ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଆଜ୍‌ମାର କାରଣ ହୋଇପାରେ ଲାଲ୍‌ ଲଙ୍କା, ଜାଣନ୍ତୁ ଶରୀର ପାଇଁ କେତେ କ୍ଷତିକାରକ

ନୂଆଦିଲ୍ଲୀ ୦୯/୦୬: କିଛି ଲୋକଙ୍କୁ ରାଗ ଖାଇବା ଖୁବ୍‌ ପସନ୍ଦ । ଏହି ପସନ୍ଦ ପୂରଣ କରିବା ଆଶାରେ  ସେମାନେ ଖାଦ୍ୟପଦାର୍ଥରେ ଆବଶ୍ୟକଠାରୁ ଅଧିକ ଲଙ୍କା ଗୁଣ୍ଡର ବ୍ୟବହାର  କରିଥାନ୍ତି । ଏହାର ପରିଣତି ଖୁବ୍‌ ବିପଦଜନକ ହୋଇପାରେ । କିନ୍ତୁ ଜାଣନ୍ତି କି  ଏହି ଲାଲ୍‌ ଲଙ୍କା ଶରୀର ପାଇଁ କେତେକ କ୍ଷତିକାରକ? ତେଣୁ ସମୟ ପୂର୍ବରୁ  ଲାଲ୍‌ଲଙ୍କା ଖାଇବାରେ ନିୟନ୍ତ୍ରଣ ଆଣିବା ଜରୁରି ।

ଖାଦ୍ୟ ସମସ୍ତଙ୍କର ପସନ୍ଦ ।  ଲୋକମାନେ ସ୍ୱାଦାନୁସାରେ ଖାଦ୍ୟ ପସନ୍ଦ କରିଥାନ୍ତି । ବିଶେଷକରି ସୌଖୀନ୍‌  ଲୋକମାନେ ନିଜ ପସନ୍ଦ ମୁତାବିକ୍‌ ଖାଦ୍ୟ ଚୟନ କରିଥାନ୍ତି । ସ୍ୱାଦିଷ୍ଟ ଖାଇବାରେ  ଅଭ୍ୟସ୍ତ ଥିବା ଲୋକମାନେ ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ  ଖାଇଦେଇଥାନ୍ତି । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍‌ଲଙ୍କାର  ବ୍ୟବହାର କରିଥାଉ । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ?  ଯଦି ଆପଣ ଅଧିକ ଲାଲ୍‌ ଲଙ୍କା ଖାଉଥାନ୍ତି, ତେବେ ଜାଣନ୍ତୁ ଏହାର ପରିଣାମ ।

{"id":585018,"sizeSlug":"full","linkDestination":"none"}

ଆଜ୍‌ମା :

ଆଜ୍‌ମା ରୋଗୀଙ୍କ ପାଇଁ ଲାଲ୍‌ ଲଙ୍କା ଖୁବ୍‌ ହାନିକାରକ । ଯଦି ଆପଣ ନିୟମିତ  ଅଧିକ ଲାଲ୍‌ଲଙ୍କା ଖାଉଥାନ୍ତି, ତେବେ ଆଜ୍‌ମା ସମସ୍ୟା ବଢିଯାଇପାରେ ।  ଏପରିକି ଆଜ୍‌ମା ଆଟାକ୍‌ର ଆଶଙ୍କା ବହୁ ମାତ୍ରାରେ ବଢିପାରେ ।

ଡାଇରିଆ :

ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍‌ଲଙ୍କା ଖାଉଥାନ୍ତି ତେବେ ପାଚନ ତନ୍ତ୍ରରେ  ସମସ୍ୟା ଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ ।ବାରମ୍ବାର ଲାଲ୍‌ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ । 

wp:heading {"level":3}

you can read...

/wp:heading wp:embed {"url":"https://www.prameya.com/is-drinking-water-before-bed-healthy/","type":"wp-embed","providerNameSlug":"prameya"}
https://www.prameya.com/is-drinking-water-before-bed-healthy/
/wp:embed

ପେଟରେ ଅଲ୍‌ସର :

ମାତ୍ରାଧିକ ଲାଲ୍‌ଲଙ୍କା ଖାଇବା ଦ୍ୱାରା ଆଫ୍ଲାଟ୍‌କ୍ସିନ୍‌ ତତ୍ତ୍ୱ ପେଟ ଓ ଲିଭର୍‌ରେ  କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍‌ ଲଙ୍କା ଖାଇବା  ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ । 

ଗର୍ଭାବସ୍ଥାରେ ହାନିକାରକ :

ଯଦି ଆପଣ ଗର୍ଭବତୀ । ତେବେ ଲାଲ୍‌ ଲଙ୍କାଠାରୁ ଯଥାସମ୍ଭବ ଦୂରେଇ  ରହିବା ଜରୁରି । ଏହି ସମୟରେ ଅଧିକ ଲାଲ୍‌ ଲଙ୍କା ଖାଇବା ଦ୍ୱାରା ସମୟ  ପୂର୍ବରୁ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ସନ୍ତାନଠାରେ  ଶ୍ୱାସଜନିତ ସମସ୍ୟା ବଢିବାର ଆଶଙ୍କା ଉପୁଜିଥାଏ । ଏସବୁ ସମସ୍ୟାକୁ  ଏଡାଇବା ପାଇଁ ଗର୍ଭାବସ୍ଥାରେ ଲାଲ୍‌ ଲଙ୍କାଠାରୁ ଦୂରେଇ ରହିବା ଭଲ ।

Copyright © 2022 - Summa Real Media Private Limited. All Rights Reserved.