ଭୁବନେଶ୍ବର,୦୧/ ୦୧: କ୍ୟାଲେଣ୍ଡର ବର୍ଷ ୨୦୨୫ରେ ନନ୍ଦନକାନନ ପରିଦର୍ଶକଙ୍କ ଆଗମନରେ ଏକ ଐତିହାସିକ ସଫଳତା ରେକର୍ଡ କରିଛି। ବର୍ଷ ମଧ୍ୟରେ ମୋଟ ୪୦,୨୦,୫୩୯ ପରିଦର୍ଶକ ନନ୍ଦନକାନନ ପରିଦର୍ଶନ କରିଥିଲେ, ଯାହା ଏକ କ୍ୟାଲେଣ୍ଡର ବର୍ଷରେ ରେକର୍ଡ ହୋଇଥିବା ସର୍ବାଧିକ ପରିଦର୍ଶକଙ୍କ ପରିସଂଖ୍ୟାନ ଅଟେ। ୨୦୨୫ କ୍ୟାଲେଣ୍ଡର ବର୍ଷରେ ସମସ୍ତ ଉତ୍ସରୁ ରାଜସ୍ୱ ସଂଗ୍ରହ ୨୩.୨୩ କୋଟି ଟଙ୍କା ଥିଲା, ଯାହା ୨୦୨୪ ମସିହାରେ ସଂଗୃହିତ ରାଜସ୍ୱ ତୁଳନାରେ ୧.୦୬ କୋଟି ଟଙ୍କା ଅଧିକ ଅଟେ।

ରାଜ୍ୟର କିଛି ପ୍ରମୁଖ ଖବର: ୨୦୨୬ରେ ନୂଆ ରୂପ ନେବ ଓଡ଼ିଶା ନୌବାଣିଜ୍ୟ ଇତିହାସ, ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ

ସୂଚନାଥାଉକି, ଓଡ଼ିଶାର ପ୍ରମୁଖ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପ୍ରତିବର୍ଷ ଲକ୍ଷାଧିକ ପରିଦର୍ଶକ ପରିଭ୍ରମଣ କରିବାକୁ ଆସନ୍ତି। ଏଠାକାର ବିଭିନ୍ନ ସଫାରୀରେ ଥିବା ଜୀବଜନ୍ତୁ ଦେଖିବାର ସୁଯୋଗ ମଧ୍ୟ ପାଆନ୍ତି। ଏହାସାଙ୍ଗକୁ ରୋପ୍ ଓ୍ବେ ଏବଂ ଜଙ୍ଗଲ ଟୟ ଟ୍ରେନ୍ର ମଜା ମଧ୍ୟ ଉଠାନ୍ତି ପରିଦର୍ଶକ। ତେବେ ଦିନକୁ ଦିନ ନନ୍ଦନକାନନରେ ଲୋକଙ୍କ ଆଗମନକୁ ନଜରରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ସମସ୍ତ ପ୍ରକାର ସୁବିଧାସୁଯୋଗ ପାଇବା ସାଙ୍ଗକୁ କିପରି ପ୍ରାଣୀ ଉଦ୍ୟାନର ଭରପୂର ମଜା ଉଠାଇପାରିବେ ଦର୍ଶକ, ସେଥିପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ୨୦୨୫ରେ ନନ୍ଦନକାନନକୁ ସର୍ବକାଳୀନ ରେକର୍ଡ ସଂଖ୍ୟକ ପରିଦର୍ଶକଙ୍କ ଆଗମନ ନିଶ୍ଚୟ ଏକ ଶୁଭ ସଙ୍କେତ ଦେଉଛି।

ପ୍ରମେୟର ପ୍ରମୁଖ ଖବର ପଢ଼ନ୍ତୁ: ସରଗରମ ହେବ ୨୦୨୬ ରାଜନୀତି: କାହାକୁ କେହି ବାଟ ଛାଡ଼ିବେନି, ବିଜେପି, ବିଜେଡି ଓ କଂଗ୍ରେସ ଲଢ଼ିବେ ଶିଙ୍ଘ ଲଢ଼େଇ