍ରମାଣିତ ହୁଏ, ତେବେ ଡିସେମ୍ବର ଆରମ୍ଭରୁ, ଉପଭୋକ୍ତାମାନଙ୍କୁ Jio, Airtel ଏବଂ Vi ର ରିଚାର୍ଜ ପ୍ଲାନ ପାଇଁ ଅଧିକ ଦେୟ ଦେବାକୁ ପଡିବ । ଏହା ଲୋକଙ୍କ ପକେଟ ଉପରେ ଏକ ବଡ଼ ବୋଝ ହୋଇପାରେ ।, କାରଣ ଆଜିକାଲି ମୋବାଇଲ୍ ଡାଟା ନିହାତି ଦରକାର । ତେଣୁ, ସେମାନେ ଅଧିକ ମହଙ୍ଗା ପ୍ଲାନ ସହିତ ରିଚାର୍ଜ କରିବାକୁ ବାଧ୍ୟ ହୋଇପାରନ୍ତି ।
ଭାରତୀ ଏୟାରଟେଲ୍ ତାର ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ ଅନଲିମିଟେଡ୍ ପ୍ଲାନଗୁଡ଼ିକୁ ସଂଶୋଧନ କରି ଛି। ଏହି ପ୍ଲାନଗୁଡ଼ିକ ପୂର୍ବରୁ ୧୮୯ରୁ ଆରମ୍ଭ ହୋଇଥିଲା, କିନ୍ତୁ ଟାରିଫ୍ ବୃଦ୍ଧି ଯୋଗୁଁ, ସବୁଠାରୁ ଶସ୍ତା ପ୍ଲାନ ଏବେ ୧୯୯ ହୋଇଛି । କମ୍ପାନୀ ୧୮୯ ପ୍ଲାନକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି, ଯାହା ଦ୍ଵାରା ଉପଭୋକ୍ତାଙ୍କ ପାଇଁ ଅତି କମରେ ୧୯୯ ଖର୍ଚ୍ଚ କରିବାକୁ ପଡିବ । ସେହିପରି ଭୋଡାଫୋନ୍ ଆଇଡିଆ (Vi) ମଧ୍ୟ ତାର ପ୍ଲାନଗୁଡ଼ିକୁ ବଢାଇଛି । Vi ର ୧୦୦ରୁ ଅଧିକ ପ୍ରିପେଡ୍ ପ୍ଲାନ ଅଛି । କମ୍ପାନୀ ଏବେ ଏହାର ଏକ ବର୍ଷର ପ୍ଲାନର ମୂଲ୍ୟ ବୃଦ୍ଧି କରିଛି ।୧,୯୯୯ ପ୍ଲାନର ମୂଲ୍ୟ ଏବେ ୨, ୨୪୯ ହୋଇଛି କିନ୍ତୁ କିଛି ସୁବିଧା ମଧ୍ୟ ଯୋଡାଯାଇଛି ।